March 10, 2026

ବସନ୍ତପଞ୍ଚମୀ ରେ ଝଙ୍କଡ଼ ସାରଳା ଙ୍କ ସରସ୍ବତୀ ବେଶ : ସହସ୍ରାଧିକ ଭକ୍ତ ସମାବେଶ..

IMG-20260123-WA0052
Share

ତିର୍ତ୍ତୋଲ ଝଙ୍କଡ଼ ତା 23/1/2026 ଶ୍ରୀପଞ୍ଚମୀ ସରସ୍ବତୀ ପୂଜା ଉପଲକ୍ଷେ, ଉତ୍କଳଭାରତୀ ମା ସାରଳା ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ନିମନ୍ତେ ପ୍ରତ୍ୟୁଷ ରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଝଙ୍କଡ଼ ସାରଳା ପୀଠ ଶହସ୍ରାଧିକ ଭକ୍ତସମାଗମ ପରିଲକ୍ଷିତ ହୋଇଥିଲା l ବିଶେଷ କରି ବିଦ୍ୟାର୍ଥୀ, କବି, ଲେଖକ ଓ ବହୁ କଳାକାର ମାନେ ମାଆଙ୍କ ପାଖରେ ଭୋଗରାଗ କରିବା ସହିତ କଲମ, ଖାତା ଆଦି ମଧ୍ୟ ପୂଜାକରିଥିଲେ l ସନ୍ଧ୍ୟା ଆରତୀ ସମୟ ରେ ଭକ୍ତମାନଙ୍କୁ ମା ସରସ୍ବତୀ ବେଶ ରେ ଦର୍ଶନ ଦେଇଥିଲେ l ଆଜି ଦିନରେ ଧରାପୃଷ୍ଠ ରେ ବସନ୍ତଋତୁ ପଦାର୍ପଣ କୁ ସ୍ୱାଗତ କରିବା ସହିତ, ପ୍ରକୃତିରୂପିଣୀ ମାଆ ସାରଳା ଙ୍କୁ ମଧ୍ୟ ସନ୍ଧ୍ୟା ସମୟ ରେ ଅବିରଲାଗି କରାଯାଇଥିଲା l ସୂଚନା ଯୋଗ୍ୟ ପ୍ରତିବର୍ଷ ମାଘଶୁକ୍ଳପଞ୍ଚମୀ ଓ ମାଘସପ୍ତମୀ ଦିନ ସନ୍ଧ୍ୟାସମୟ ରେ ମା ସାରଳା ଙ୍କୁ ସରସ୍ବତୀ ବେଶ ରେ ସଜ୍ଜିତ କରାଯିବାର ଵିଧିବ୍ୟବସ୍ଥା ଆବାହମାନ କାଳରୁ ପ୍ରଚଳିତ ହୋଇ ଆସୁଅଛି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର