March 10, 2026

ଗୋପାଳମାଳ ଠାରେ ଅଣସଂକ୍ରlମକ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର..

jbl
Share


ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଇଁଠାପାଲି ତରଫରୁ ଆଜି ଗୋପାଳମାଳ ଠାରେ ଅଣସଂକ୍ରlମକ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରକୁ ଶ୍ରୀ ଦିଲୀପ କୁମାର ନନ୍ଦ ଙ୍କ ପରିଚାଳନା ରେ ଶତାଧିକ ରୋଗୀଙ୍କର ମଧୁମେହ ଓ ରକ୍ତଚାପ,ଓଜନ ,ଉଚ୍ଚତା ଅଣ୍ଟାମାପ ପ୍ରଭୁତି ପରୀକ୍ଷl କରାଯାଇ ମାଗଣା ଔଷଧ ବଣ୍ଟନ କରାଯାଇଥିଲା l ଡାକ୍ତର ଆଲୋକ ଦାସ ରୋଗୀମାନଙ୍କର ଚିକିତ୍ସା କରି ଅଇଁଠାପାଲି ଡାକ୍ତରଖାନା କୁ ଉତ୍ତମ ଚିକିତ୍ସା ପାଇଁ ପେରଣ କରିଥିଲେ l ଡାକ୍ତର ଆକାଂକ୍ଷା ଶର୍ମା(ଦନ୍ତ ରୋଗ ବିଶେଷଜ୍ଞ ) ରୋଗୀମାନଙ୍କର ମୁଖ ପରୀକ୍ଷl କରି ପ୍ରାଥମିକ ସ୍ତରର କେନସର ଚିହ୍ନଟ କରିଥିଲେ l ସେହିପରି ଚିକିତ୍ସା ଶିବିର ରେ ଡା. ସୋନାଲି ସୋନମ ସାହୁ ,ଡା. ସନ୍ତୋଷ ସାହୁ ,ସ୍ଵର୍ଣ୍ଣଲତା ପଣ୍ଡା ପ୍ରଭୁତି ରୋଗୀ ମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଫିଜିଓଥେରାପି ସେବା ,ଖାଦ୍ୟପାନୀୟ ଉପରେ ନିୟନ୍ତ୍ରଣ ଉପରେ ପରାମର୍ଶ ପ୍ରଦାନ କରିଥିଲେ lଏହି କାର୍ଯ୍ୟକ୍ରମ ରେ ଶ୍ରୀମତୀ ରଶ୍ମିତା ଗହୀର ,ଶ୍ରୀ ତରଣୀ ବାଗ, ପୁଷ୍ପାଞ୍ଜଳି ପଟେଲ ରୋଗୀମାନଙ୍କର ରୋଗ ଚିହ୍ନଟ କରିଥିବା ବେଳେ ପ୍ରଣତି ପ୍ରୂସେଟ ଔଷଧ ବଣ୍ଟନ କରିଥିଲେ l ଗୋପାଳମାଳ ର ମହିଳା ଆରୋଗ୍ୟ ସମିତି ର ସଦସ୍ୟା ଅନୁ ଜାଲ ଜୟଶ୍ରୀ ବେହେରା, ପ୍ରମିଳା ମହାକୁର ,ତୁଳସୀ ରାଜହଂସ ,କନକ ସାହୁ ,ମମତା ବେହେରା ,ସନ୍ତୋଷିନୀ ମହାକୁର ,ରାମେଶ୍ୱରୀ ବିଶ୍ୱକର୍ମା ,ରାଜକୁମାରୀ ସାହା,ଲକ୍ଷ୍ମୀ ତାଣ୍ଡିଆ ,ବସନ୍ତ ମେହେର ପ୍ରଭୁତି ସହଯୋଗ କରିଥିଲେ l