July 1, 2024

ମନ୍ତ୍ରୀ ଗୋକୁଳାନନ୍ଦଙ୍କୁ ସମ୍ବର୍ଦ୍ଧିତ କଲେ ଅଙ୍ଗନୱାଡି କର୍ମୀ ସଂଘ

Share


ବୁଗୁଡ଼ା : ତା ୨୩/୦୬/୨୪ : ସ୍ଥାନୀୟ ବିରଞ୍ଚି ନାରାୟଣ କଲ୍ଯାଣୀ ମଣ୍ଡପ ପରିସରରେ ବୁଗୁଡା ବ୍ଲକ ଅଙ୍ଗନଓ୍ବାଡି କର୍ମୀ ସଂଘ ପକ୍ଷରୁ ନବ ନିର୍ବାଚିତ ପୋଲସରା ବିଧାୟକ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କୁ ଭବ୍ଯ ସମ୍ବର୍ଦ୍ଧନା ପ୍ରଦାନ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ବାସନ୍ତୀ କୁମାରୀ ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ଅବସରରେ ମନ୍ତ୍ରୀ ଗୋକୁଳାନନ୍ଦଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ଭବ୍ଯ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ , ସିଡିପିଓ ବବିତା କୁମାରୀ ପଣ୍ଡା , ଜିଲ୍ଲା ସଂଘ ସଭାପତି ରଞ୍ଜିତା କୁମାରୀ ରଥ ଓ ସମ୍ପାଦିକା ମଞ୍ଜୁବାଳା ପାଣିଗ୍ରାହୀ , ବ୍ଲକ ସମ୍ପାଦିକା ଅନୀତା ମିଶ୍ର ଓ ଉପସଭାପତି ପ୍ରମୋଦିନୀ ସ୍ବାଇଁଙ୍କ ସମେତ ବ୍ଲକର ଅଙ୍ଗନଓ୍ବାଡି ଓ ସହାୟିକାମାନେ ଉପସ୍ଥିତ ରହିଥିଲେ ।

You may have missed