June 29, 2024

 କାକଟପୁରରେ ଭୋଟର ଙ୍କୁ “ଯୋଡ଼ି ଶଙ୍ଖରେ ” ଭୋଟ ଦେବାକୁ ନିବେଦନ କଲେ ପାଣ୍ଡିଆନ ….

Share

ଅସ୍ତରଙ୍ଗ,,ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀର କାକଟପୁର ବ୍ଳକ ପଡିଆ ଠାରେ ବିଶାଳ ଜନ ସମାବେଶରେ ଭୋଟରଙ୍କୁ ଭୋଟ ମାଗିଛନ୍ତି କାର୍ତ୍ତିକ ପାଣ୍ଡିଆନ। ଗୁରୁବାର ମଧ୍ୟାହ୍ନରେ ହେଲିକେପ୍ଟର ଜରିଆରେ ଆସି ପହଞ୍ଚି ପ୍ରଥମେ ଉପସ୍ଥିତ ୫ହଜାରରୁ ଉର୍ଦ୍ଧ୍ବ ଜନ ସାଧାରଣଙ୍କୁ ଅଭିବାଦନ ଗ୍ରହଣ କରିବା ସହ ସେଲଫି ଉଠାଇଥିଲେ। ପରେ ଜନ ସାଧାରଣଙ୍କୁ ସମ୍ବୋଧନ କରି ରାଜ୍ୟ ସରକାରଙ୍କ କାକଟପୁର ଅଂଚଳର ବିକାଶ ଓ ଉନ୍ନୟନ କାର୍ଯ୍ୟ ଯଥା,୧୪ କୋଟି ୫୦ ଲକ୍ଷ୍ୟ ଟଙ୍କାର ମଙ୍ଗଳା ମନ୍ଦିର ରୁପାନ୍ତି କରଣ ,୩୦୬ କୋଟି ଟଙ୍କାର କୋଣାର୍କ ର ବିକାଶ,ରାମ ଚଣ୍ଡୀ ବେଳାଭୂମି ର ଉନ୍ନତି ପାଇଁ ୨୫ କୋଟି, ମତ୍ସ ଯିବି ଙ୍କୁ ୧୫ ହଜାର ଟଙ୍କା ପ୍ରଦାନ, କୋଣାର୍କ ର ଜମି ଜମା ସମସ୍ୟା ସମାଧାନ,ମମତା ଯୋଜନାରେ ମା ମାନଙ୍କୁ ୧୫ ହଜାର ଟଙ୍କା ପ୍ରଦାନ, ପାନ ଚାସିଙ୍କ ପାଇଁ ସ୍ୱୋତନ୍ତ୍ର ପ୍ୟାକେଜ ଉପରେ ଅବଗତ କରାଇ, ଆସନ୍ତା ନିର୍ବାଚନ ରେ ବିଜେଡି ର ବିଧାନ ସଭା ପ୍ରାର୍ଥୀ ତୁଷାରକାନ୍ତି ବେହେରା ଓ ସାଂସଦ ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକଙ୍କୁ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଉପସ୍ଥିତ ଜନତା ଙ୍କୁ ଅପିଲ କରିଥିଲେ । କାକଟପୁର ରେ ଏହି ଭଳି ଏକ ଜନ ସମୁଦ୍ର ଦେଖି ସେ ବିମୋହିତ ହେବା ସହ,ମା ମାନଙ୍କୁ ମଧ୍ୟ ଧନ୍ୟବାଦ୍ ଦେଇଥିଲେ ।
( ଦୁଃଶାସନ ନାୟକ,ଅସ୍ତରଙ୍ଗ)