September 24, 2026

ରାଜସ୍ବ ମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହେଲା ପଣ୍ଡା ସୁପର ମାର୍ଟ 

IMG-20250223-WA0040
Share

 

ସମ୍ବଲପୁର,୨୩. ୦୨(ରାଜାରାମ ଷଡ଼ଙ୍ଗୀ): ମହାନ୍ତିପଡା ନିକଟସ୍ଥ ଗେଟି ରୋଡ଼ ରେ ଆଜି ପଣ୍ଡା ସୁପର ମାର୍ଟ ଲୋକାର୍ପିତ ହୋଇଯାଇଛି। ଏହାକୁ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଝାରୀ ଫିତା କାଟି ଉଦଘାଟନ କରିଥିଲେ।ବ୍ଲୁଭେଲ ନୋଇଡା ଫ୍ରାଇଚାଇଞ୍ଚ ଓ ବେଷ୍ଟ ୱେ ସୁପର ମାର୍ଟ ଦ୍ୱାରା ଏହା ପରିଚାଳିତ ହେଉଛି।ସତ୍ତାଧିକାରୀ ପ୍ରତିକ ପଣ୍ଡାଙ୍କ ସମେତ ମହେନ୍ଦ୍ର ନନ୍ଦ, ବିଜେପିର ଗୋବିନ୍ଦ ଅଗ୍ରୱାଲ, ସତ୍ୟନାରାୟଣ ପଣ୍ଡା, ପ୍ରଦୀପ ପଣ୍ଡା, ଅଶୋକ ମିଶ୍ର, ସବିତା ନନ୍ଦ, ଗାୟତ୍ରୀ ପଣ୍ଡା, ଲଷ୍ମୀନାରାୟଣ ପଣ୍ଡା, ଅସୀମ ପଣ୍ଡା, ସାର୍ଥକ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ସୁପର ମାର୍ଟରେ ସବୁ ପ୍ରକାରର ଘର କରଣା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସାମଗ୍ରୀ ଉପଲବ୍ଧ ରହିଛି।