August 26, 2026

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର୍ ସୁରେନ୍ଦ୍ର ସାଏ ଙ୍କ ଜନ୍ମ ଜୟନ୍ତୀ ପାଳିତ l

iui8uy
Share

 

ଗୁଣପୁର-ସୁରେନ୍ଦ୍ର ମହାନ୍ତି ସ୍ଥାନୀୟ ବଂଶଧାରା ଯୁକ୍ତ ଦୁଇ କଳା ମହାବିଦ୍ୟାଳୟ ପରିସରରେ ଅଟଳ ସ୍ମୃତି କମିଟି ପକ୍ଷରୁ ଆବାହକ ଶ୍ରୀ ଚିନ୍ମୟ ପାଣିଗ୍ରାହୀଙ୍କ ପରିଚାଳନା ରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ୍ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି । କାର୍ଯ୍ୟକ୍ରମରେ ସଭାପତି ସୂର୍ଯୟନାରାୟଣ ରଥ ଯୋଗଦେଇ ଦ୍ଵୀପ ପ୍ରଜ୍ବଳନ କରିବା ସହ ଅମର ଆତ୍ମା ଙ୍କ ତୈଳ ଚିତ୍ର ଉପରେ ପୁଷ୍ପାମଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ଏହି ସଭାରେ ଅନ୍ୟାନ୍ୟ ଅତିଥିଙ୍କ ମଧ୍ୟରେ ଆଇନଜୀବି ଶ୍ରୀ ଇଦ୍ରାକ୍ଷୀ ପ୍ରସାଦ ଦାସ, ସାମାଜସେବୀ ଲକ୍ଷ୍ମୀନାରାୟଣ ମହାଙ୍କୁଡ, ଯୁବ ସାମ୍ବାଦିକ ଶକ୍ତି ଦାଶ ଓ ସତ୍ୟ ନାରାୟଣ ସାହୁ ଯୋଗଦେଇ ସଂଗ୍ରାମୀଙ୍କ ସ୍ମୃତି ଚାରଣ କରିବା ସହ ତୈଳ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ ନିଜ ନିଜ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

You may have missed