November 24, 2026

ଝାଟିକାବାଡି ଗାଁରେ ହାତୀ ଉପଦ୍ରବ, ଘର ଓ ଗୁହାଳ ଭାଙ୍ଗିବା ସହ ବ୍ଯାପକ ଫସଲ ନଷ୍ଟ

ukhyuiyi
Share

ବୁଗୁଡ଼ା : ତା ୨୩/୦୧/୨୩ : ପୂର୍ବରୁ ବୁଗୁଡ଼ା ବନାଞ୍ଚଳରେ ଥିବା ହାତୀ ପଲ ବିଭିନ୍ନ ଫସଲ କିଆରିରେ ପଶି ତାଣ୍ଡବଲୀଳା ଚଳାଇଥିବା ବେଳେ ଏବେ ଗାଁ ମୁହାଁ ହୋଇଛନ୍ତି l ୫ ଟିକିଆ ହାତୀ ପଲ ମୋଟାବାଡ଼ି ପଞ୍ଚାୟତ ଅନ୍ତର୍ଗତ ଝାଟିକାବାଡ଼ି ଗ୍ରାମ ନିକଟ କିଆରୀରେ ପଶି କଦଳୀ , ବୋଇତାଳୁ, ଗୁହାଁର ଆଦି ପନି ପରିବା ଖାଇ ନଷ୍ଟ କରିଥିବା ବେଳେ ସେଥି ମଧ୍ୟରୁ ୩ଟି ହାତୀ ଖସିଆସି ଗାଁ ଭିତରେ ପଶି ଧାନ ଖାଇବା ସହ ଘର ଦ୍ୱାର ଭାଙ୍ଗି ଦେଇଛନ୍ତି । ଝାଟିକାବାଡ଼ି ଗ୍ରାମର ଦୁଃଖା ପ୍ରଧାନଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିବା ବେଳେ ଦେବ ପ୍ରଧାନ, ରଥ ପ୍ରଧାନ, ଯୋଗୀ ପ୍ରଧାନ, ଜଟିଆ ପ୍ରଧାନଙ୍କ ଘର ଓ ଗୁହାଳ ଆଂଶିକ କ୍ଷତି ହୋଇଛି l ଗାଁ ଭିତରେ ହାତୀକୁ ଦେଖି ଲୋକେ ଆତଙ୍କିତ ହୋଇ ପଡ଼ିଥିବା ବେଳେ ଲୋକେ ନିଆଁ ହୁଳା ଜଳାଇବା ସହ ଘଣ୍ଟ ବଜାଇ ହାତୀମାନଙ୍କୁ ଘଉଡ଼ାଇବାକୁ ଯେତେ ଚେଷ୍ଟା କରିଥିଲେ ହେଁ ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଗାଁ ଭିତରେ ୩ଟି ହାତୀ ଅଟକି ରହିଥିଲେ l

You may have missed