November 15, 2024

ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଫଳ ପ୍ରକାଶ , କୃତି ଛାତ୍ରଛାତ୍ରୀ ଉତ୍ସାହିତ

Share

 

ବୁଗୁଡ଼ା : ତା ୨୩/୦୨/୨୩ : ଶିକ୍ଷାବର୍ଷ ୨୦୨୨-୨୩ର ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଷ୍ଟେଜ୍-୧ ଓ ଷ୍ଟେଜ୍-୨ର କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି । ପ୍ରକାଶିତ ଷ୍ଟେଜ୍-୧ ପରୀକ୍ଷା ଫଳ ପ୍ରକାରେ ବୁଗୁଡା ବ୍ଳକ ସ୍ତରୀୟ କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରେ କରଚୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରିୟଦର୍ଶିନୀ ଗୌଡ-୧ମ ଓ ଅମୃତ ନାୟକ-୭ମ , ମା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କଳମ୍ବର କେଶବାନନ୍ଦ ସ୍ବାଇଁ-୨ୟ ଓ ଶ୍ଯାମଳି ପ୍ରଧାନ-୮ମ, ସୋରଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଶୁତୋଷ ସ୍ବାଇଁ-୩ୟ ଓ ନିବେଦିତା ବେହେରା-୯ମ , ଦଦରାଖୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସାଇ ପ୍ରସାଦ ଗୌଡ-୪ର୍ଥ , ବାଲିପଦର ହାଇସ୍କୁଲର ଇପ୍ସିତା ଦାସ-୫ମ , ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍ବଂୟମ୍ ଶ୍ରୀୟା ମହାଙ୍କୁଡ-୬ଷ୍ଠ ତରୁଣ ପାତ୍ର-୧୦ମ ସ୍ଥାନରେ ରହିଥିବା ବେଳେ ଏନ୍ଏସି ସ୍ତରୀୟ କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ରାଜଲକ୍ଷ୍ମୀ ଗୌଡ-୧ମ, ସାଇ ସରସ୍ବତୀ ଶିଶୁ ମନ୍ଦିରର ରୁଦ୍ର ପ୍ରସାଦ ନନ୍ଦ-୨ୟ , ପିପୁଲ୍ସ ହାଇସ୍କୁଲର ହିମାଂଶୁ ଶେଖର ଭୂୟାଁ-୩ୟ , ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଓମ୍ ପ୍ରସାଦ ପଟ୍ଟନାୟକ-୪ର୍ଥ, ଶୁଭଦର୍ଶିନୀ ପାଢ଼ୀ-୫ମ , ବୈଶାଳୀ ଦଳାଇ-୬ଷ୍ଠ ଓ ଗୁରୁମୂର୍ତ୍ତି ଗୌଡ-୭ମ ସ୍ଥାନରେ ରହିଛନ୍ତି ।

ସେହିପରି ପ୍ରକାଶିତ ଷ୍ଟେଜ୍-୨ର ବୁଗୁଡ଼ା ବ୍ଲକ ସ୍ତରୀୟ କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିରଞ୍ଚିପୁର ଶ୍ରୀ ରାଧାକୃଷ୍ଣ ହାଇସ୍କୁଲର ସୁଶ୍ରୀତା ପଟ୍ଟନାୟକ-୧ମ ଓ ଏମ୍.ଜଗବନ୍ଧୁ ପାତ୍ର-୨ୟ , ସଙ୍କୁରୁ ଶ୍ରୀ ଭଗବତ ସ୍ବାମୀ ହାଇସ୍କୁଲର ଚନ୍ଦନ ପ୍ରସାଦ ଦାଶ-୩ୟ , ଆଦିତ୍ୟ କୁମାର ପାଣି-୫ମ ଓ ପ୍ରତିକ୍ଷା ମାହାଙ୍କୁଡ-୬ଷ୍ଠ , ଅନ୍ତରପଡା ସାଙ୍କୁଳାଇ ବିଦ୍ଯାପୀଠର ସୋନାଲି ନାୟକ-୪ର୍ଥ ସ୍ଥାନରେ ରହିଥିବା ବେଳେ ଏନ୍ଏସି ସ୍ତରୀୟ କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ପିପୁଲ୍ସ ହାଇସ୍କୁଲର ସୁନିଲ୍ କୁମାର ରାଉତ-୧ମ , ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟର ରଶ୍ମିତା ସାହୁ-୨ୟ ଓ ଲିଜାରାଣ�

ଲିଜାରାଣୀ ଗୌଡ-୩ୟ , ବୁଦ୍ଧଗିରି ବିଦ୍ୟାପୀଠର ଜୟଶ୍ରୀ ନାୟକ-୪ର୍ଥ ଓ ଶିବାନୀ ବିଷୋୟୀ-୫ମ ସ୍ଥାନରେ ରହିଛନ୍ତି ।

ପ୍ରକାଶ ଯୋଗ୍ୟ ଯେ, ଗତ ବର୍ଷ ୧୧ ମାର୍ଚ୍ଚରେ ବୁଗୁଡ଼ା ପିପୁଲ୍ସ ହାଇସ୍କୁଲ ଓ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ଏହି ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ୨୦୨୨-୨୩ ଅନୁଷ୍ଠିତ ହୋଇଥିଲା ବେଳେ ଷଷ୍ଠ ଶ୍ରେଣୀ ଷ୍ଟଜ୍-୧ ରେ ୧୩୭ ଓ ନବମ ଶ୍ରେଣୀ ଷ୍ଟେଜ୍-୨ରେ ୧୫୨ ଜଣ ପରୀକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ ।