September 10, 2026

ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୭୨ ୟୁନିଟ୍ ରକ୍ତ ସଂଗ୍ରହ…

iuiyi
Share

ବୁଗୁଡ଼ା :  ସ୍ଥାନୀୟ ପିପୁଲ୍ସ ଡିଗ୍ରୀ କଲେଜ ପକ୍ଷରୁ ସ୍ବପରିସରରେ “ନୂଆ-ଓ” ତଥା “ଯୁବ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନୋଡାଲ ଅଫିସର ଅଧ୍ଯାପକ ପ୍ରଦୀପ କୁମାର ଦାଶଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ଶିବିରକୁ କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକ ଉଦଘାଟନ କରିଥିଲା ବେଳେ ଏଥିରେ ୭୨ ଜଣ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ଏବଂ ଭଞ୍ଜନଗର ବ୍ଲଡ ବ୍ଯାଙ୍କର କର୍ମକର୍ତ୍ତା ରକ୍ତ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ରହିଥିଲେ । ଏହି ଶିବିର ପରିଚାଳନାରେ ଅଧ୍ଯାପକ ବିନୋଦ କୁମାର କର ଓ ଅଧ୍ୟାପିକା ସନ୍ଧ୍ଯାରାଣୀ ସାହୁଙ୍କ ସମେତ ଓ୍ବାଇଆରସି ଏବଂ ଏନସିସି ଛାତ୍ରଛାତ୍ରୀମାନେ ସକ୍ରିୟ ସହଯୋଗ କରିଥିଲେ