September 21, 2024
Share

➡️୧-ରାଜ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ୮୨୨ କୋଟି ଟଙ୍କାରେ ନିର୍ମିତ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ବୈତରଣୀ ବାମ ପାର୍ଶ୍ୱ କେନାଲ ସହିତ ହଳଦିଆ ଡ୍ୟାମର କଲେ ଲୋକାର୍ପଣ l

➡️୨-ଶୀତରେ ଥରୁଛି ସାରା ଓଡିଶା, ଜି. ଉଦୟଗିରି ରେ ପାରଦ ହେଲା ୪ ଡିଗ୍ରୀ, ଶିମିଳିପାଳ ର ଉପରବାରହାକାମୁଡା ରେ ରେକର୍ଡ ହେଲା ଶୂନ ଡିଗ୍ରୀ l ୨୩ ଓ ୨୪ ରେ ହେବ ଭୀଷଣ କୁହୁଡି ।

➡️୩-ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ)ରେ ଯୋଡିହେଲା ୮୧୬ ସୁପର ସ୍ପେସାଲିଟି ହସ୍ପିଟାଲ l ଚିକିତ୍ସା ବାବଦ ଖର୍ଚ୍ଚରେ ୧୦୭% ହେଲା ବୃଦ୍ଧି l

➡️୪-ଦୁର୍ଘଟଣା ଏଡାଇବାକୁ ନୂଆ ଫର୍ମୂଲା l ଏଣିକି ଡ୍ରାଇଭରଙ୍କୁ ଚା ପିଆଇବେ ସରକାର, ଏନ୍ଏଚ୍ ରେ ଭାରୀଯାନ ଚଳାଉଥିବା ଡ୍ରାଇଭରମାନଙ୍କୁ ରାତିରେ ମିଳିବ ମାଗଣା ଚା’ ଏବଂ ବିଶ୍ରାମ ବ୍ୟବସ୍ଥା l

➡️୫-ଏଣିକି ନକଲି ସିମ୍‌ କିଣିଲେ ହେବ ୩ ବର୍ଷ ଜେଲ୍‌, ୫୦ ଲକ୍ଷ ଜରିମାନା l ରାଷ୍ଟ୍ରପତି ଏଥିରେ ଦସ୍ତଖତ କରିବା ପରେ ଏହି ବିଧେୟକ ଆଇନରେ ପରିଣତ ହେବ।

➡️୬-ନିର୍ବାଚନ ପୂର୍ବରୁ ସରକାରଙ୍କ ମେଗା ପ୍ଲାନ୍, ଲୋକଙ୍କୁ ବଂଟାଯିବ ଲିଫଲେଟ୍ । ପ୍ରତ୍ୟେକ ପଂଚାୟତରେ ୩୦୦ରୁ ୫୦୦ ଲିଫଲେଟ ବଂଟନ କରାଯିବ । ଏଥିପାଇଁ ୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

➡️୭-ସୁପରଷ୍ଟାର ଶାହରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ଡଙ୍କି’ର ପ୍ରଥମ ଦିନର କଲେକ୍ସନଠୁ ଆଡଭାନ୍ସ ବୁକିଂରେ ଅଧିକ ଆୟ କରି ସାରିଲାଣି ଫିଲ୍ମ ‘ସାଲାର’ l

➡️୮-5T ଅଧ୍ୟକ୍ଷଙ୍କ କଟକ ଗସ୍ତ : ଚଣ୍ଡୀ ମନ୍ଦିର, ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ, ତାଳଦଣ୍ଡା କେନାଲ ଓ ରେଭେନ୍‌ସା ବାଳିକା ବିଦ୍ୟାଳୟ କଲେ ପରିଦର୍ଶନ l

➡️୯-ଧାର୍ଯ୍ୟ ସମୟର ଦିନକ ପୂର୍ବରୁ ଶେଷ ହେଲା ସଂସଦର ଶୀତ ଅଧିବେଶନ l ଉଭୟ ଗୃହରେ ପାରିତ ହେଲା ୩ ଆପରାଧିକ ନ୍ୟାୟ ବିଲ୍‌ l ଲୋକସଭାରେ ପାରିତ ହେଲା ୧୮ ବିଲ୍‌ l ସମୁଦାୟ ୬୧ ଘଣ୍ଟା ୫୦ ମିନିଟ ଚାଲିଲା ଗୃହ, ୧୪୬ ଜଣ ସାଂସଦ ହେଲେ ନିଲମ୍ବିତ l

➡️୧୦-ଅନୁଭବ-ବର୍ଷା ବିବାଦ ମାମଲାରେ ଆସିଲା ନୂଆ ମୋଡ଼, ବିବାହ ବିଚ୍ଛେଦ ପାଇଁ ହାଇକୋର୍ଟ ଦେଲେ ଅନୁମତି l ଅନୁଭବ ଛାଡ଼ପତ୍ର ପାଇବାକୁ ଯୋଗ୍ୟ ବୋଲି କହିଲେ ହାଇକୋର୍ଟ l

➡️୧୧-ଅଯୋଧ୍ୟାର ହୋଟେଲ୍-ଧର୍ମଶାଳାର ଆଡଭାନ୍ସ ବୁକିଂକୁ ରଦ୍ଦ କଲେ ସିଏମ୍ ଯୋଗୀ, ଜାନୁଆରୀ ୨୨ରେ କେବଳ ଅତିଥି ରହିବେ l

➡️୧୨-ବିଶ୍ବର ଏକ ନମ୍ବର ଧନୀ ଏଲନ୍ ମସ୍କଙ୍କ ଅଧୀନରେ ପରିଚାଳିତ ହେଉଥିବା ସାମାଜିକ ଗଣମାଧ୍ୟମ ସଂସ୍ଥା ଏକ୍ସ କୁ ଏକ ଘଣ୍ଟା ଧରି ବ୍ୟବହାର କରିବାରେ ଅସୁବିଧା ସାମ୍ନା କଲେ ସମଗ୍ର ବିଶ୍ବ l ପରେ ସବୁ କିଛି ହେଲା ସ୍ବାଭାବିକ l

➡️୧୩-ଏଥର ପୂର୍ବରୁ ପଶ୍ଚିମ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିବ କଂଗ୍ରେସ l

➡️୧୪-ଚିନ୍ତା ବଢ଼ାଇଲା କରୋନା ଭାଇରସର ନୂଆ ଭାରିଆଂଟ ଜେଏନ୍ ଡଟ୍ ୱାନ୍ l କଡ଼ ଲେଉଟାଇବା ପରେ ଭୟ ବଢ଼ାଉଛି କରୋନାର ନୂଆ ଭାରିଆଂଟ: ୨୪ ଘଂଟାରେ କେରଳରେ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ l

➡️୧୫-ଉତ୍ତରକାଶୀର ସିଲ୍‌କ୍ୟାରା-ବାରକୋଟ ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ ପୁଣିଥରେ ହେଲା ଆରମ୍ଭ l ୪.୫ କିଲୋମିଟର ଦୀର୍ଘ ଏହି ସୁଡ଼ଙ୍ଗ ସିଲ୍‌କ୍ୟାରା ପଟରୁ ଭୁଶୁଡ଼ି ପଡ଼ିଥିଲା। ବର୍ତମାନ ଏହାର ବିପରୀତ ବାରକୋଟ ପଟରୁ କାମ ଆରମ୍ଭ ହୋଇଛି।

➡️୧୬-ପାକିସ୍ତାନ ଷ୍ଟକବଜାରରେ ଆସିଲା ଭୂକମ୍ପ, ୩୨ ବର୍ଷରେ ହେଲା ସବୁଠାରୁ ବଡ଼ ହ୍ରାସ l ମୁଦ୍ରାସ୍ପୀତି ଆକାଶଛୁଆଁ ହୋଇଥିବା ବେଳେ, ରପ୍ତାନି କମିଯାଇଛି ଓ ବୈଦେଶିକ ମୁଦ୍ରାଭଣ୍ଡାର ହେଲା ଖାଲି।

➡️୧୭-ଋଷ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଭୁଲ ତଥ୍ୟ ଦେବାରୁ ଗୁଗୁଲ୍ ଉପରେ ୫୦ମିଲିୟନ୍ ଡଲାର ଜରିମାନା ଲଗାଇଲେ ଋଷର ଏକ କୋର୍ଟ l

➡️୧୮-୩ୟ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୭୮ ରନ୍‌ରେ ପରାସ୍ତ କରି ଭାରତ ୨-୧ରେ ଜିତିଲା ଶୃଙ୍ଖଳା। ଏଥି ସହ ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ୫ ବର୍ଷ ପରେ ଏକ ଦିନିକିଆ ଶୃଙ୍ଖଳା ବିଜୟର ସଫଳତା ପାଇଛି।

➡️୧୯-ଭାରତୀୟ କୁସ୍ତି ମହାସଂଘ(ଡବ୍ଲ୍ୟୁଏଫ୍‌ଆଇ)ରେ ଭାରତୀୟ ଜନତା ପାର୍ଟି ସାଂସଦ ବ୍ରିଜଭୂଷଣ ସରଣ ସିଂହଙ୍କ ଘନିଷ୍ଠ ସଞ୍ଜୟ ସିଂହ ସଭାପତି ଭାବେ ହେଲେ ନିର୍ବାଚିତ l

➡️୨୦-ଡ୍ରଗ୍ସ ନେଇଥିବା ଅଭିଯୋଗରେ ଦୁଇ କ୍ରିକେଟରଙ୍କୁ ନିଲମ୍ବିତ କଲା ଜିମ୍ବାୱେ କ୍ରିକେଟ ବୋର୍ଡ। ଅଲ୍‌ ରାଉଣ୍ଡର ୱେସ୍‌ଲେ ମାଧିଭେରେ ଓ ବ୍ରାଣ୍ଡନ ମାଭୁତାଙ୍କୁ କରାଗଲା ନିଲମ୍ବିତ l

➡️୨୧-ପ୍ରତିଶ୍ରୁତି ପୂରଣ କଲେନି ସରକାର, ରେସ୍‌ଲିଂରୁ ସନ୍ନ୍ୟାସ ଘୋଷଣା କଲେ ଅଲିମ୍ପିକ ମେଡାଲ ବିଜେତା ସାକ୍ଷୀ ମଲ୍ଲିକ l

➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।

🔅ଆଜି ଶ୍ରୀନିବାସ ରାମାନୁଜଙ୍କ ଜନ୍ମଦିନ ll
🔅ଆଜି ଜାତୀୟ ଗଣିତ ଦିବସ ll
🔅ଆଜି ଦକ୍ଷତା ଦିବସ ll
🔅ଆଜି ଶ୍ରୀମଦ୍ ଭଗବତ ଗୀତା ଜୟନ୍ତୀ ll
🔅ଆଜିଠାରୁ ଭୂତମାନଙ୍କର ମଧ୍ୟାହ୍ନ,
ଦେବତାମାନଙ୍କର ମଧ୍ୟରାତ୍ରି ll
🔅ଆଜିଠାରୁ ଶରତ ଋତୁ ଆରମ୍ଭ ll

ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll
ll ଶୁଭ ସକାଳ,ସୁପ୍ରଭାତ ll