November 22, 2024

ମୋହନା ଏନ୍ ଏ ସି କ୍ରିୟାନୁଷ୍ଠାନ କମିଟି ସଦସ୍ୟ ମିଶିବେ ୫- ଟି ଅଧ୍ୟକ୍ଷ ପାଣ୍ଡିଆନଙ୍କୁ …

Share

ମୋହନା – ଗଜପତି ଜିଲ୍ଲା ମୋହନା ବ୍ଲକ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ବ୍ଲକ। ରାଜ୍ୟ ରାଜଧାନୀ ରୁ ସୁଦୂର କୋରାପୁଟ କୁ ଏହି ଜାତୀୟ ରାଜପଥ ଦେଇ ଦୈନିକ ଶହ ଶହ ଯାନବାହନ ଚଳାଚଳ କରୁଛି। ଏହା ସଙ୍ଗେ ଦୈନିକ ମନ୍ତ୍ରୀ ଠୁଁ ଆରମ୍ଭ କରି ବଡ ବଡ ସରକାରୀ କର୍ମଚାରୀ ମଧ୍ୟ ଯିବା ଆସିବା କରନ୍ତି। ଗଜପତି ଜିଲ୍ଲା ଅନ୍ତର୍ଗତ ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଟେ। ସ୍ଥାନୀୟ ବ୍ଲକରେ ବାସ କରୁଥିବା ଜନସାଧାରଣ ମୋହନା ବଜାର ଉପରେ ନିର୍ଭର କରି ଚଳୁଥିବା ପ୍ରକାଶ ନିର୍ବାଚନ ଘୋଷଣା ହେବା ପୂର୍ବରୁ ମୋହନା ଏନ୍ ଏ ସି କ୍ରିୟାନୁଷ୍ଠାନ କମିଟି ଚବିଶି ଘଣ୍ଟିଆ ବନ୍ଦ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରିବା ସହ ବ୍ଲକ ସମ୍ମୁଖରେ କିଛି ଘଣ୍ଟା ପାଇଁ ପ୍ରତୀକ ଧାରଣା ଦେଇଥିଲେ। କିନ୍ତୁ ଏତେ ସବୁ ଦାବୀ ପରେ ମଧ୍ୟ ସ୍ଥାନୀୟ ଅଞ୍ଚଳ ବାସୀଙ୍କ ଦାବୀକୁ ସରକାର ଗ୍ରହଣ କରିନଥିଲେ। କିନ୍ତୁ ସ୍ଥାନୀୟ ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଙ୍କ ଦୃଷ୍ଟିକୁ ଆଣି ଲୋକଙ୍କ ଦାବୀକୁ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ସେହି ଅନୁରୋଧ ରକ୍ଷା କରି ମୁଖ୍ୟମନ୍ତ୍ରୀ ଏବଂ ଶ୍ରୀ ପାଣ୍ଡିଆନ ମୋହନା ଏନ୍ ଏ ସି କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନଙ୍କ ସହ ଆଲୋଚନା କରିବା ପାଇଁ ଦିନ ଧାର୍ଯ୍ୟ କରିଥିବା ସାଂସଦ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ଆଜି ସଂସଦ ଶ୍ରୀ ସାହୁ ମୋହନା ଗସ୍ତରେ ଆସି କ୍ରିୟାନୁଷ୍ଠାନ କମିଟି ସଦସ୍ୟ ମାନଙ୍କ ସହ ଆଲୋଚନା କରି ଫେରିଥିବା ଜଣାପଡିଛି। ଏହି ଆଲୋଚନା ସମୟରେ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଅନ୍ତର୍ଯ୍ୟାମୀ ଗମାଙ୍ଗ, ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଉଦୟଗିରି ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର, ଓକିଲ ସିମାଞ୍ଚଳ କାର୍ଜି, ଶରତ ମଲ୍ଲିକ, ରସାନନ୍ଦ ପାଣି, ପ୍ରଫୁଲ୍ଲ ଲିମା ଙ୍କ ସମେତ ଗ୍ରାମ ମୁଖିଆ , ବୁଦ୍ଧିଜୀବୀ, ଉନ୍ନୟନ ପରିଷଦ ସଦସ୍ୟ ଦଣ୍ଡାସି ସାହୁ, ମାର୍ସେଲ ନାୟକ ଙ୍କ ସହ ଏକାଧିକ ସଦସ୍ୟ ଗଣ, ସାମ୍ବାଦିକ, ଜନ ପ୍ରତିନିଧି ସମେତ ଅଞ୍ଚଳ ବାସୀ ସାଂସଦ ଙ୍କ ଆଲୋଚନା କରି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ।