April 20, 2025

ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଦେଇଥିବାପ୍ରତିଶୃତି ରକ୍ଷା କଲେ ବ୍ରହ୍ମପୁର ସାଂସଦଚନ୍ଦ୍ର ଶେଖର ସାହୁ

Share

ପାରଳାଖେମୁଣ୍ଡି:୨୪/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ଗତମାସ ଫେବୃୟାରୀ ୨୮ତାରିଖ ଦିନ ଶତବାର୍ଷିକୀ ଉତ୍ସବ ପାଳନ ଅବସରରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦ୍ୟାଳର ଛାତ୍ରଛାତ୍ରୀଙ୍କ ଲାଗି ୩୦୦ ଟେବୁଲଚେୟାର ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ସାଂସଦ ଶ୍ରୀ ସାହୁ ୨୨ ଦିନ ମଧ୍ୟରେ ନିଜର ପ୍ରତିଶୃତି ପୁରଣ କରିଥିବାର ଜଣାପଡିଛି । ସାଂସଦ ଶ୍ରୀ ସାହୁଙ୍କ ତରଫରୁ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଟେବୁଲ ଚେୟାର ହସ୍ତାନ୍ତର କରିଥିବାର ଦେଖିବାକୁ ମିଳିଛି ।ଏହି ବିଦ୍ୟାଳୟ ୫ଟି ଅନ୍ତର୍ଭୁକ୍ତ କରାଯାଇ ଉନ୍ନୟନ କରାଯାଇଛି । ହେଲେ ସାଂସଦ ଶ୍ରୀ ସାହୁ ନିଜସ୍ୱ ଉଦ୍ୟମରେ ଛାତ୍ରୀମାନଙ୍କ ଲାଗି ୩୦୦ ଟେବୁଲ ଚେୟାର ପ୍ରଦାନ କରିଛନ୍ତି । ଏହା ଦ୍ୱାରା ବିଦ୍ୟାଳୟର ଆହୁରି ଉନ୍ନତି ଘଟିବାରେ ସହାୟକ ହେଲା ବୋଲି ସାଧାରଣରେ ଆଲୋଚନା ହେଉଛି । ଏହି ଟେବୁଲଚେୟାର ପହଞ୍ଚିବା ସମୟରେ ଜିଲ୍ଲା ବିଜେଡି ଯୁବ ସଭାପତି ଏସ୍‌.ଲିଙ୍ଗରାଜୁ, ପାରଳା ନଗର ବିଜେଡି ସଭାପତି ସୁଧିରଞ୍ଜନ ମହାପାତ୍ର, ଯୁବନେତା ସୁଜିତ କୁମାର ଦାସ, ଛାତ୍ର ବିଜେଡି ସଭାପତି ବିଶ୍ୱଜିତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ସାଂସଦଙ୍କ ଏପରି ମହତ୍ୱ କାର୍ଯ୍ୟ ତଥା ସ୍ୱଳ୍ପ ଦିନରେ ନିଜର ପ୍ରତିଶୃତି ରକ୍ଷା କରିଥିବାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି