November 23, 2024

ସମୁଦ୍ର ବେଳାଭୂମିରେ ଋଷିକୂଲ୍ୟ ସଙ୍ଗମ ସ୍ଥଳରେ ଅଲିଭ ରିଡଲେ ଙ୍କ ଗଣ ଅଣ୍ଡାଦାନ ଆରମ୍ଭ ….

Share

ଗଞ୍ଜାମ :

ଋଷିକୂଲ୍ୟା ମୁହାଁଣ ସାମୁଦ୍ରିକ ଅଲିଭ ରିଡଲେ କଇଁଚଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ l ଅଲିଭ ରିଡଲେ ସାମୁଦ୍ରିକ କଇଁଚଙ୍କ ସାମୂହିକ ଗଣ ଅଣ୍ଡାଦାନ ହୋଇଥିବା ଗୁରୁବାର ଦିନ ଦେଖିବାକୁ ମିଳିଛି l ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡ଼ମପେଟା ଗ୍ରାମ ନିକଟସ୍ଥ ସମୁଦ୍ର ବେଳାଭୂମିରେ ସମୁଦ୍ରର ମଧ୍ୟରୁ ହଜାର ହଜାର ସଂଖ୍ୟାକ ବିରଳ ପ୍ରଜାତିର ମାଇ କଇଁଚ ବେଳାଭୂମି ଉପରକୁ ଉଠିଆସି ଗଣଅଣ୍ଡାଦାନ କରିଥିବା ଦେଖିବାକୁ ମିଳିଛି | ଯାହାକୁ ନେଇ ବନ ବିଭାଗ, ପର୍ଯ୍ୟଟକ, ସ୍ଥାନୀୟ ଅଂଚଳବାସୀ ଓ ପରିବେଶବିତ ମହଲରେ ଆନନ୍ଦର ଲହରି ଖେଳିଯାଇଛି l ସୁରକ୍ଷିତ ଗଣ ଅଣ୍ଡାଦାନ ପାଇଁ ବନ ବିଭାଗ ପକ୍ଷରୁ ପୂର୍ବରୁ ପ୍ଳାସ୍ଟିକ ବାଡ଼ ଦିଆଯାଇ ବନ୍ୟଜନ୍ତୁ ଦାଉରୁ ସୁରକ୍ଷା ଦିଆଯାଉଥିବା ବେଳେ 50 ଟି ସେଗମେଣ୍ଟ କରାଯାଇଛି l ଶତାଧିକ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଗ୍ରାମବାସୀ ମାନଙ୍କୁ ମଧ୍ୟ ସୁରକ୍ଷା ଦାୟିତ୍ୱରେ ମୁତୟନ କରିଛି ବନ ବିଭାଗ l 2022 ରେ ରେକର୍ଡ ସଂଖ୍ୟକ 5ଲକ୍ଷ 50 ହଜାର ରୁ ଉର୍ଦ୍ଧ ଅଲିଭ ରିଡଲେ ଙ୍କ ଗଣଅଣ୍ଡା ଦାନ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ୍ୟ ଆହୁରି ଅଧିକ ହେବ ବୋଲି ଆଶା କରାଯାଉଛି lଅଣ୍ଡା ଦାନ ପାଇଁ ପରିବେଶ ଅନୁକୂଳ ରହିଛି l ବେଳାଭୂମିର ବାଲୁକା ଶଯ୍ୟା ମଧ୍ୟରେ ସାମୁଦ୍ରିକ କଇଁଚ ମାନେ ଦୁଇ ପଛ ପଟ ର ଗୋଡ଼ ସାହାଯ୍ୟରେ ଫୁଟେ,ଦେଢ଼ ଫୁଟ ଗର୍ତ୍ତ କରିବା ପରେ 120 ରୁ ଉର୍ଦ୍ଧ ଅଣ୍ଡା ଦେବା ପରେ ତାକୁ ଘୋଡେଇଦେଇ ଶରୀରରେ ବାଡେଇ ଉକ୍ତ ସ୍ଥାନକୁ ଶକ୍ତ କରିଦେଇ ପୁଣି ସମୁଦ୍ରର ନୀଳ ଜଳରାଶୀ ମଧ୍ୟକୁ ଫେରିଯାଇଥାନ୍ତି l | ଅଣ୍ଡା ଦେବାର 45 ଦିନ ପରେ ଅଣ୍ଡାରୁ ଛୁଆ ବାହାରି ନୁଆଁ ଠିକଣା ପାଇ ଗୁରୁଣ୍ଡି ଗୁରୁଣ୍ଡି କୋଟି କୋଟି ସଂଖ୍ୟାରେ କୁନି ଶାବକ ମାନେ ସମୁଦ୍ର ଅଭିମୁଖେ ଯାଇଥାନ୍ତି l
ଗୁରୁବାର ସକାଳେ ଡ଼ିଏଫଓ ଅମ୍ଲାନ କୁମାର ନାୟକ ଅଣ୍ଡାଦାନ ସ୍ଥଳ ଗ୍ରସ୍ଥ କରି ସୁରକ୍ଷିତ ଗଣ ଅଣ୍ଡାଦାନ ନେଇ ତଦାରଖ କରିଛନ୍ତି l
ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ ଙ୍କ ପ୍ରତକ୍ଷ ତତ୍ୱାବଧାନରେ ବନ ବିଭାଗ କର୍ମଚାରୀ ମାନେ ସାମୁଦ୍ରିକ କଇଁଚ ସୁରକ୍ଷିତ ଗଣ ଅଣ୍ଡାଦାନ ଉପରେ ଦୃଷ୍ଟି ରଖିଛନ୍ତି l

ଅଲିଭ ରିଡଲେ କଇଁଚଙ୍କ ସୁରକ୍ଷିତ ଗଣ ଅଣ୍ଡାଦାନ ନେଇ ସ୍ଥାନୀୟ ଅଞ୍ଚଳ ରେ ବନ ବିଭାଗ ପକ୍ଷରୁ ଜନ ସଚେତନତା ସୃଷ୍ଟି କରାଯାଥିବା ଦେଖିବାକୁ ମିଳିଛି l(ପ୍ରଦୀପ କୁମାର ପଣ୍ଡା)