March 12, 2026

ଅଙ୍ଗନବାଡି କେନ୍ଦ୍ର ରେ ସଚେତନତା କାର୍ଯ୍ୟକ୍ରମ

IMG-20230423-WA0000
Share

 

ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ସହର ସ୍ଥିତ ଆଖଡ଼ାବନ୍ଧ ଅଙ୍ଗନବାଡି କେନ୍ଦ୍ର ରେ ମଧ୍ୟ ଗଞ୍ଜାମ ବ୍ଲକ ତରଫରୁ ବାଲ୍ୟ ବିବାହ ନିରାକରଣ ନେଇ ବ୍ଲକ ସ୍ତରୀୟ ସଚେତନତା କୁ ନେଇ ଗତ 17ତାରିଖରୁ 23 ତାରିଖ ପର୍ଯ୍ୟନ୍ତ

ଅକ୍ଷୟ ତୃତୀୟା ଉପଲକ୍ଷେ ଏକ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ଜାରି ରହିଛି l ବିଡ଼ିଓ ଜସ୍ମିନ ପ୍ରଧାନ ଓ ସିଡିପିଓ ସଲୀଳା ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ୱାବାଧାନରେ ବ୍ଲକ ର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ସଚେତନତା ସଭା ଏବଂ ବିଭିନ୍ନ ଗ୍ରାମରେ ଶୋଭାଯାତ୍ରା କରାଯାଇ ପ୍ଳାକାର୍ଡ ଓ ବାଲ୍ୟ ବିବାହ ସମ୍ପର୍କିତ ବିଭିନ୍ନ ନାରା ଦିଆଯାଇ ସଚେତନତା ସୃଷ୍ଟି କରାଯାଉଛି l ଗଞ୍ଜାମ ବ୍ଲକ ରେ ଏକ ସଚେତନତା ସଭାରେ ଏହାର ଶୁଭାରମ୍ଭ କରାଯାଇଥିବା ବେଳେ ହୁମ୍ମା ଅଙ୍ଗନବାଡି କେନ୍ଦ୍ର ରେ ଏହି କାର୍ଯ୍ୟକ୍ରମ ରେ ସିଡିପିଓ ଶ୍ରୀମନ୍ତୀ ପ୍ରଧାନ ଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା ପରେ ରାଲୀ ଓ ଶପଥ ମଧ୍ୟରେ ଜନ ସଚେତନତା ସୃଷ୍ଟି କରାଯାଇଛି l ମହିଳା ଓ କିଶୋର କିଶୋରୀ ମାନଙ୍କୁ ନେଇ ଏହି ପ୍ରଥା ର କୁପ୍ରଭାବ ସମ୍ପର୍କରେ ସ୍ଥାନୀୟ କର୍ମୀ ମାନେ ସଚେତନତା ସୃଷ୍ଟି କରିଛନ୍ତି l

ସେହିପରି ପ୍ରତ୍ୟେକ ସୁପରଭାଇଜର ଓ ଅଙ୍ଗନବାଡି କର୍ମୀ ମାନେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ଓ ଗ୍ରାମାଞ୍ଚଳ ମାନଙ୍କରେ ମହିଳା ସ୍ୱୟଂ ସାହାୟିକା ଗୋଷ୍ଟି, ଜନ ପ୍ରତିନିଧି,କୁଳ ମୁଖିଆ, ଗ୍ରାମ୍ୟ ଭଦ୍ରବ୍ୟକ୍ତି, କିଶୋର କିଶୋରୀ ମାନଙ୍କୁ ନେଇ ଶପଥ ପାଠ କରାଇବା ସହ ବାଲ୍ୟ ବିବାହ ର ଅପକାରିତା ସମ୍ପର୍କରେ ସୂଚିତ କରାଯାଇ ଏହି କୁ ପ୍ରଥା ରେ ରୋକ ଲଗାଇବା ନେଇ ପ୍ରୟାସ କରାଯାଉଥିବା ଲକ୍ଷ କରାଯାଉଛି l ବାଲ୍ୟ ବିବାହ କରିବା ଓ କରାଇବା ଏକ ଦଣ୍ଡନୀୟ ଅପରାଧ l ବାଲ୍ୟ ବିବାହ କରୁଥିବା ଓ କରାଉଥିବା ବ୍ୟକ୍ତି ମାନଙ୍କୁ ଆଇନ ଅନୁଯାଇ ରହିଥିବା ଦଣ୍ଡ ବିଧାନ, କରା ବରଣ ଓ ଅର୍ଥଦଣ୍ଡ ସମ୍ଭନ୍ଧ ଏବଂ ଏହାର କୁପରିଣତି ସମ୍ପର୍କରେ ଅଞ୍ଚଳବାସୀ ଙ୍କୁ ଅବଗତ କରାଯାଉଥିବା ଦେଖିବାକୁ ମିଳିଛି l ସେହିପରି ସିଡିପିଓ କାର୍ଯ୍ୟାଳୟ ତରଫରୁ ନିର୍ଭୟା କଢି, ଅଦ୍ଵିକା କାର୍ଯ୍ୟକ୍ରମ ଜରିଆରେ ବ୍ଲକରେ ବାଲ୍ୟ ବିବାହ ରୋକିବା ନେଇ ଅହରହ ପ୍ରୟାସ

ଜାରି ରହିଥିବା ପରିଲକ୍ଷିତ ହେଉଛି l

ଏହି ପ୍ରଥା ବ୍ଲକ ରେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଏକ ସୁସ୍ଥ ସମାଜ ଗଠନ କରବା ପାଇଁ ସମସ୍ତେ ପ୍ରୟାସ କରିବା ଆବଶ୍ୟକ ନେଇ ସିଡିପିଓ ସଲୀଳା ପ୍ରଧାନ ଆହ୍ୱାନ ଦେଇଛନ୍ତି l