ବ୍ରାହ୍ମଣ ସିଂ ହତ୍ୟା ଘଟଣା 14 ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ

ଗଜପତି ଜିଲ୍ଲା ମୋହନା ଥାନା ମଲ୍ଲିପଦର ଗାଁର ବ୍ରହ୍ମଣ ସିଂ ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତ କୁ ଗିରଫ କରିଛି ପୁଲିସ l ଗିରଫ ଅଭିଯୁକ୍ତ ହେଲେ ଦେଉଳଖଣି ଗାଁର ରାମ ବିଷୋୟୀ (73) l ଘଟଣାର 14 ବର୍ଷ ପରେ ତୃତୀୟ ଅଭିଯୁକ୍ତ ଗିରଫ ହୋଇଛି l ଏଥି ପୂର୍ବରୁ ଦୁଇ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଥିଲା ପୁଲିସ l ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତ ଫେରାର ଅଛି l ଖୁବ ଶୀଘ୍ର ଗିରଫ କରାଯିବ ବୋଲି ମୋହନା ଥାନା ଅଧିକାରୀ ବସନ୍ତ ସେଠି ସୂଚନା ଦେଇଛନ୍ତି l ପୁଲିସ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ୨୦୧୧ ମସିହାରେ ମଲ୍ଲିପଦର ଗାଁରେ ଜମି ବିବାଦ କୁ ନେଇ ଗାଁର ବୃଦ୍ଧ ବ୍ରାହ୍ମଣ ସିଂ ଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିଲା l ତାଙ୍କୁ ଘରୁ ଘୋଷାଡ଼ି ଆଣି ଘର ଠାରୁ କିଛି ଦୂରରେ ପଥରରେ ଛେଚି ହତ୍ୟା କରିବା ସହ ଯୌନାଙ୍ଗ କାଟି ଦେଇଥିଲେ ହତ୍ୟାକାରୀ l ସେତେବେଳେ ଏହି ହତ୍ୟା ଘଟଣାରେ ଦୁଇ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ୨ ଜଣ ଫେରାର ଥିଲେ l ଏହି ହତ୍ୟା ଘଟଣା ନ୍ୟାୟାଳୟ ରେ ବିଚାରlଧୀନ ଥିବାବେଳେ ଫେରାର ୨ ଜଣକୁ ଖୋଜୁଥିଲା ପୁଲିସ l ତେବେ ଘଟଣାର ତୃତୀୟ ଅଭିଯୁକ୍ତ ରାମ ବିଷୋୟୀ ବନ୍ଧପଡା ଗାଁରେ ଥିବା ଖବର ପାଇ ପୁଲିସ ଗୁରୁବାର ଚଢ଼ାଉ କରିବା ସହ ତାକୁ ଗିରଫ କରିଛି l ତେବେ ଗିରଫ ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ l ତେଣୁ ତାକୁ ଚିକିତ୍ସା ପାଇଁ ମୋହନା ମେଡିକାଲ ରେ ଭର୍ତ୍ତି କରାଯାଇଛି l ସୁସ୍ଥ ହେବା ପରେ କୋର୍ଟ ଚାଲାଣ କରାଯିବ l ଏଥିସହ ଅତି ଶୀଘ୍ର ଅନ୍ୟ ଜଣେ ଅଭିଯୁକ୍ତ କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି l