ଗଞ୍ଜାମ ବ୍ଲକ କୁ ଯୋଗାଣ ମନ୍ତ୍ରୀଙ୍କ ଗ୍ରସ୍ତ,ଲକ୍ଷ୍ମୀପୁର ଧlନମଣ୍ଡିରେ କଲେ ସମୀକ୍ଷା..

ଗଞ୍ଜାମ(ପ୍ରଦୀପ କୁମାର ପଣ୍ଡା)
ହଟାତ୍ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଗଞ୍ଜାମ ବ୍ଲକ ଗ୍ରସ୍ତ କରିଥିଲେ।ମନ୍ତ୍ରୀ ଙ୍କ ଅଚାନକ ଗ୍ରସ୍ତକୁ ନେଇ ବ୍ଲକ ଯୋଗାଣ ବିଭାଗ ହଡବଡେଇ ଯାଇଥିଲେ।ମନ୍ତ୍ରୀ ଏହି ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଧନମଣ୍ଡି ଠାରେ ପହଞ୍ଚିଥିଲେ।ସେଠାରେ ଚାଷୀ ମାନଙ୍କ ସହ ଆଲୋଚନା କରିବା ସହ ମଣ୍ଡି କିପରି ଚାଲିଛି ପଚାରି ବୁଝିଥିଲେ।ବିଡ଼ିଓ ଅଚ୍ୟୁତାନନ୍ଦ ଜାନୀ,ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର,ବ୍ଲକ ଏମ.ଆଇ.ପ୍ରମୁଖ ଉପସ୍ଥିତ ଥିଲେ।ମନ୍ତ୍ରୀଙ୍କ ଗ୍ରସ୍ତ ସୂଚନା କୌଣସି ଗଣମାଧ୍ୟମକୁ ମିଳିନଥିବାରୁ ଖବର ଦାତା ମହଲରେ ଅସନ୍ତୋଷ ଦେଖା ଦେଇଥିଲା।କୌଣସି କାର୍ଯ୍ୟକ୍ରମକୁ ଯୋଗାଣ ବିଭାଗ ପକ୍ଷରୁ ଅବଗତ କରାଯାଉନଥିବା ଅଭିଯୋଗ ହେଉଛି।ଗଞ୍ଜାମ ବ୍ଲକରେ ଥିବା ସମସ୍ତ ମଣ୍ଡି ଅବ୍ୟବସ୍ଥା ଘେରରେ ଥିବା ଜଣାପଡିଛି।ଯୋଗାଣ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ l
