ଠାକୁର ଶ୍ରୀଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୮ତମ ଜନ୍ମୋତ୍ସବ ପାଳନ

ଛତ୍ରପୁର, ତା. ୨୧/୧୨/୨୫(ଅରୁଣ କୁମାର ପଣ୍ଡା)ପରମ୍ ପ୍ରେମମୟ ଠାକୁର ଶ୍ରୀଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୮ ତମ ଜନ୍ମୋତ୍ସବ ପାଳନ ସାଂଗକୁ ଛତ୍ରପୁର ଠାରେ ଅବସ୍ଥିତ ତାଙ୍କରି ଶ୍ରୀମନ୍ଦିର ପ୍ରତିଷ୍ଠାର ୧୫ ତମ ବାର୍ଷିକୀ ଉତ୍ସବ ଅବସରରେ ଭବ୍ୟ ଆଧ୍ୟାତ୍ମିକ ସମାବେଶ ରବିବାର ଦିନ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି ।
ଛତ୍ରପୁର ସ୍ଥିତ ସତସଙ୍ଗ ବିହାରରେ ଠାକୁର ଙ୍କ ନିଆରା ଭକ୍ତି ଭାବାପନ୍ନ ର ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଥିଲା । ପ୍ରଭାତ ଫେରି, ନଗର ସଂକୀର୍ତ୍ତନ, ପ୍ରବୋଚନ, ଆନନ୍ଦ ବଜାର ଆଦି ସମାହିତ ହୋଇଥିଲା । ଠାକୁର ଙ୍କ ଜନ୍ମୋତ୍ସବ ପାଳନରେ ଲକ୍ଷାଧିକ ଟଙ୍କାର ସୁଗନ୍ଧରେ ଭରପୂର୍ ହୋଇଥିବା ବିଭିନ୍ନ ରଙ୍ଗବେରଙ୍ଗର ଫୁଲରେ ସୁସଜ୍ଜିତ ହୋଇ ମଣ୍ଡପ, ମନ୍ଦିର, ବିଗ୍ରହ ଆଦି ଚିତ୍ତାକର୍ଷକରେ ସଜା ଯାଇଥିବା ବେଳେ ହଜାର ହଜାର ଭକ୍ତଙ୍କୁ ଆଧ୍ୟାତ୍ମିକ ଜାଗରଣରେ ଆକର୍ଷିତ କରିଥିଲା ।
ସର୍ବଭାରତୀୟସ୍ତରର ସତସଙ୍ଗ ର ସାଧାରଣ ସମ୍ପାଦକ ଡ଼ଃ. ବିନାୟକ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଠାକୁର ଙ୍କ ଉତ୍ସବରେ ଶାନ୍ତିର ବାତାବରଣ ସହ ଆନନ୍ଦମୟ, ନୂତନ ଉଲ୍ଲାସମୟ ଭାବ, ଭାଇଚାରାର ଏକ ନିଆରା ପରମ୍ପରା ଭାବ ଜାଗୃତି କରିଥାଏ । ସେଥିପାଇଁ ବର୍ଷକୁ ଥରେ ଜନ୍ମ ଉତ୍ସବ ସମାରୋହର ପାଳନ ର ମହତ୍ତ୍ୱ ଉଦ୍ଦେଶ୍ୟ ରହିଛି ବୋଲି ଏହି ଭବ୍ୟ ଆଧ୍ୟାତ୍ମିକ ସମାବେଶରେ ତାତ୍ତ୍ୱିକ ଆଲୋଚନା ଦେଇଥିଲେ ।
ସମ୍ମାନନୀୟ ଅତିଥି ଭାବେ ଶ୍ରୀଧର ସୁନ୍ଦର ମିଶ୍ର (କଟକ),
ଠାକୁରଙ୍କ ସେବାରେ ସହ ପ୍ରୀତିରୀତିକ୍ ବି. ସନ୍ତୋଷ କୁମାର୍ ସୁବୁଦ୍ଧି, ଆଶିଷ କୁମାର ସୁବୁଦ୍ଧି, ବି.ପାରସା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଏବଂ ଓଡିଶାର ବିଭି୍ନପ୍ରାନ୍ତରୁ ଠାକୁର ଙ୍କ ଅଗଣିତଭକ୍ତ ଗୁରୁ ଭାଇ, ଭଉଣୀ ଓ ମାଆମାନେ ଯୋଗଦେଇଥିଲେ
