ନୀଳଗିରି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବାଲେଶ୍ଵର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ।

ନୀଳଗିରି ( ଦେବାଶିଷ ଦାଶ )
ଆଜି ସକାଳ ଘ ୭ଟୀକା ଠାରୁ ଘ ୧୦ଟୀକା ପର୍ଯ୍ୟନ୍ତ ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବାଲେଶ୍ଵର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ୟଵଂଶି ମୟୂର ବିକାଶ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରାଜ ପ୍ରାସାଦ ଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମାନ୍ୟବର ନୀଳଗିରି ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ,ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଶୁଭଲକ୍ଷ୍ମୀ ମାଝୀ , ବାଲେଶ୍ଵର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ ସିଂହ , ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରି ଡ଼ା ସୁଶାନ୍ତ କୁମାର ନାୟକ, ସ୍ଥାନୀୟ ଉପ ଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ, ତହସିଲଦାର ଶ୍ରୀମତୀ ସୋନମ୍ ଦାସ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ପରିଡା ପ୍ରମୁଖଙ୍କ ସମେତ ଜିଲ୍ଲା ଓ ଉପଖଣ୍ଡ ସ୍ତରୀୟ ବିଭିନ୍ନ(ପ୍ରଶାସନ ଓ ପୋଲିସ)ବିଭାଗୀୟ ପଦାଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ନୀଳଗିରି ବ୍ଲକଅଧିନସ୍ଥ ୨୫ ଗୋଟିବିଭିନ୍ନ ଗ୍ରାମ ପଞ୍ଚୟତରୁ ୧୦୪ଜଣ ଅଭିଯୋଗକାରୀ ନିଜ ନିଜର ନାମ ପଞ୍ଜିକରଣ କରି ଅଭିଯୋଗ ଫର୍ଦ୍ଦ ଉପସ୍ଥାପନ କରି ଥିଲେ ।ଆଜିର ଏହି ଜନଶୁଣାଣୀ ଶିବିର ନିମନ୍ତେ ନିର୍ଦ୍ଧାରିତ ଯୁଗ୍ମ ଶୁଣାଣୀ ଅନୁଯାୟୀ,ପ୍ରତି ସପ୍ତାହରେ ସକାଳ ୧୧ଟୀକା(ଶୁକ୍ରବାର)ଠାରୁ ଶନିବାର ରାତ୍ର ଘ ୧୧.୫୯ ଟୀକା ମଧ୍ୟରେ ଅନ ଲାଇନ ପୋର୍ଟାଲରେ ଅଗ୍ରୀମ ରେଜିଷ୍ଟ୍ରି (ପଞ୍ଜିକରଣ) ଓ ସାକ୍ଷାତକାର ଉପଲବ୍ଧ ସମ୍ପର୍କରେ ବି. ଡି. ଓ ଶ୍ରୀଯୁକ୍ତ ପରିଡା ଅବଗତ କରିଥିଲେ।ଏଥିରେ୯୦ଗୋଟି ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ବାର୍ଦ୍ଧକ୍ୟ ଭତ୍ତା,ପି. ଏମ.ଆବାସ ଗୃହ ଯୋଜନା ରାସନ କାର୍ଡ,ସ୍ୱାସ୍ଥ୍ୟ,ବିଦ୍ୟୁତ୍, ରାସ୍ତା,ପାନୀୟ ଜଳ,ଡ୍ରେନେଜ୍, ଦିବ୍ୟ।ଙ୍ଗ ଭତ୍ତା ,ଆଇନ ସମ୍ପର୍କିତ ହୋଇଥିବା ବେଳେ୧୧ ଗୋଟି ରାସ୍ତା ଘାଟ,ବିଦ୍ୟୁତ୍ ସମସ୍ୟା,ଆଇନ ଶୃଙ୍ଖଳା,ସ୍ୱାସ୍ଥ୍ୟ ସେବା,ଅଙ୍ଗନୱାଡ଼ି,ଡ୍ରେନେଜସମସ୍ୟା ଭଳି ସାମୁହିକ ଅଭିଯୋଗ ଏବଂ ୩ଗୋଟି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା ନିବେଦନ ପତ୍ର ମିଳିଥିଲା।ଉକ୍ତ ଶିବିରରେ ୧୯ଗୋଟି ଅଭିଯୋଗର ତତ୍କ।ଳ ଫୈସଲ। କରାଯାଇଥିଲା।