ଉମରକୋଟ ସ୍ମୁତି ରେ ମୋ କର୍ମ ଓ ମୋ କର୍ମ ଭୂମି ଶୀର୍ଷକ ଆଲଚନାଚକ୍ର ଓ ବିଡ୍ରି ଠାକୁରାଣୀ ପୀଠ ରେ ବ୍ଲକ୍ ସ୍ତରୀୟ ଶିକ୍ଷକ ସମ୍ମିଳନୀ ଅନୁଷ୍ଠୀତ……..
ଉମରକୋଟ:ନବରଙ୍ଗପୁର ଜିଲ୍ଲାରଉମରକୋଟ ବ୍ଳକ୍ ରେ ୨୦୧୩ ମସିହାରେ ନିଯୁକ୍ତି ପ୍ରାପ୍ତ ଶିକ୍ଷକ ସଂଗୋଷ୍ଠୀ ଆନୁକୁଲ୍ୟରେ ଏକ ବ୍ଳକ୍ ସ୍ତରୀୟ ଶିକ୍ଷକ ସମ୍ମିଳନୀ ଧୋଡ୍ରା ନିକଟସ୍ଥ ଶ୍ରୀ ଶ୍ରୀ ବିଡ୍ରି ଠାକୁରାଣୀ ମନ୍ଦିର ପରିସରରେ ଥିବା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସମାଜସେବା ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସମାଜସେବୀ ତଥା ଶିକ୍ଷକ ସମୀର କୁମାର ପ୍ରଧାନଙ୍କ ସଂଯୋଜନା କ୍ରମେ ଏହି ଶିକ୍ଷକ ବନ୍ଧୁ ସମ୍ମିଳନୀ ରେ ବ୍ଳକର ୨୦୧୩ ମସିହା ସଂଗୋଷ୍ଠୀର ୩୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ।ପ୍ରାରମ୍ଭରେ ଶିକ୍ଷକ କାହ୍ନୁ ଚରଣ ମିଶ୍ର ମଞ୍ଛାସୀନ ଅତିଥି ମାନଙ୍କୁ ସ୍ୱାଗତ ଜଣାଇ ଅଭିଭାଷଣ ପ୍ରଦାନ କରିଥିଲେ। ଉଦ୍ଘାଟନୀ ସଂଗୀତ ବନ୍ଦେ ଉତ୍କଳ ଜନନୀ ରାଷ୍ଟ୍ରଗାନ ପରିବେଷଣ ପରେ ଶିକ୍ଷକ ଧନେଶ୍ଵର ପୁହାଣ ସମ୍ମିଳନୀର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶିକ୍ଷକ ଶଶାଙ୍କ ଶେଖର ମଣ୍ଡଳଙ୍କ ସଂଯୋଜନା କ୍ରମେ ଶିକ୍ଷକ ସୌଭାଗ୍ୟ କୁମାର ରଥ, ରାମଚନ୍ଦ୍ର ପ୍ରଧାନ, ଗୌରୀଶଙ୍କର ପୃଷ୍ଟି ଏବଂ ଶିକ୍ଷୟିତ୍ରୀ ସ୍ମୃତିରେଖା ରାଉତଙ୍କୁ ସମ୍ମିଳନୀରେ ଉତ୍ତରୀୟ, ସ୍ମୃତି ଫଳକ ଏବଂ ଔଷଧୀୟ ଚାରା ବୃକ୍ଷ ଦେଇ ମଞ୍ଚାସୀନ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ସମସ୍ତ ଉପସ୍ଥିତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଚନ୍ଦନ, ସିନ୍ଦୂର,ହଳଦୀ ଟିକା ଲଗାଇ ଏବଂ ବନ୍ଧୁତା ପିଂତା ଓ ବ୍ୟାଜ୍ ପିନ୍ଧାଇ ସ୍ୱାଗତ କରାଯାଇଥିଲା।ମଞ୍ଚାସୀନ ଥିଲେ ଶିକ୍ଷକ ଧନେଶ୍ଵର ପୁହାଣ, କାହ୍ନୁଚରଣ ମିଶ୍ର, ହୃଷିକେଶ ସାହୁ, ମାନସ ରଞ୍ଜନ ନାୟକ,ଅତିସ ରଞ୍ଜନ ମହାପାତ୍ର, ପୂର୍ଣଚନ୍ଦ୍ର ରାଉତ, ଶଶାଙ୍କ ଶେଖର ମଣ୍ଡଳ ଏବଂ ଶିକ୍ଷୟିତ୍ରୀ ପୁଷ୍ପଲତା ରାଉତରାୟ। ଏହି ଅବସରରେ ସ୍ମୃତିରେ ମୋ କର୍ମ ଓ କର୍ମଭୂମି ଶୀର୍ଷକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା। ବକ୍ତାମାନେ ନିଜସ୍ୱ ଅଭିଭାଷଣ ରେ କହିଥିଲେ ଯେ ଶିକ୍ଷାଦାନ ଏକ ମହାନ ପୁଣ୍ୟ କର୍ମ ଏବଂ ଶିକ୍ଷକତା ହେଉଛି ଏକ ପବିତ୍ର ବୃତ୍ତି।ଏହି ବୃତ୍ତିରେ ସଂପ୍ରତି ଅନେକ ଅସମାନତା, ବୈଷମ୍ୟ ଓ ବୃତ୍ତିଗତ ସମସ୍ୟା ରହିଥିବାରୁ ତାହାକୁ ସରକାର ଓ ସରକାରୀ କର୍ମଚାରୀ ମିଳିତ ଭାବେ ସମାଧାନ କରିବା ପାଇଁ ଆଗେଇ ଆସିବା ଉଚିିତ। ପ୍ରତିବର୍ଷ ଏହିଭଳି ସମ୍ମିଳନୀ ଆୟୋଜନ କରାଯାଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ବୃତ୍ତିଗତ ସମସ୍ୟା ସମାଧାନ ପାଇଁ ପନ୍ଥା ନିର୍ଧାରଣ କରିବାକୁ ସମ୍ମିଳନୀ ରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିସହିତ ଶିକ୍ଷକ ସମାଜ ତରଫରୁ ବିଭିନ୍ନ ସ୍ଥାନରେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସମ୍ମିଳନୀ ରେ ପ୍ରସ୍ତାବ ନିଆଯାଇଛି। ଶିକ୍ଷକ ହୃଷିକେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ମିଳନୀକୁ ସଫଳ କରିବାରେ ସର୍ବଶ୍ରୀ ଜଗବନ୍ଧୁ ବଡଶେଠ, ନୀଳକଣ୍ଠ ଚମ୍ପତି ଓ ନୀଳମଣି ଶ ପ୍ରମୁଖ ସହଯୋଗ କରିଥିଲେ।(ଏମ୍.ଦିନା°ଶୁ ଆଚାରୀ)