ଉମରକୋଟ ଠାରେ ସ୍ବେଛାସେବୀ ସଂସ୍ଥା “ହେଲ୍ପ ଲାଇନ” ର ବାର୍ଷିକ ଉତ୍ସବ ରେ କ୍ୟାବିନେଟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ………..

ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜ଼ିଲ୍ଲା ରେ କାର୍ଯ୍ୟରତ ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନ ର ୩୪ ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି | ଏହି ବାର୍ଷିକ ଉତ୍ସବ ରେ ମୁଖ୍ୟଅତିଥି ଭାବେ ଓଡିଶା ସରକାର ଙ୍କ କେବିନେଟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ବିନା କୌଣସି ଅନୁଦାନ ରେ ନବରଙ୍ଗପୁର ଜ଼ିଲ୍ଲା ରେ କାର୍ଯ୍ୟରତ ସ୍ବେଛାସେବୀ ଅନୁଷ୍ଠାନ “ହେଲ୍ପ ଲାଇନ” ପକ୍ଷରୁ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା,ବୃକ୍ଷ ରୋପଣ, ସଡ଼କ ସୁରକ୍ଷା, ବାଲ୍ୟ ବିବାହ ସଚେତନତା,ମେଧାବୀ ଛାତ୍ର, ଛାତ୍ରୀ ଙ୍କୁ ସମ୍ମାନିତ କରିବା ସହ ଉଚ୍ଚ ଶିକ୍ଷା ପାଇଁ ସହଯୋଗ, କିଶୋରୀ ମେଳା ନିଶା ନିବାରଣ ଆଦି କାର୍ଯ୍ୟକ୍ରମ ମାନ ଦୀର୍ଘ ୩୩ ବର୍ଷ ରୁ ଉର୍ଦ୍ଧ ହେବ ଜାରି ରହିଛି l ଏଥିପାଇଁ ସଂସ୍ଥାର ସମସ୍ତ କର୍ମକର୍ତ୍ତା ଙ୍କୁ ସାଧୁବାଦ ଦେବାସହ ଆଗାମୀ ଦିନରେ ଏଭଳି କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ | ସେହିପରି ମୁଖ୍ୟବକ୍ତା ଭାବେ ଓଡିଶା ର ସୁପ୍ରସିଦ୍ଧ କବି, ଲେଖକ, ସାହିତ୍ୟିକ ଡ଼କ୍ଟର ପ୍ରଦୀପ କୁମାର ମିଶ୍ର ଯୋଗଦେଇ ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ବନ ମୋୖତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ରକ୍ତଦାନ ଶିବିର,ଚକ୍ଷୁ ପରୀକ୍ଷା ଓ ମୋତିଆବିନ୍ଦୁ ଅସ୍ତ୍ରପଚାର ଶିବିର ଆଦି କରି ସଂସ୍ଥା ରାଜ୍ୟ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ମାନପତ୍ର ସହ ପୁରସ୍କୃତ ହୋଇଛି l ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଭାବେ ସଂସ୍ଥା କୁ ଫୋନ ଯୋଗେ ଧନ୍ୟବାଦ ଅର୍ପଣ କରିଛନ୍ତି | ଆଗାମୀ ଦିନ ମାନଙ୍କ ରେ ଆହୁରି ଅଧିକରୁ ଅଧିକ ସମାଜସେବା କାର୍ଯ୍ୟ ସହ ବୃକ୍ଷ ରୋପଣ କରିବାକୁ ଅନୁରୋଧ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥିଭାବେ ଜ଼ିଲ୍ଲା କ୍ରୀଡା ସଙ୍ଘର ଉପସଭାପତି ଏମ. ବାଳକୃଷ୍ଣ ରାଓ, ପୌର ପରିଷଦ ଉପାଧ୍ୟକ୍ଷ ସୁଧାଂଶୁ ଦାଶ, ଜ଼ିଲ୍ଲା କ୍ରିକେଟ ସଙ୍ଘ ର ସମ୍ପାଦକ ଅଶୋକ କୁମାର ନାୟକ, ଶଶାଙ୍କ ବେହେରା, ପ୍ରାକ୍ତନ ପ୍ରାଧ୍ୟପକ ଡ଼କ୍ଟର ପଙ୍କଜ ଲୋଚନ ମିଶ୍ର, ଶାନ୍ତନୁ ମହାପାତ୍ର, ପ୍ରମୁଖ ଯୋଗଦେଇ ସଂସ୍ଥା ର କାର୍ଯ୍ୟ କୁ ବହୁ ପ୍ରଶଂସା କରିଥିବା ବେଳେ, ସଂସ୍ଥା ର ସଭାପତି କୃଷ୍ଣ ପ୍ରସାଦ ପଟନାୟକ ସଭାପତିତ୍ୱ କରିଥିଲେ| ସଂସ୍ଥା ର ନିର୍ଦ୍ଦେଶକ ସମାଜସେବୀ ଦୁର୍ଗା ପ୍ରସାଦ ମଲ୍ଲିକ ବିବରଣୀ ପାଠ କରିବା ସହ ସମାଜସେବା ପାଇଁ ଆପଣ ମାନଙ୍କ ସହଯୋଗ କାମନା କରୁଅଛୁ ବୋଲି ନିଜ ଅଭିଭାଷଣ ରେ କହିଥିଲେ | କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ସମତେ ସମସ୍ତ ଅତିଥି ଙ୍କୁ ସମ୍ମାନିତ କରାଯାଇଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ କୁ ସଂସ୍ତାର ଉପସଭାପତି ଇଂ. ଚନ୍ଦନା ମଲ୍ଲିକ ପରିଚାଳନା କରିଥିଲେ | ଉପସ୍ଥିତ ସମସ୍ତ ଅତିଥି ଏବଂ ମନ୍ତ୍ରୀ ଶ୍ରୀ ଗଣ୍ଡ ବସ୍ତ୍ର ବଣ୍ଟନ କରିବା ସହ ମହିଳା ବ୍ୟାଡ଼ମିଣ୍ଟନ ଖେଳାଳି ମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ | ସମସ୍ତ କାର୍ଯ୍ୟକ୍ରମ ରେ ସମାଜସେବା ପାଇଁ ଆଗଭର ହୋଇ ଅଶୋକ କୁମାର ପାତ୍ର, ହମିଦା ବାନୁ, ରାକେଶ କୁମାର ନାୟକ, ରାକେଶ ସରକାର, ସତ୍ୟ ସବନ ଦାସ, ଅଞ୍ଜନା ବୈଦ୍ୟ, ସ୍ୱପ୍ନା ପାଣିଗ୍ରାହୀ, ଶରତ ପ୍ରଧାନ ପ୍ରମୁଖ ନୂତନ ସଭ୍ୟ ଭାବେ ଯୋଗ ଦେଇଥିଲେ| ବରିଷ୍ଠ ସଭ୍ୟା ଅବସରପ୍ରାପ୍ତ ଟୀକାକାରଣ ଅଧିକାରୀ କୁସମ ନାୟକ, ସାଇକୃତି ପଣ୍ଡା ସମେତ ସମସ୍ତ ସଭ୍ୟ ସଭ୍ୟା ସହଯୋଗ କରିଥିଲେ | ଶେଷରେ ସଂସ୍ଥା ର ଉପଦେଷ୍ଟା ଶ୍ରୀନିବାସ ପଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |