March 12, 2026

ଜଗନ୍ନାଥ ମହୋତ୍ସବ ଏକ ଅଭିନଵ ପ୍ରୟାସ

b9491de2-d4e9-4413-a325-ff7ea7627c53
Share


++++++++++++++++++++
ଜଗତସିଂହପୁର :- ଜଗତସିଂହପୁର ଜିଲ୍ଲାର ଖୋରତ ଠାରେ ଜଗନ୍ନାଥ ଫାଉଣ୍ଡେସନ ପକ୍ଷରୁ ଏକ ମହୋତ୍ସବ-2023 ଅନୁଷ୍ଠିତ ହୋଇଯାଇଛି ! ଏହି ମହୋତ୍ସବ ରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ ମହୋତ୍ସବ କୁ ଉଦ୍ଘାଟନ କରିଥିଲେ ! ମୁଖ୍ୟ ବକ୍ତା ଭାବେ ଡକ୍ଟର ଶ୍ରୀକାନ୍ତ ପରିଜା ଯୋଗଦେଇଥିବା ବେଳେ,ସମ୍ମାନିତ ଅତିଥି ଥିଲେ ଡକ୍ଟର ଅଭୟ ନାୟକ, ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ,ବାବା ଚିଦାନନ୍ଦ ପର୍ବତଗୋସ୍ୱାମୀ,ଯାଦୁଗର ଏ କେ ହୀରାଲାଲ,ନରେଶ ଦାସ, ନାରାୟଣ ନନ୍ଦ ! ସଭାପତିତ୍ୱ କରିଥିଲେ ଡକ୍ଟର ଶିଶିର କୁମାର ତ୍ରିପାଠୀ ଏବଂ ଅତିଥି ପରିଚୟ ଓ ସ୍ୱାଗତଭାଷଣ ପ୍ରଦାନ କରିଥିଲେ, ଜଗନ୍ନାଥ ମହୋତ୍ସବ ର ସଭାପତି ଅଶୋକ କୁମାର ମୁଦୁଲି !ନବଦିନ ବ୍ୟାପି ଏହି ମହୋତ୍ସବ କୁ ଅତିଥିମାନେ ଭୁୟସୀ ପ୍ରସଂଶା କରିଥିବାର ଶୁଣିବାକୁ ମିଳିଥିଲା ! ଏହି ଅବସରରେ ଆମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା ଫାଉଣ୍ଡେସନର ବାର୍ଷିକ ପତ୍ରିକା “ଦିଗଦର୍ଶନ ” ଉନ୍ମୋଚନ କରାଯାଇଥିଲା !ପୂଜ୍ୟପୂଜାର ପରମ୍ପରା କ୍ରମେ ମଞ୍ଚାସିନ ଅତିଥି ମାନଙ୍କ ସହିତ ଜିଲ୍ଲାର ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ କଲିକତାର ପ୍ରସିଦ୍ଧ ଯାଦୁଗର ଏ. କେ. ହୀରାଲାଲ ଙ୍କ ଦ୍ୱାରା ଯାଦୁଗରୀ ପ୍ରଦର୍ଶନ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲା ! ଏହି ସମସ୍ତ କାର୍ଯ୍ୟ କୁ ସମୀର ଦାସ, ମାନସ ଦାସ,ପ୍ରମୋଦ କାଣ୍ଡି, ନୃସିଂହ ମୁଦୁଲି,ବ୍ରଜେନ୍ଦ୍ର ଭଟ୍ଟ ଓ ଚନ୍ଦନ ଲାଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ଆସନ୍ତା 27 ତାରିଖ ଯାଏ ଚାଲୁ ରହିବ ବୋଲି ସଭାପତି ସୂଚନା ଦେଇଥିଲେ ! ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା