March 27, 2025

ଆଇଏଫଟିୟୁର ଦୁଇ ଦିନିଆ ଶିକ୍ଷା ଶିବିର ଉଦଯାପିତ..

Share

 

*ଶହୀଦ ଦିବସ ପାଳନ ସହ ଶ୍ରମ ଅଧିକାର ଲାଗି ଲଢେଇ ପାଇଁ ନିଷ୍ପତ୍ତି*

 

ବ୍ରହ୍ମପୁର-(23/03/25) ସର୍ବ ଭାରତୀୟ ଶ୍ରମିକ ସଂଗଠନ ଇଣ୍ଡିଆନ ଫେଡ଼ରସନ ଅଫ ଟ୍ରେଡ଼ ୟୁନିଅନ (ଇଫଟୁ) ଓଡିଶା ରାଜ୍ୟ କମିଟି ତରଫରୁ ଦୁଇ ଦିନିଆ ଶିକ୍ଷା ଶିବିର ସ୍ଥାନୀୟ ଏନଜିଓ ହଲ ପରିସର ରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ଶିକ୍ଷା ଶିବିରକୁ ଆଇଏଫଟିୟୁର ସର୍ବ ଭାରତୀୟ ସଭାନେତ୍ରୀ କମ୍ରେଡ ଅପର୍ଣ୍ଣା ଉଦଘାଟନ କରିଥିଲେ । ସଂଗଠନର ଉପସଭାପତି କମ୍ରେଡ ପି. ପ୍ରସାଦ ବକ୍ତା ଭାବେ ଯୋଗଦେଇ ଦେଶରେ ଶ୍ରମିକ ଆନ୍ଦୋଳନର ଇତିହାସ ଓ ଏକ ବିପ୍ଳବୀ ଟ୍ରେଡ଼ ୟୁନିଅନ ଭାବେ ଆଇଏଫଟିୟୁର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ I ସଂଗଠନର ସର୍ବଭାରତୀୟ ସମ୍ମିଳନୀରେ ଗୃହୀତ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ସହ ଓଡ଼ିଶାରେ ଆଗାମୀ ଏକ ବର୍ଷ ପାଇଁ କାର୍ଯ୍ୟଖସଡା ଉପରେ ଚର୍ଚ୍ଚା କରାଯାଇଥିଲା।ଳ । ଏକ ଲଢୁଆ ସଂଗଠନ ଭାବେ ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ଆଉଟସୋର୍ସିଙ୍ଗ,ସ୍କିମ ୱାର୍କର, କୋଠାବାଡି ଶ୍ରମିକ ଓ ମହିଳା ଶ୍ରମିକ ମାନଙ୍କ କ୍ଷେତ୍ରରେ ଆଇଏଫଟିୟୁ କାର୍ଯ୍ୟ କରୁଥିବା ବେଳେ ଆଗାମୀ ଦିନରେ ଓଡିଶାରେ ବିଭିନ୍ନ ଶିଳ୍ପ କାରଖାନା ଓ ଅନ୍ୟ ଅସଗଠିତ କ୍ଷେତ୍ରରେ ମଧ୍ୟ ସଂଗଠନ କାର୍ଯ୍ୟକୁ ଆଗକୁ ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଥିଲା I ସର୍ବଭାରତୀୟ ଦାବୀ ମଧ୍ୟରେ ଶ୍ରମିକ ଓ କର୍ମଚାରୀମାନଙ୍କୁ ସର୍ବନିମ୍ନ ମଜୁରୀ ମାସିକ ୨୬,୦୦୦ ଟଙ୍କା, ସମାନ କାମକୁ ସମାନ ଦରମା, ଠିକା ଓ ଆଉଟସୋର୍ସିଙ୍ଗ ପ୍ରଥାର ବିଲୋପ କରିବା, ଚାକିରୀର ସୁରକ୍ଷା, ଖଣି ଓ ଶିଳ୍ପ ଶ୍ରମିକମାନଙ୍କ ବିଭିନ୍ନ ଦାବୀ, କାର୍ଯ୍ୟକ୍ଷେତ୍ରରେ ମହିଳା କର୍ମଚାରୀ-ଶ୍ରମିକମାନଙ୍କୁ ସୁରକ୍ଷା, ଶ୍ରମିକ ବିରୋଧୀ ଶ୍ରମ ସଂହିତାର ବାତିଲ ଭଳି ଦାବୀ ଗୁଡିକୁ ନେଇ ଆନ୍ଦୋଳନ କରିବାକୁ ଆହ୍ୱାନ ଦିଆଯାଇଥିଲା I ଉକ୍ତ ଶିକ୍ଷା ଶିବିରରେ ରାଜ୍ୟ କମିଟିର କର୍ମକର୍ତ୍ତାଙ୍କ ସହ ଆଇଏଫଟିୟୁ ଅନୁବନ୍ଧିତ ବିଭିନ୍ନ କର୍ମଚାରୀ ଓ ଶ୍ରମିକ ୟୁନିଅନର କାମକର୍ତ୍ତାମାନେ ଯୋଗ ଦେଇଥିଲେ I

ଆଜି ଦେଶର ସ୍ଵାଧୀନତା ସଂଗ୍ରାମର ତିନି ମହାନ୍ ଯୋଦ୍ଧା ଭଗତ୍ ସିଂ, ସୁଖଦେବ ଓ ରାଜଗୁରୁଙ୍କ ଶହୀଦ ଦିବସ ଅବସରରେ ଶହୀଦଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ସହ ଶହୀଦମାନଙ୍କ ବିଚାର ଓ ବଳିଦାନର ସ୍ମୃତିଚାରଣ କରାଯାଇଥିଲା I ଶହୀଦ ଭଗତ୍ ସିଂ କେବଳ ଦେଶର ହିଁ ନୁହେଁ ବରଂ ଶ୍ରମିକ ଶ୍ରେଣୀର ମଧ୍ୟ ମହାନ୍ ନାୟକ ଥିଲେ ବୋଲି ପି ପ୍ରସାଦ କହିଥିଲେ । ୮ ଏପ୍ରିଲ ୧୯୨୯ ମସିହାରେ ବ୍ରିଟିଶ ଉପନିବେଶବାଦୀ ସରକାରଙ୍କ ଶ୍ରମିକ ବିରୋଧୀ ଟ୍ରେଡ ଡିସପ୍ୟୁଟ୍ ବିଲ୍ ଓ ପବ୍ଳିକ୍ ସେଫ୍ଟି ବିଲକୁ ବିରୋଧ କରି ଭଗତ୍ ସିଂ ଓ ତାଙ୍କ ସାଥି ବଟୁକେଶ୍ଵର ଦତ୍ତ ତତ୍କାଳୀନ ଏସେମ୍ଵି୍ଳିରେ ବୋମା ପକାଇ ପ୍ରତିବାଦ କରିଥିଲେ ବୋଲି କହିଥିଲେ । କାର୍ଯ୍ୟକ୍ରମର ଶେଷ ଦିନରେ ଏଆଇକେଏମଏସର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ ନିଜର ବକ୍ତବ୍ୟ ରଖି ଆଇଏଫଟିୟୁ ନେତୃତ୍ୱରେ ଓଡ଼ିଶାର ଶ୍ରମିକ ଶ୍ରେଣୀ ମଧ୍ୟରେ ବିପ୍ଳବୀ ଟ୍ରେଡ ୟୁନିଅନ୍ ଆନ୍ଦୋଳନ ଗଢି ତୋଳିବାକୁ ଆହ୍ବାନ ଦେଇଥିଲେ । ଆଇଏଫଟିୟୁର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ, ରାଜ୍ୟ କମିଟି ସଭ୍ୟ ପ୍ରଶାନ୍ତ ପରିଛା, ପି. ରମେଶ ରାଓ, ଉତ୍ତମ ନାୟକ, ସଂଯୁକ୍ତା ନାୟକ, ବିଚିତ୍ର ସାହୁ, ପ୍ରେମାନନ୍ଦ ସାହୁ, ରୁବି କୁମାରୀ ପାଇକ, ନମିତା ନାୟକ, ବିନାୟକ ପତି, ରାଧିକା ବିଶୋଇ, ବିକ୍ରମ ବିଷୋୟୀ, କେ. ଦାନ୍ନାମା, ପ୍ରଦୀପ ପାତ୍ର, ରାହୁଲ ନାୟକ, ସୁଦେଷ୍ଣା ନାୟକ, ଶୈଳ ମଲ୍ଲିକ, ଧନେଶ୍ୱର ନାୟକ, ପି. କ୍ରିଷ୍ଣା, ଦିଗାମ୍ବର ବାଘ, କାମଦେବ ନାୟକ, ସାନୁ ମାରି ପ୍ରମୁଖଙ୍କ ନେତୃତ୍ୱରେ ଦୁଇ ଦିନିଆ ଶିକ୍ଷା ଶିବିର ସଫଳ ହୋଇଥିଲା I

 

ନିବେଦନ ସହ

*ପ୍ରତାପ ଚନ୍ଦ୍ଧ ପ୍ରଧାନ*

ଆଇଏଫଟିୟୁ

ଓଡିଶା ରାଜ୍ୟ କମିଟି

ଫୋନ ନଂ : 9337022601