November 23, 2024

ଋଷିମାଳ ମହାବିଦ୍ୟାଳୟ ଠାରେ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ

Share

 

ବ୍ରାହ୍ମଣୀଗାଁ ତା:୨୪/୦୨ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ଠାର ଶୁକ୍ରବାର ଦିନ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ଜାତୀୟ ସେବା ଯୋଜନା (ଏନ୍ ଏସ ଏସ) ର ମିଳିତ ଉଦ୍ୟମରେ ଦାରିଙ୍ଗବାଡି ପଞ୍ଚାୟତ ସମିତି ର ସୌଜନ୍ୟତାରେ ସ୍ୱେଚ୍ଛା କୃତ ରକ୍ତ ଦାନ ଶିବିର ର ଆୟୋଜନ କରାଯାଇଥିଲା ,ଏଥିରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଗଦାଧର ପାତ୍ର ଯୋଗ ଦେଇ ” ରକ୍ତ ଦାନ ମହା ପୁଣ୍ୟ ” ସମ୍ପର୍କରେ ସ୍ଵେଚ୍ଛା କୃତ୍ତ ରକ୍ତ ଦାତା ଙ୍କୁ ଉଦବୋଧନ ଦେଇ ଉତ୍ସାହିତ କରିଥଲେ ଏବଂ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ର ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଥାନା ଅଧିକାରୀ ଚାପ ଧାରୀ ପ୍ରଧାନ, ସାଂସଦ ପ୍ରତିନିଧି ଅକ୍ଷୟ କୁମାର ନାୟକ, ସରପଞ୍ଚ ସଂଯୁକ୍ତା ମଲ୍ଲିକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଦେବରାଜ ବଳିଆର ସିଂ, ଡ଼ିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ଭାସ୍କର ଚରଣ ନାୟକ, ଅଧ୍ୟାପକ ରାଜ କିଶୋର ସିଂ, ଅକ୍ଷୟ କୁମାର ବେହେର ଦଳେଇ ( କାର୍ଯ୍ୟ କ୍ରମ ଅଧିକାରୀ (ଏନ୍ ଏସ ଏସ), ମନୋରଞ୍ଜନ ବଳିଆର ସିଂ ସମେତ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ।
ରକ୍ତ ସଂଗ୍ରହ କରିବା ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ରୁ ଡାକ୍ତର ଏସ. ଡି ନାୟକ ଙ୍କ ନେତୃତ୍ବ ରେ ଏକ ଟିମ୍ ( ଏଲ ଟି )ଚିତ୍ତରଞ୍ଜନ ନାୟକ , ଲକ୍ଷ୍ମୀ କାନ୍ତ ମଲ୍ଲିକ , ସୁବାଷ ଚନ୍ଦ୍ର ବେହେରା (ଡି ଏମ୍ ଏ), ହରିପ୍ରୀୟା ବେହେରା (ଏନ୍ ଓ) ,ସମ୍ଭୁ ପ୍ରସାଦ ମୁଖୀ , କୃଷ୍ଣ ନାୟକ (ଆଟେଣ୍ଡଡାଣ୍ଟ ), ଶିବରାମ ସାହୁ ପ୍ରମୁଖ ନିୟୋଜିତ ହୋଇ ୪୦ୟୁନିଟ ରକ୍ତ ସଂଗ୍ରହ କରିଥିଲେ।
ଏହି ରକ୍ତ ଦାନ ଶିବିର ରେ ଋଷିମାଳ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ବ୍ୟତୀତ ପୋଲିସ ବାହିନୀ, ଶିକ୍ଷକ, ଜନ ସାଧାରଣ ଙ୍କ ମଧ୍ୟରୁ ସ୍ବେଚ୍ଛା କୃତ ରକ୍ତ ଦାନ କରିଥିବା ବେଳେ ଯୁବ ସାମ୍ବାଦିକ ମାଧବ ପାଇକ, ପୂର୍ବତନ ସରପଂଚ ରମେଶ ମାଝୀ, ଉପ ଆରକ୍ଷୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି ଓ ରମାକାନ୍ତ ସେଠୀ ପ୍ରମୁଖ ସ୍ୱେଛା କୃତ ରକ୍ତ ଦାନ କରିଥିଲେ।
ଆୟୋଜିତ କାର୍ଯ୍ୟକ୍ରମ କୁ ଖାଦ୍ୟ ଯୋଗାଣ ଅଧିକାରୀ ନିହାର ରଞ୍ଜନ ନାୟକ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୋଦ ମାଝୀ ପରିଚାଳନା କରିଥିବା ବେଳେ ଡ଼ିଗ୍ରୀ ମହାବିଦ୍ୟାଳୟ ର (ଏନ୍ ଏସ ଏସ ) ଛାତ୍ର ଛାତ୍ରୀ ସହଯୋଗ କରିଥିଲେ।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)