May 20, 2025

‘ଉପାନ୍ତ ଖବର’ ଚତୁର୍ଥ ବାର୍ଷିକ ଉତ୍ସବ ରେ ବଡଘୋଷଣା, ୟୁଟୁବ ଚାନେଲକୁ ସମସ୍ତ ସୁବିଧା ଯୋଗାଇ ଦେବା ପାଇଁ ବିଧାନସଭାରେ ପ୍ରସ୍ତାବ ରଖିବୁ କହିଲେ ବିଧାୟକ ଇଂ.ରୁପେଶ ପାଣିଗ୍ରାହୀ —–

Share

ଭୁବନେଶ୍ୱର ଲୋହିଆ ଏକାଡେମୀ ସଭା ଗୃହରେ ଗଜପତି ଜିଲ୍ଲା ର ମୋହନାରୁ ପ୍ରକାଶିତ
‘ଉପାନ୍ତ ଖବର’ପାକ୍ଷିକ ଖବର କାଗଜ ଏବଂ ୟୁଟୁବ ଚାନେଲର ବାର୍ଷିକ ଉତ୍ସବ ଖବର କାଗଜ ର ସମ୍ପାଦକ ଗଣେଶ ବିଶୋଇଙ୍କ ତତ୍ୱାବଧାନରେ ମହା ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ଲମ୍ବୋଦର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ପାରଳାଖେମୁଣ୍ଡି ବିଧାୟକ ଇଂ.ରୁପେଶ କୁମାର ପାଣିଗ୍ରାହୀ,ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ପ୍ରେମ ର ଅଧକ୍ଷ ଡ଼କ୍ଟର ଜ୍ୟାକବ ଥୁଣ୍ଡିଲ, ମୁଖ୍ୟବକ୍ତା ଭାବେ ଓଡିଶା କ୍ଷୁଦ୍ର ଓ ମାଧ୍ୟମ ସମ୍ବାଦପତ୍ର ସଂଗଠନର ଅଧକ୍ଷ ତଥା ନବୀନର ସମ୍ପାଦକ ରବି ରଥ,ହାସ୍ୟଭିନେତା ପପୁ ପମ ପମ, ରାଜ୍ୟ କୃଷକ ସେଲ ଅଧକ୍ଷ ଅମୀୟ କୁମାର ପଟ୍ଟନାୟକ, ଇଞ୍ଜିନିଅର ସଂଜୀବ କୁମାର ଦାସଶର୍ମା, ଇଞ୍ଜିନିଅର ନଗେନ୍ଦ୍ରନାଥ ମହାରଣା ଓ ସମାଜସେବୀ ପରମେଶ୍ୱର ଦାସ ଯୋଗଦେଇ ଉପାନ୍ତ ଖବର ପତ୍ରିକାର
ଉତ୍ତରତ୍ତୋର ଉନ୍ନତି କାମନା କରିଥିଲେ l ବିଧାୟକ ଦାଶରଥି ଗମାଙ୍ଗ ଆସନ୍ତା ବର୍ଷ ବାର୍ଷିକ ଉର୍ତ୍ସବ ବେଳକୁ ଉପାନ୍ତ ଖବର ପତ୍ରିକାର ପାଠକ ସଂଖ୍ୟା ପଚାଶ ଲକ୍ଷରୁ ଅଧିକ ଭିୟୁର ହୁଅନ୍ତୁ ବୋଲି ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ l ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ପ୍ରକାଶ କରିଥିଲେ କି ଯେ କୌଣସି କାର୍ଯ୍ୟକ୍ରମ ୟୁଟୁବ ଚାନେଲ ପ୍ରଥମେ ପ୍ରସାରଣ କରିବା ସହିତ ୟୁଟୁବ ସାମ୍ବାଦିକ ମାନେ ସବୁଠାରୁ ଅଧିକ ପରିଶ୍ରମ କରୁଛନ୍ତି ତେଣୁ ୟୁଟୁବ ଚାନେଲ ଗୁଡିକୁ ସରକାରୀ ସୁବିଧା ଯୋଗାଇ ଦେବାପାଇଁ ବିଧାନସଭା ରେ ପ୍ରସ୍ତାବ ରଖିବେ ବୋଲି ପ୍ରତିଶୃତି ଦେଇଥିଲେ l ପରେ ପରେ ବିଭିନ୍ନ ସାମାଜିକ ଅନୁଷ୍ଠାନ, ବିଭିନ୍ନ ଜିଲ୍ଲାର ସାମ୍ବାଦିକ ସଂଗଠନ ର ପ୍ରତିନିଧି ଏବଂ ଉପାନ୍ତ ଖବର ର ରାଜ୍ୟର ବିଭିନ୍ନ ଜିଲ୍ଲାର ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ ସାଂସ୍କୃତିକ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ଚାନେଲ ର ପରିଚାଳନା ସମ୍ପାଦକ ଅଜିତ କୁମାର ଦାସ ଙ୍କ ସମେତ ସମସ୍ତ ପ୍ରତିନିଧି ସୁଚାରୁ ରୂପେ ସଭାଟିକୁ ପରିଚାଳନା କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l