March 8, 2026

“ବୃକ୍ଷର ଆବଶ୍ୟକତା ” ଆଲୋଚନା ଚକ୍ର ଅନୁଷ୍ଠିତ

IMG-20260223-WA0028
Share

 

ଔପଦା ( ଦେବାଶିଷ ଦାଶ )

 

ବାଲେଶ୍ଵର ଜିଲ୍ଲା ଔପଦା ଡିଗ୍ରୀ କଲେଜ ତରଫରୁ କଲେଜ ପରିସରରେ ସଂସ୍କୃତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଉଦଘାଟକ ଭାବେ ଅଧ୍ୟକ୍ଷ ମୋହନ ଚରଣ ସାହୁ ଯୋଗଦେଇ ସେମିନାରକୁ ଉଦଘାଟନ କରି ବୃକ୍ଷର ଆବଶ୍ୟକତା ସମ୍ବନ୍ଧରେ ଆଲୋକପାତ କରିଥିଲେ। ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଦ୍ବାରିକା ନାଥ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସାରସ୍ୱତ ମହାବିଦ୍ୟାଳୟ ଅନନ୍ତପୁରର ପ୍ରାଧ୍ଯାପକ ଅଜୟ କୁମାର ପରିଡ଼ା ” ସମାଜ ପାଇଁ ବୃକ୍ଷର ଆବଶ୍ୟକତା ” ସମ୍ବନ୍ଧରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ପ୍ରାକ୍ତନ ଅଧ୍ୟକ୍ଷ କମଳାକାନ୍ତ ଦାସ ଏଥିରେ ଯୋଗଦାନ କରି ବୃକ୍ଷ ଆମର ଜୀବନ,ବୃକ୍ଷବିନା ଜୀବଜଗତ ଅସମ୍ଭବ ଯେଉଁଥି ପାଇଁ ସ୍ବୟଂ ଜଗନ୍ନାଥ ଦାରୁ ରୂପରେ ପ୍ରକଟିତ ଆଦି ଅନେକ ପୌରାଣିକ କଥା ଉପସ୍ଥାପନ କରିଥିଲେ। ଅନ୍ୟ ସମ୍ମାନିତ ଅତିଥି ପ୍ରାଧ୍ୟାପକ ହରିହର ପଣ୍ଡା, ପ୍ରାଧ୍ୟାପିକା ପୁଷ୍ପାଞ୍ଜଳି ବିଶ୍ବାଳ ଓ ପ୍ରଭାସିନୀ ବେହେରା ପ୍ରମୁଖ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ। ଉଦଘାଟକ ଅଧ୍ୟକ୍ଷ ଶ୍ରୀ ସାହୁ ମୁଖ୍ୟ ଅତିଥି ଶ୍ରୀ ପରିଡ଼ାଙ୍କୁ ଆମ୍ର ବୃକ୍ଷ ଓ ଉପଢୌକନ ପ୍ରଦାନ କରିଥିଲେ। ଏଥିରେ ଓଡ଼ିଆ, ରାଜନୀତି ବିଜ୍ଞାନ, ଶିକ୍ଷା, ଅର୍ଥନୀତି, ସଂସ୍କୃତ ବିଭାଗର ଛାତ୍ରଛାତ୍ରୀ ସର୍ବଶ୍ରୀ ନିଳକଣ୍ଠ ଦାସ, ମାଧୁରୀ ବେହେରା, ସ୍ମୃତିରେଖା ପଣ୍ଡା, ଗୀତୁପ୍ରଜ୍ଞା ଗିରି, ସାବିତ୍ରୀ ପଣ୍ଡା, ଯସ୍ମିନୀ କବି, ସୁଧାଂଶୁ ବେହେରା, ସସ୍ମିତା ପାତ୍ର, ବିଷ୍ଣୁପ୍ରିୟା ରାଉତ, ଯଶୋଦା ମଢେଇ, ଲକ୍ଷ୍ମୀପ୍ରିୟା ବେହେରା, ଭାଗ୍ୟଲକ୍ଷ୍ମୀ ମାହୁଁନ୍ତ ପ୍ରମୁଖ ନିଜର ଶୋଧ ପ୍ରବନ୍ଧ ପାଠ କରିଥିଲେ। ସଭାପତି ତାଙ୍କ ଅଭିଭାଷଣରେ ପ୍ରତ୍ୟେକ ମଣିଷ ଦିନକୁ ବିନା ମୂଲ୍ଯରେ ୫ ଶହରୁ ୫୫୦ ଲିଟର ଅମ୍ଳଜାନ ବୃକ୍ଷରୁ ପାଇଥାଏ,ଯାହା ଜୀବନ ବଞ୍ଚେଇବାରେ ସାହାଯ୍ୟ

କରିଥାଏ । ସେଥିପାଇଁ ବୃକ୍ଷ ଆମର ମା’ ପରି ବୋଲି

କହିଥିଲେ । ଶେଷରେ ଅନ୍ତିମ ବର୍ଷିୟା ଛାତ୍ରୀ ଭାଗ୍ୟଲକ୍ଷ୍ମୀ ମାହୁଁନ୍ତଙ୍କ ଧନ୍ୟବାଦ ଅର୍ପଣ ପରେ ସଭାପତି ସଭାସାଙ୍ଗ କରିଥିଲେ ।।