March 12, 2026

ଗାଙ୍ଗପୁର ପୋଲିସ୍ ର ଫ୍ଲାଗ୍ ମାର୍ଚ୍ଚ ; ଅପରାଧିଙ୍କ ପାଇଁ ସତର୍କ ଘଣ୍ଟି..

poll0
Share

 

ବେଲଗୁଣ୍ଠା, 23/03, ଆଗାମୀ ମଇ ତେର ଏବଂ କୋଡ଼ିଏ ତାରିଖରେ ଗଞ୍ଜାମ ଜିଲ୍ଲାରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ I ଏହାକୁ ଦୃଷ୍ଟିରେ ରଖି ପୋଲିସ୍ ପ୍ରାଶାସନ ତତ୍ପର ହୋଇ ଉଠିଛି I ଏହି ପ୍ରରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ପୋଲିସ୍ ପକ୍ଷରୁ ଗାଙ୍ଗପୁର ଥାନା ଅଞ୍ଚଳରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି I ଆଜି ଅପରାହ୍ଣରେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ସୁଜିତ୍ କୁମାର ନାୟକ ଏବଂ ଗାଙ୍ଗପୁର ଥାନା ଅଧିକାରୀ ରାଜେଶ୍ କୁମାର ନାୟକ ଏବଂ ଭଞ୍ଜନଗର ଥାନା ଅଧିକାରୀ କୁମର ମୁଦୁଲିଙ୍କ ତତ୍ତ୍ୱାବଧାନରେ ଗାଙ୍ଗପୁର ଥାନା ଏସ୍ଆଇ ଆର୍ତ୍ତତ୍ରାଣ ଦାନୀ, ଅଜୟ କୁମାର ମଲ୍ଲିକ,ଏଏସ୍ଆଇ ବିୱାଇ ନାଇଡ଼ୁ, ଯୁଧିଷ୍ଠିର ମାଝୀ, ଉମା ପ୍ରଧାନ, ସୁଷମା ବେହେରାଙ୍କ ସମେତ ଥାନାର ସମସ୍ତ କର୍ମଚାରୀ,ପାଞ୍ଚ ପ୍ଲାଟୁନ୍ ଫୋର୍ସ୍ ଗାଙ୍ଗପୁର ସମେତ କ୍ଷତ୍ରିୟବରପୁର, ବିଞ୍ଚଣା, ଗୋବରା,କଣ୍ଟେଇପଲ୍ଲୀ ଆଦି ଅଞ୍ଚଳରେ ଫ୍ଲାଗ୍ ମାର୍ଚ୍ଚ କରିଥିଲେ I ଫ୍ଲାଗ୍ ମାର୍ଚ୍ଚ ସମୟରେ ଅବାଧ ନିରପେକ୍ଷ ନିର୍ବାଚନ ପାଇଁ ସଚେତନ କରିବା ସହିତ ପୁରୁଣା ଅପରାଧୀଙ୍କ ପାଇଁ ସତର୍କ ବାଣୀ ଶୁଣାଇଥିଲେ I

( ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ ସାହୁ)