ଉମରକୋଟ ଭାଲୁଗୁଡା ଠାରେ ବି.ଜେ.ପି ର ମିଶ୍ରଣ ପର୍ବ ଅନୁଷ୍ଠିତ….
ଉମରକୋଟ:-ରବିବାର ସକାଳ୯ଘଣ୍ଟିକା ସମୟରେ ଉମରକୋଟ ଭାଲୁଗୁଡା ଠାରେ ଏକ ବି.ଜେ.ପି. ର ମିଶ୍ରଣ ପର୍ବ ଆୟୋଜନ କରାଯାଇଥିଲା ।
ଏହି ମିଶ୍ରଣ ପର୍ବରେ ରାଇଘର ମଣ୍ଡଳ ର ପାରୁଆ ପଞ୍ଚାୟତ ର ବହୁ କଂଗ୍ରେସ ଓ ବିଜେଡି କର୍ମୀ ଆସି ବିଜେପି ରେ ମିସିଥିଲେ ।
ଗତ ଦଶ ବର୍ଷ ହେଲା ନରେନ୍ଦ୍ର ମୋଦିଙ୍କ ସୁଶାସନ ବ୍ୟବସ୍ତା ଭାରତୀୟ ଜନତା ପାର୍ଟି ର ବର୍ତ୍ତମାନ ଦେଶ ପାଇଁ ଅତି ଆବଶ୍ୟକ ହୋଇ ପଡିଥିବା ପ୍ରଶାସନିକ ନୀତି ନିୟମ ର ଆବଶ୍ୟକତା ଓ ଆମ ଅଞ୍ଚଳର ବିଜେପି ବିଧାୟକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଙ୍କ ଦୀର୍ଘ ପାଞ୍ଚବର୍ଷ ସଦା ସର୍ବଦା ନିରନ୍ତର ଭାବରେ ଅଞ୍ଚଳର ଉନ୍ନତି ପାଇଁ ଲୋକଙ୍କ ସହିତ ଯୋଡିତ ରହୁଥିବା ଓ ବିଧାନ ସଭାରେ ଅଞ୍ଚଳର ବିକାଶ ପାଇଁ ପ୍ରଶ୍ନ କରୁଥିବା ଦେଖି ।
ରାଜ୍ୟରେ ୨୫ବର୍ଷ ର ଶାସନ ରେ ଭ୍ରଷ୍ଟାଚାର ଓ ଦୁର୍ନୀତି ରେ ରାଜ୍ୟ ସରକାର ଙ୍କ ପ୍ରତି ଅସନ୍ତୁସ୍ଟ ହୋଇ ଏବଂ ନରେନ୍ଦ୍ର ମୋଦିଙ୍କ ଓଡିଶା ବିକାଶ ଗ୍ୟାରେଣ୍ଟି କଥା କୁ ଆଖି ଆଗରେ ରଖି ବିଧିବଦ୍ଧ ଭାବେ bjp ରେ ସାମିଲ ହୋଇଛନ୍ତି ।
ଏହି ମିଶ୍ରଣ ପର୍ବ ରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଦଳୀୟ ଟୋପି ଓ ଉତ୍ତରିୟ ପ୍ରଦାନ କରି ନୂତନ ଅତିଥି ଙ୍କୁ ସନ୍ମାନିତ କରିଥିଲେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ରମେଶଚନ୍ଦ୍ର ସାହୁ, ଉମରକୋଟ ବିଧାନସଭା ସଂଯୋଜକ ଶୁରେସ ଆଚାର୍ଯ୍ୟ, ନିର୍ବାଚନ ମଣ୍ଡଳୀ ପ୍ରଭାରି ସୀମାଞ୍ଚଳ ମଲ୍ଲିକ, ରାଇଘର ମଣ୍ଡଳ ସଭାପତି ମନୋହର ଦଣ୍ଡସେନା , ସନ୍ତୋଷ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ କୁମାର ପାଢୀ, ଜିଲ୍ଲା ସଂମ୍ପାଦକ ରାମ ନାୟକ, ଏବଂ ଉମରକୋଟ ନଗରମଣ୍ଡଳର ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । (ଏମ୍ ଦିନା°ଶୁ ଆଚାରୀ)