September 21, 2024

ମୁଣ୍ଡରେ ପଥର ଛେଚି ଜଣକୁ ହତ୍ୟା , ଆସାମୀ ଫେରାଇ…

Share

 

 

ଉମରକୋଟ – ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ତେଲନଦୀ ପେଙ୍ଗୁ ସାହିର ଶଶୁର ଘରକୁ ଆସିଥିବା ଜ୍ବାଇଁ ରାମସିଂ ଯାନୀ ଙ୍କୁ ଜଗଦଲପୁରରୁ ଆସିଥିବା ସମ୍ପର୍କୀୟ ଭାଇ ପଥର ରେ ଛେଚି ହତ୍ୟା କରିଥିବା ଅଭିଯୋଗ ହେଇଛି ।ସୂଚନା ପ୍ରକାରେ
ଛତିଶଗଡ଼ ର କଣ୍ଡ।ଗାଁ ଗ୍ରାମର ରାମସିଂ ଜାନୀ (୪୫) ନିଜ ପରିବାର ସହ ୧୫ ଦିନ ହେବ ଶଶୁର ଘର ତେଲନଦୀ ଗାଁର ପେଙ୍ଗୁ ସାହିକୁ ଆସିଥିଲେ।ସେହିପରି ଜଗଦଲପୁର ନିଆମାର ଗ୍ରାମର ନରେଶ ଧରୁଆ(୨୪)ଙ୍କ ମଧ୍ୟ ଶଶୁର ଘର ତେଲନଦୀ ସେଇ ପେଙ୍ଗୁ ସାହିରେ । ଦୁଇ ଜଣଙ୍କ ସ୍ତ୍ରୀ ସମ୍ପର୍କୀୟ ଅଟନ୍ତି । ନରେଶ ମଧ୍ୟ 5 ଦିନ ହେଲାସେ ମଧ୍ୟ ପରିବାର ସହ ତେଲ ନଦୀ ଗ୍ରାମ କୁ ଆସିଥିଲେ।ତେବେ ଗତକାଲି ପ୍ରାୟ 11 ଟା ସମୟରେ ରାମସିଂ ଏବଂ ନରେଶ ଦୁହେଁ ମିଶି ପ୍ରଚୁର ମଦ ପିଇ ଘର ରୁ ବାହାରିଥିବା ଗ୍ରାମ ର କିଛି ଲୋକେ ଦେଖି ଥିଲେ।ରାତ୍ର ଦୁହେଁ ଘରକୁ ନ ଫେରିବା ଯୋଗୁଁ ଦୁହେଁଙ୍କ ପରିବାର ଲୋକ ବହୁ ଖୋଜା ଖୋଜି କରିଥିଲେ।କିନ୍ତୁ ପାଇ ନଥିଲେ।ତେବେ ଆଜି ସକାଳୁ ତେଲ ନଦୀ ଠାରୁ ପ୍ରାୟ ଏକ ଶହ ମିଟର ଦୂରରେ ଥିବା ନାଙ୍ଗଲସିଲ ନାଳରେ ରାମସିଂର ମୃତ ଦେହ ପଡିଥିବାର ଦେଖି କିଛି ଲୋକ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ଆସି ରାମସିଂର ମୁଣ୍ଡରେ ପଥର ଛେଚି ହତ୍ୟା କରାଯାଇଥିବା ଦେଖିବାକୁ ପାଇଥିଲେ। ହତ୍ୟା ଏତେ ଭୟଙ୍କର ଥିଲା ଯେ ରାମ ସିଂ ଙ୍କ ର ମୁଣ୍ଡର ଦହି ବାହାର କୁ ବାହାରି ପଡି ଥିଲା । ରାମ ସିଂ ଙ୍କ ଶରୀର କୁ ସୁଇଟର ଓ ସଲ ରେ ଗୁଡ଼ା ହେଇଥିବ।ଅବସ୍ଥାରେ ପୋଲିସ ଉଦ୍ଧାର କରିଛି।ଅଭିଯୋଗ ପାଇବା ପରେ ଉମରକୋଟ ଥାନା ଆଇଆଇସି ଡମ୍ବୁରୁ ଧର ପ୍ରଧାନ ଓ ସବ ଇନ୍ସପେକ୍ଟର ପ୍ରକାଶ ଚନ୍ଦ୍ର ମିଶ୍ର ଓ ପୋଲିସ ଟିମ ଘଟଣ। ସ୍ଥଳ ରେ ପହଂଚି ରାମ ସିଂ ର ମର ଶରୀର କୁ ଉମରକୋଟ ଆଣି ହସ୍ପିଟାଲ୍ ରେ ରଖିଛି । ଆସନ୍ତା କାଲି ସବ ବ୍ୟବଚ୍ଛେଦ ହେବ ବୋଲି ଆଇଆଇସି ସୁଚନା ଦେଇଛନ୍ତି। ରାମସିଂର ହତ୍ୟା ନରେଶ କରିଛି ନା ଅନ୍ୟ କିଏ ଉମରକୋଟ ପୋଲିସ ତାହାର ତଦନ୍ତ ଜାରି ରଖିଛି। ଅନ୍ୟପଟେ ନରେଶ ଧରୁଆ ଗତ କାଲି ଫେରାର ଅଛି । ତାକୁ ଶୀଘ୍ର ଧର। ଯିବ ବୋଲି ଆଇଆଇସି ସୁଚନା ଦେଇଛନ୍ତି।ଆଇଆଇସି ନିଜେ ଘଟଣା ର ତଦନ୍ତ ଅଧିକାରୀ ଭାବେ ଦାୟୀତ୍ବ ଗ୍ରହଣ କରି ଅଧିକ ତଦନ୍ତ ଜାରି ରଖିଛନ୍ତି।(ନବରଙ୍ଗପୁର ଜିଲ୍ଲା ଉମରକୋଟରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)