March 12, 2026

ଗଜପତି ଜିଲ୍ଲା ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆଡାବା ଅଙ୍ଗନୱାଡ଼ି କେନ୍ଦ୍ର ଠାରେ “ବିଶ୍ଵ ପୃଥିବୀ ଦିବସ” କାର୍ଯ୍ୟକ୍ରମ ଅନୁଷ୍ଠିତ 

IMG-20230423-WA0013
Share

 

ପାରଳାଖେମୁଣ୍ଡି:୨୩/୪(ଗରୁଡ଼ ଧ୍ଵଜ ଚୌଧୁରୀ)

ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଆଡାବା ଗ୍ରାମ ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ “ବିଶ୍ଵ ପୃଥିବୀ” ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ଅନୁଷ୍ଠିତ ଏକ ସଚେତନତା କାର୍ଯ୍ୟକ୍ରମରେ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ପିଏଚଇଓ: ମମତା ପାଢ଼ୀ ସଂଯୋଜନା କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ କହି ପରିବେଶ ପ୍ରଦୂଷଣର ପ୍ରଭାବ ଓ ତାର ସୁରକ୍ଷାଦିଗରେସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି ବୋଲିକହିଥିଲେଅନ୍ୟମାନଙ୍କମଧ୍ୟରେଏହିକାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ କେନ୍ଦ୍ରର ଡ଼ାଃ ମିଲନ ଅଧିକାରୀ , ଡ଼ାଃ ଲିପ୍ସା ମିଶ୍ର ଏବଂ ସିଏଚଓବି.କଲ୍ୟାଣୀ ପ୍ରମୁଖ ମଞ୍ଚାସିନ ରହି ମୁଖ୍ୟତଃ ପରିବେଶ ପ୍ରଦୂଷଣ ଯେଭଳି ଭାବେ ବଢ଼ିଚାଲିଛି ।ସେ ଦିଗ ପ୍ରତି ସମସ୍ତେ ସଚେତନ ହେବା ନିହାତି ଜରୁରୀ ।ସାଂପ୍ରତିକ ସ୍ଥିତିରେ ମନୁଷ୍ୟ ଯେତେ ଆଗକୁ ଗଲେ ମଧ୍ୟ ବିନା ପୃଥିବୀରେ ତାର କୌଣସି ସତ୍ତା ନାହିଁ ।ତେଣୁଆଗାମୀ ପିଢ଼ି ବିଶ୍ଵ ପରିବେଶ ଓ ପୃଥିବୀ ଦିବସ ପାଳନ ସମ୍ପର୍କରେ ଅବଗତ ହେବା ଅତ୍ୟନ୍ତ ଜରୁରୀ ଏବଂ ଆଜିର ଦିନରେ ଆମେ ସମସ୍ତେ ଏକାଠି ହୋଇ ପୃଥିବୀ ପ୍ରତି ଆମର ଦାୟିତ୍ଵ ସମ୍ପର୍କରେ ଅବଗତ ହୋଇ ସମର୍ଥନକୁ ପ୍ରଦର୍ଶନ କରିବା ସହ ତାହାର ସୁରକ୍ଷା ପାଇଁ ସଂକଳ୍ପ ବଦ୍ଧ ହେବା ବୋଲି କହି ସଚେତନ କରାଇ ଥିଲେ ଉପସ୍ଥିତ ମଞ୍ଚାସିନ ଅତିଥିମାନେଏହିକାର୍ଯ୍ୟକ୍ରମରେସଚେତନତାଶୋଭାଯାତ୍ରାବାହାରିବାସହବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଗୋଷାଣୀ ବ୍ଲକର ଆଡ଼ାବା , ରାଜପୁର ଓ ନରହରିପୁର ଗ୍ରାମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବହୁ ସଂଖ୍ୟାରେ ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କ ସମେତ ଗ୍ରାମର ମହିଳା ମାନେ ଯୋଗ ଦେଇଥିଲେ ।