June 29, 2024

‘ଘୁମୁସର ର ସ୍ବର’ ପକ୍ଷରୁ ସାହିତ୍ୟ ଆଲୋଚନା ଚକ୍ର ଓ କବିତା ଆସର

Share

ବୁଗୁଡ଼ା : ତା ୨୩/୦୫/୨୪ : ପବିତ୍ର ବୁଦ୍ଧ ପୂର୍ଣ୍ଣିମା ଅବସରରେ
ଓଡ଼ିଆ ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ ‘ଘୁମୁସର ର ସ୍ବର’ ପକ୍ଷରୁ ବାଲିପଦରସ୍ଥିତ ଫ୍ରେଣ୍ଡସ୍ କ୍ଲବ୍ ସଭା କକ୍ଷରେ ୧୩୭ତମ ପୂର୍ଣ୍ଣିମା ସାହିତ୍ୟ ଆଲୋଚନା ଚକ୍ର ଓ କବିତା ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାନର ସଭାପତି ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ଗହଣ ଦଳର ସର୍ଦ୍ଦାର ଲିଙ୍ଗରାଜ ଦାଶ , ଭଞ୍ଜମାଟିର ସମ୍ପାଦକ କାମରାଜୁ ସାହାଣି , ବରିଷ୍ଠ ଲେଖକ ରାମେଶ୍ଵର ପଟ୍ଟନାୟକ , ଫ୍ରେଣ୍ଡସ୍ କ୍ଲବ୍ ସମ୍ପାଦକ ମନୋଜ କୁମାର ପାତ୍ର ପ୍ରମୁଖ ଯୋଗ ଦେଇ ବୁଦ୍ଧ ପୂର୍ଣ୍ଣିମାର ମହତ୍ତ୍ବ ଓ ଆଧ୍ୟାତ୍ମିକ ତତ୍ତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥି ସହ କବିତା ଆସରରେ କବି ସୁରେଶ ଚନ୍ଦ୍ର ପାଢ଼ୀ , ପଦ୍ମ ଲୋଚନ ଗୌଡ଼, ଦ୍ୟୁତିକୃଷ୍ଣ ବିଶ୍ବାଳ, ପ୍ରଦିପ୍ତ ସାମନ୍ତରା , ଧ୍ରୁବ ପାଣିଗ୍ରାହୀ, ରାଜ ଗୋପାଳ ନାୟକ, ରାଜେଶ୍ବର ପାତ୍ର, ନିରଞ୍ଜନ ପାତ୍ର ପ୍ରମୁଖ ଯୋଗଦେଇ ସ୍ବ ସ୍ବ କବିତା ପାଠ କରିଥିଲେ । ପରିଶେଷରେ ପ୍ରତିଷ୍ଠାନର ବରିଷ୍ଠ ସଦସ୍ଯ ଖଲି ପରିଡ଼ା ଧନ୍ଯବାଦ ଅର୍ପଣ କରିଥିଲେ।