December 23, 2024

କାଶୀନଗର ବନାଞ୍ଚଳକୁ ପୁଣି ହାତୀପୋଲ ଲେଉଟିଲା …          

Share

 

 

କାଶୀନଗର , ଗତ କିଛି ଦିନ ହେଲା କାଶୀନଗର ବନାଞ୍ଚଳ ହରିପୁର ସିଆଳି ଜୀବନଦାସ ଗୁଡାରେ ହାତୀ ଉପଦ୍ରଵ ଚାଲିଥିଲା. ବନା ଞ୍ଚଳରୁ ନଦୀ ପାର ହୋଇ ହାତୀ ପୋଲୋ ଆନ୍ଧ୍ରକୁ ଚାଲି ଯାଇଥିଲେ. ଆଜି ପ୍ରାତଃ କାଳରୁ ପୁଣି ହାତୀ ପଲ ଖାଣ୍ଡବା ପଂଚାୟତ ଭାନ୍ନା ଗ୍ରାମ ଠାରେ ଦେଖିବାକୁ ମିଳୁଛି. ବର୍ତମାନ କିଛି ଚାଷୀ ଲଘୁଚାପ ଜନିତ ଝଡି ଯୋଗୁଁ ଚଷୀ ମାନେ ଖଳା ରେ ଧାନ ଗଦେଇ ରଖି ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ତର୍ପଲିନ ଘଡ଼ାଇ ରଖି ଥିବା ବେଳେ

ଧାନ ଫସଲ ଅମଳ ବେଳେ ହାତୀ ମାନେ ଫସଲ ନଷ୍ଟ କରୁଥିବା ସୂଚନା ମିଳୁଛି. ବନ ବିଭାଗ ରେଞ୍ଜର ସୁନୀଲ କୁମାର ବେହେରା ଓ ଅନ୍ୟ କର୍ମଚାରୀ ମାନେ ହାତୀ ପୋଲ କୁ ଘଉଡ଼େଇବା ପାଇଁ ଚେଷ୍ଟା କରୁଥିବା ସୂଚନା ମିଳୁଛି .