March 25, 2025

୧୯୯୧ ମସିହା ମ୍ୟାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଅନୁଷ୍ଠିତ

Share

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ବ୍ଳକରେ ଥିବା ବାଛରା ଗ୍ରାମର ଭୂୟାଁଣୀ ମନ୍ଦିର ପରିସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ୟୁପି ସ୍କୁଲ,ଏମ୍ ଇ ସ୍କୁଲ ଓ ହାଇସ୍କୁଲ ର ଛାତ୍ରଛାତ୍ରୀ ମାନଙ୍କର ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ପରିବାର କୁ ନେଇ ଯୋଗ ଦେଇ ଥିଲେ ଅନେକ ଛାତ୍ର ଛାତ୍ରୀ। ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଅତିଥି ଭାବେ ଯୋଗଦେଇ ଦ୍ଵିପ ପ୍ରଜ୍ବଳନ କରିଥିଲେ I ଗୁରୁମାନଙ୍କୁ ପୂଜନ ଓ ଫୁଲମାଳ, ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା | ଗୁରୁ ମାନଙ୍କ ମଧ୍ୟରେ ପବିତ୍ର ମୋହନ ସାମନ୍ତରା,ତାରେଶ୍ଵର ସ୍ୱାଇଁ, ତ୍ରିନାଥ ପ୍ରଧାନ, ସସ୍ମିତା ଦାସ, ଅମ୍ବିକା ପ୍ରସାଦ ପଟ୍ଟନାୟକ, ଦ୍ଵାରିକା ନାଥ ସେନ ଯୋଗଦେଇଥିଲେ | ଦିର୍ଘ ୩୩ବର୍ଷ ଧରି ଏହି ବନ୍ଧୁ ମିଳନ ଉତ୍ସବ ପାଳିତ ହୋଇ ଆସୁଛି। ଏହି କାର୍ଯ୍ୟକ୍ରମକୁ ପର୍ଶୁରାମ ବରାଳ,ପ୍ରମୋଦ ସାହୁ, ବିଭୂତି ପ୍ରସାଦ ପ୍ରଧାନ, ଅଶୋକ ବଳିୟାର ସିଂ,ଗ୍ୟାନେନ୍ଦ୍ର କୁମାର ନାୟକ ଓ ପ୍ରତିମା ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ | ପରିଶେଷରେ ନିଜ ନିଜ ଭିତରେ ନାଚଗୀତ ର ଆସର ଜମିଥିଲା ।