ଲକ୍ଷ୍ମୀ ବସଷ୍ଟପ ନାରେ ଅର୍ଥଚଳୁ ଅଭିଯୋଗ,ଭିଜିଲାନ୍ସ ତଦନ୍ତ ଦାବି !

କୋଲନରା : ( ସଞ୍ଜୀବ କଣ୍ଡାଗରୀ )ପୂର୍ବତନ ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ଯୋଗାଇ ଦେବା ପାଇଁ ଲୋକଙ୍କ ମନରେ ହସ ଭରି ଯିବା ସହ କମ ଖର୍ଚ୍ଚ ରେ ଗ୍ରାମାଞ୍ଚଳର ଲୋକମାନେ କି ଭଳି ଭାବେ ନିଜର ସ୍ୱାସ୍ଥ୍ୟ ,ଶିକ୍ଷା ସରକାରୀ କାର୍ଯ୍ୟ ରେ ଯୋଗାଯୋଗ କରିବା ପାଇଁ ପୂର୍ବତନ ରାଜ୍ୟ ସରକାର ଲକ୍ଷ୍ମୀ ବସ ନାମରେ ଏକ ଲକ୍ଷ୍ମୀ ବସ ଯୋଜନା ପ୍ରସ୍ତୁତ କରି ପାଞ୍ଚ ଟଙ୍କା ରେ ଗ୍ରାମାଞ୍ଚଳର ମହିଳା ମାନଙ୍କ ସୁବିଧା ପାଇଁ ବସଷ୍ଟପ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଆମ ଓଡ଼ିଶା ନବୀନ ଓଡିଶା ନାମରେ ବ୍ୟୟ ବରାଦ କରିଛନ୍ତି ।କିନ୍ତୁ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ କୈଳାଶପୁର ଗ୍ରାମ ପଞ୍ଚାୟତ ଲିଙ୍ଗାଗୁଡ଼ା ଗ୍ରାମରେ ଏହାର ଭିନ୍ନ ଏକ ଅବିକଳ ଚିତ୍ର ଦେଖିବାକୁ ମିଳିଛି ।ଏହି ବସଷ୍ଟପ ପାଇଁ ଅଟକଳ ମୂଲ୍ୟ ପାଞ୍ଚ ଲକ୍ଷ ବତିଶି ହଜାର ଛଅ ଶହ ଟଙ୍କା (୫,୩୨,୬୦୦ )ଥିବାବେଳେ ଅଳ୍ପ ଖର୍ଚ୍ଚ ରେ କାମ ସାରି ଅଧାରେ ଛାଡ଼ି ସବୁ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି ।ଫଳକ କରି ଲେଖିବା ପାଇଁ ସ୍ୱତନ୍ତ୍ର ପାଞ୍ଚ ହଜାର (୫୦୦୦/-) ଟଙ୍କା ଥିବାବେଳେ କାନ୍ତ ରେ ଫଳକ ଲେଖି କାମ ସାରିଦେଇଥିବା ଦେଖିବାକୁ ମିଳୁଛି।ବସଷ୍ଟପତ କଲେ କିନ୍ତୁ ନିରୀହ ଜନସାଧାରଣ ମନରେ ଦୁଃଖ ରଖି କାର୍ଯ୍ୟ ସମ୍ପାଦନ କରିଥିବା ଫଳକ କହୁଛି।କାମ କରୁଥିବା ଠିକାଦାର ଓ ଯନ୍ତ୍ରୀ ଭୁଲି ଗଲେ କି ଭିନ୍ନକ୍ଷମ ମାନଙ୍କ ପାଇଁ ଟ୍ରେଚେର ସାଇକେଲ ଯିବା ପାଇଁ ଏବଂ ପାହାଚ କରିବା ପାଇଁ ।ଏହିଭଳି ମାନସିକ ଥିବା ଠିକାଦାର ଓ ଯନ୍ତ୍ରୀ ମିଳିମିଶି ଅର୍ଥ ଆତ୍ମସାତ କରିଥିବା ସାଧାରଣ ରେ ଅଭିଯୋଗ ହୋଇଛି ।ଏହି କାମକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରିବା ସହ ଭିଜିଲାନ୍ସ ତଦନ୍ତ କରିବା ପାଇଁ ଦାବି କରିଛନ୍ତି।ଏହି ସମ୍ପର୍କରେ ଗୋଷ୍ଟି ଉନ୍ନୟନ ଅଧିକାରୀ ରୀନା ପ୍ରଧାନ ଙ୍କୁ ଯୋଗାଯୋଗ କରିବାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
