April 24, 2025

ଦିନିଆରି ଠାରେ ଶ୍ରୀ ଶ୍ରୀ ଭାଗବତ ବାସୁଦେବ ଙ୍କ ପଞ୍ଚଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ..

Share

 

 

ଖୋର୍ଦ୍ଧା(ପ୍ରିୟଙ୍କା ମହାପାତ୍ର)ବେଗୁନିଆ ବ୍ଲକ ପୋଡାଡ଼ିହ ପଞ୍ଚାୟତ ଦିନିଆରି ଠାରେ ଶ୍ରୀ ଶ୍ରୀ ଭାଗବତ ବାସୁଦେବ ଙ୍କ ପଞ୍ଚଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଓଡ଼ିଶାର ପ୍ରତିଷ୍ଠିତ ଗାୟିକ ଓ ଗାୟିକା ମାନେ ଯୋଗଦାନ କରି ଓଡ଼ିଶୀ ସଂକୀର୍ତ୍ତନ ପରିବେଷଣ କରି ସମସ୍ତ ସ୍ରୋତା ମାନଙ୍କୁ ପ୍ରଭୁକଥା ଶୁଣାଇ ମନ୍ତ୍ରମୁଗ୍ଧ କରିଥିଲେ।କାର୍ଯ୍ୟକ୍ରମ କୁ ସରସ ସୁନ୍ଦର କରିବାରେ ଗାୟିକା ମନୋରମା ବେହେରା ,ଗାୟକ ଗଣେଶ ନିଶଙ୍କ,ଲକ୍ଷ୍ମୀଧର ପଣ୍ଡା,ପ୍ରଶାନ୍ତ କୁମାର ବେହେରା,ଶେଷଦେବ ବେହେରା,ଅଭିଜିତ ହୋତା,ଗୁଣନିଧି ସାମନ୍ତ ଓ ଗୌରାଙ୍ଗ ସାମନ୍ତ ଆଦି ସହଯୋଗ କରିଥିଲେ।ପୂର୍ବତନ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ସାହୁ,ବିଧାୟକ ପ୍ରଦୀପ କୁମାର ସାହୁ,ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି,ଜିଲ୍ଲା ପରିଷଦ ସଭ୍ୟ ପ୍ରକାଶ ଚନ୍ଦ୍ର ସାହୁ,ଦିଲୀପ କୁମାର ମହାଭୋଇ,ପୂର୍ବତନ ସରପଞ୍ଚ ସୁଦର୍ଶନ ମାଣିକ ଓ ସନ୍ତୋଷ ମାଣିକ,ଇଞ୍ଜିନିୟର ସଦାନନ୍ଦ ମଲ୍ଲିକ,ସମାଜ ସେବୀ ସଦାନନ୍ଦ ମହାପାତ୍ର ଯୋଗଦେଇ ବୁଡି ଯାଉଥିବା ଓଡ଼ିଶୀ ସଙ୍କୀର୍ତ୍ତନ କୁ ଉଜ୍ଜୀବିତ କରି ରଖିବା ର ପ୍ରୟାସ ପାଇଁ ଯୁବ ଗୋଷ୍ଠୀ ଙ୍କୁ ଭୂୟସୀ ପ୍ରଶଂସା କରି ଭାଗବତ ବାସୁଦେବ ଙ୍କ ଆଶିଷ ଗ୍ରଣହ କରିବା ସହିତ ସମସ୍ତ କର୍ମକର୍ତ୍ତା ଓ ଗ୍ରାମର ମଙ୍ଗଳ ନିମିତ୍ତ ପ୍ରାର୍ଥନା କରିଥିଲେ।