ସଅଁରା ହାଇସ୍କୁଲ 1968 ବ୍ୟାତ ର ସହପାଠୀ ମିଳନ
ତିର୍ତ୍ତୋଲ ତା ତା 22/12/2025 ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ ସଅଁରା ସରକାରୀ ଉଚ୍ଚବିଦ୍ୟାଳୟ ରେ 1960 ମସିହାରେ ସଅଁରା ମଧ୍ୟଇଂରାଜୀ ବିଦ୍ୟାଳୟ ରେ ଚତୁର୍ଥଶ୍ରେଣୀ ରୁ ବିଦ୍ୟାଅଧ୍ୟୟନ ଆରମ୍ଭ କରି, ନିକଟସ୍ଥ ନାଲିବର ହାଇସ୍କୁଲ ରେ 1968 ମସିହା ମାଟ୍ରିକପରୀକ୍ଷା ପର୍ଯ୍ୟନ୍ତ ଅଧ୍ୟୟନ କରିଥିବା, ପୁରାତନ ଛାତ୍ରଛାତ୍ରୀ ମାନଙ୍କର ଏକ ଅପୂର୍ବ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତ ବନ୍ଧୁମାନେ ଦୀର୍ଘ 75 ବର୍ଷ ଅତିକ୍ରାନ୍ତ କରିଥିଲେ ମଧ୍ୟ ନିଜନିଜର ଅନୁଭୂତି ଓ ଭାବାବେଗ କୁ ପକାଶ କଲାବେଳେ ଭାବବିହ୍ୱଳ ହୋଇଉଠିଥିଲେ l କାର୍ଯ୍ୟକ୍ରମ ର ପ୍ରାରମ୍ଭରେ ଦିବଂଗତ ପ୍ରଧାନଶିକ୍ଷକ ପଣ୍ଡିତ ନରେନ୍ଦ୍ର କୁମାର ଦାଶ, ଶିକ୍ଷକ ଧୁନଚନ୍ଦ୍ର ବିଶ୍ୱାଳ ଓ ସହପାଠୀ ମାନଙ୍କ ଉଦ୍ଦେଶ୍ୟ ରେ ନିରବପ୍ରାର୍ଥନା କରାଯାଇଥିଲା l ଦିଲ୍ଲୀ ର ସେବାନିବୃତ ଆୟକର ମୁଖ୍ୟ କମିଶନର ରବିନାରାୟଣ ଦାଶ , ଆମ ଘର ସାହିତ୍ୟ ସଂସଦ ର ସମ୍ପାଦକ ଅଲେଖ ଚନ୍ଦ୍ର ବେହେରା, ଶିକ୍ଷାବିତ ନରୋତ୍ତମ ଭୁଁୟା, ଡକ୍ଟର କାଳିକା ଦାଶ, ଶିକ୍ଷକ କୃଷ୍ଣଚନ୍ଦ୍ର ତ୍ରିପାଠୀ, କ୍ଷେତ୍ରମୋହନ ସେଠି, ଅଜୟ ମହାନ୍ତି, ଦୁର୍ଯ୍ୟୋଧନ ବିଶ୍ୱାଳ, ନିରଞ୍ଜନ ନାୟକ, ବ୍ରଜବନ୍ଧୁ ସ୍ୱାଇଁ, ଅମ୍ବିକା ଦାଶ, ମହେଶ୍ୱର ବେହେରା, ରାଜେନ୍ଦ୍ର ଦାଶ ଓ ଗଣେଶ୍ୱର ମଲ୍ଲ ଙ୍କ ପ୍ରାୟ ଚାଳିଶଜଣ ପ୍ରାକ୍ତନ ବିଦ୍ୟାର୍ଥୀ ମାନେ ଯୋଗଦେଇ ପରସ୍ପର ମଧ୍ୟରେ ଭାବ ବିନିମୟ କରିଥିଲେ l ତେବେ ବୟସ ର ଅପରାହ୍ନରେ ମଧ୍ୟ ଏପରି ବନ୍ଧୁମିଳନ କାର୍ଯ୍ୟକ୍ରମ କୁ ଶେଷପର୍ଯ୍ୟନ୍ତ ଚାଲୁରଖିବାକୁ ଉଦ୍ୟମ ଜାରିରଖିବାକୁ ସମୂହ ମତପ୍ରକାଶ ପାଇଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
