July 1, 2024

ମୋସୁମୀ ଆଗମନ ରେ ପ୍ରଥମ ବର୍ଷା ରେ ରାୟଗଡା ପୌର ପରିଷଦ ରେ ଅବସ୍ଥା ବେହାଲ

Share

ରାୟଗଡା : ଚଳିତ ବର୍ଷ ର ମୌସୁମୀ ବାୟୁ ଆଗମନ ର ପଥମ ବର୍ଷା ରେ ଆଜି ରାୟଗଡା ସହର ରେ ରିଙ୍ଗ ରୋଡ ର ଗାୟତ୍ରୀ ମନ୍ଦିର ରାସ୍ତା ସେନ୍ତୁରୀୟନ ସ୍କୁଲ, ଜ଼ିଲ୍ଲାପୋଲିସ ଅରକ୍ଷୀ ଙ୍କ ଅଫିସ, ରାଜ୍ୟ ପ୍ରଦକ୍ଷଣ ଗୃହ, ଇନ୍ଦିରା ନଗର ତୃତୀୟ, ଚତୁର୍ଥ ଗଳି ରେ ରାସ୍ତାରେ କୁତ୍ରିମ ବନ୍ୟା ହୋଇ ପାଣି ଜମି ରହିଥିବାର ଦେଖିବାକୁ ମିଳିଥିଲା l ଦୀର୍ଘ ବର୍ଷ ଧରି ବିଜେଡି ଦଳ ରାୟଗଡା ପୌରପାଳିକା କୁ ନିଜ ଅକ୍ତିଆର ରେ ରଖିଛି l ରାସ୍ତା ଘାଟ ସଫେଇ, ନାଳ ନର୍ଦମା ର ସଫେଇ ବର୍ଷା ଦିନ ପୂର୍ବରୁ ନ କରିବାରୁ ପାଣି ଡ୍ରେନ ଉପର ଦେଇ ରାସ୍ତା ଉପରେ ପ୍ରବାହିତ ହେବାର ଦେଖିବା କୁ ମିଳିଥିଲା l ସହର ମର୍ଯ୍ୟାଦା ପୂର୍ଣ୍ଣ ରାସ୍ତା ଏସ ପି ଅଫିସ ଓ ରାଜ୍ୟ ପ୍ରଦକ୍ଷଣ ଗୃହ ନିକଟରେ ପ୍ରାୟ ଏକ ଫୁଟ ପାଣି କିଛି ସମୟ ପାଇଁ ରାସ୍ତାରେ ରହିଥିବା ର ଦେଖିବା କୁ ମିଳିଥିଲା l ପୌର ପାଳିକା ର ନିର୍ବାଚିତ ସଦସ୍ୟ କି ଡ୍ରେନେଜଓ ରାସ୍ତା ଦାୟିତ୍ୱ ରେ ଥିବା ଅଧିକାରୀ ଙ୍କ ଏଥିପ୍ରତି ଦୃଷ୍ଟି ନାହିଁ କିନ୍ତୁ ମୁକ୍ତା ଯୋଜନା ରେ କିଛି ଆଖି ଦୃଶ୍ୟା କାମ କରିବାରେ ଲାଗିଛନ୍ତି ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି l ଆଜିର ଅଳ୍ପ ବର୍ଷା ରେ ଯଦି ଏହିପରି ହାଲ ଭବିଷ୍ୟତରେ ବର୍ଷା ରେ ସହର ଅବସ୍ଥା କଣ ହେବ ବୋଲି ଜନସାଧାରଣ ଆଲୋଚନା କରୁଛନ୍ତି l ନାଳ ସଫେଇ ଡ୍ରେନ ନିର୍ମାଣନାଁ ରେ ବହୁ ପରିମାଣ ର ଟଙ୍କା ଖର୍ଚ୍ଚ ହୋଇ ବ୍ୟାପକ ଅବବ୍ୟସ୍ତା ମନ ହୋଇଛି ବୋଲି ଶୁଣିବାକୁ ମିଳୁଛି l ସହର ରେ ପାଣି ଜମିବା ନେଇ ପୌରାଦକ୍ଷ ମହେଶ ପଟ୍ଟନାୟକ ଙ୍କୁ ତାଙ୍କରି ପ୍ରତିକ୍ରିୟା ନେବା ନିମନ୍ତେ ଯୋଗାଯୋଗ ପାଇଁ ଚେଷ୍ଟା କରିଲୁ କିନ୍ତୁ ଯୋଗାଯୋଗ ହୋଇପାରିଲା ନାହିଁ l ପୌର କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ସହର ନାଳ ନର୍ଦମା ଖୁବ ଶୀଘ୍ର ମରାମତି ଓ ସଫେଇ କରିବା ପାଇଁ ଦାବି ହେଉଛି l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed