ରାଜନୀତିରେ ରାଜନୀତିରେ ଶେଷ ହେଲା ଚେଳିତୋଳ ବାଲିଯାତ୍ରା ..
ତିର୍ତ୍ତୋଲ
ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପିଆକୁଦ ଠାରେ ୨୦୦୨ ମସିହାରେ ତତ୍କାଳୀନ ବିଧାୟକ, ତଥା ବର୍ତ୍ତମାନ ର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ଦେବାଶିଷ ସାମନ୍ତରାୟ ଙ୍କ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିଲା ବାଲିଯାତ୍ରା ମହୋତ୍ସବ l ଦୀର୍ଘ ୨୩ ବର୍ଷ ଧରି ବହୁ ଘାତ ପ୍ରତିଘାତ ମଧ୍ୟରେ ଶାସକ ଦଳ ର ନେତା ମନ୍ତ୍ରୀଙ୍କର କୃପାରୁ ଏବଂ ବହୁ ବଛା ବଛା ଅନୁଷ୍ଠାନ ର କଳାକୃତି ଓ ଅର୍କେଷ୍ତ୍ରା ମାନେ ନିଜ ନିଜର ଯାଦୁକାରୀ ପ୍ରଦର୍ଶନ ରେ ବିମୋହିତ କରିଥିଲେ ବାଲିଯାତ୍ରାର ଦର୍ଶକ ମାନଙ୍କ ହୃଦୟ l ତିର୍ତ୍ତୋଲ ର ନିର୍ବାଚିତ ବିଧାୟକ ମାନେ ବାଲିଯାତ୍ରାର ସଭାପତି ଭାବେ ଦାୟିତ୍ୱ ସହକାରେ ସବୁକିଛି ବିଗତ ବର୍ଷ ଯାଏ ଠିକଠାକ ଭାବରେ ବାଲିଯାତ୍ରାକୁ ପରିଚାଳନା କରି ଆସିଥିବା ବେଳେ, ଚଳିତବର୍ଷ ର ବାଲିଯାତ୍ରା ଦିଗହରା ହୋଇଥିବାର ପରିଲକ୍ଷିତ ହୋଇଥିବାର ଦେଖିବାକୁ ମିଳିଥିଲା l ଗତ ବର୍ଷ ଯୋଉ ସାଂସଦ ଓ ମନ୍ତ୍ରୀ ମାନେ ଚେଳିତୋଳ ବାଲିଯାତ୍ରାକୁ ବର୍ଜନ କରି ମଞ୍ଚକୁ ଆସି ନଥିଲେ ସେଇମାନେ ପୂର୍ବତନ ସାଂସଦ ଓ ମନ୍ତ୍ରୀନାମରେ ଚେଳିତୋଳ ମଞ୍ଚରେ ଉପସ୍ଥିତ ହୋଇ ବାହାଦୁରିଆ ବୟାନ ବାଜି କରିଥିଲେ l ତିର୍ତ୍ତୋଲ ବିଧାନସଭା କ୍ଷେତ୍ରକୁ ବିଷ୍ଣୁ ଦାସ ଗୋଷ୍ଟୀ ଆଉ ରାଜଶ୍ରୀ ଗୋଷ୍ଠୀ ରେ ପରିଣତ କରି ରାଜନୈତିକ ପତିଆରା ବିସ୍ତାର କରିଥିବା ଗୋଷ୍ଟୀ ଗତ ବର୍ଷ ବିଧାୟକ ବିଜୟ ଶଙ୍କର ଦାସ ଙ୍କୁ ବିରୋଧ କରି ବାଲିଯାତ୍ରାକୁ ଭଣ୍ଡୁର କରିବା ଆଶାରେ ମଞ୍ଚକୁ ବର୍ଜନ କରିଥିଲେ ଥିବାର ଶୁଣାଯାଇଥିଲା l ଚଳିତ ବର୍ଷ ସରକାର ବଦଳି ଥିଲେ ବି ତିର୍ତ୍ତୋଲ ନିର୍ବାଚନ କ୍ଷେତ୍ର ବିଜେଡି ଦଖଲରେ ରହିଥିଲା ଏବଂ ଚେଳିତୋଳ ବାଲିଯାତ୍ରାର ସଭାପତି ସାଜିଥିଲେ ବିଧାୟକ ଡଃ.ରମାକାନ୍ତ ଭୋଇ !ଯୋଉ ମାନେ ଗତ ବର୍ଷ ଅସନ୍ତୁଷ୍ଟ ରହି ମଞ୍ଚ କୁ ବିରୋଧ କରିଥିଲେ ସେଇ ମାନଙ୍କ ପ୍ରରୋଚନାରେ ଆସି ବିଧାୟକ ମହାଶୟ ଜଣେ ବାବା ଙ୍କ ସହିତ ବାଲିଯାତ୍ରା କୁ ସର୍ବଦଳୀୟ କରିବାକୁ ଆହ୍ୱାନ ଦେଇ ଅର୍ଥହୀନ ରାଜନୀତିକୁ ଆପଣେଇ ନେଲେ l ବିଜେପି ଓ କଂଗ୍ରେସ ର ନେତୃବୃନ୍ଦ ମାନେ ବିଧାୟକ ଙ୍କ ଏକାଚାଟିଆ ମନବୃତ୍ତି କୁ ବିରୋଧ କରି,ଛପାଯାଇଥିବା ନିମନ୍ତ୍ରଣ ପତ୍ରରେ ବିଜେପି ଓ କଂଗ୍ରେସ ନେତା ମାନଙ୍କ ନାମ ଉଲ୍ଲେଖ ନଥିବାରୁ ବାଲିଯାତ୍ରାକୁ ଦୁଇ ଦଳର ନେତା ମାନେ ବର୍ଜନ କଲେ l ସାଂସଦ ବିଭୁ ପ୍ରସାଦ ତରାଇ ଙ୍କ ନାମ ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ କରି ସମସ୍ତଙ୍କୁ ଭ୍ରମିତ କରୁଥିବା ବିଧାୟକ, ସର୍ବଦଳୀୟ ର ନାରା ଦେଇ ବାଲିଯାତ୍ରା ମଞ୍ଚରେ ଗର୍ଜୁ ଥିବା ବେଳେ ଶ୍ରୀଯୁକ୍ତ ତରାଇ ଉଦଘାଟନ ଉତ୍ସବ ରେ ଯୋଗଦେଇ ନଥିବାର ଦେଖିବାକୁ ମିଳିଥିଲା l ସାତ ଦିନ ଧରି ଚାଲିଥିବା ବାଲିଯାତ୍ରା ମଞ୍ଚରେ କେବଳ ବିଜେଡିର ୱାର୍ଡ ସଭ୍ୟଠାରୁ ଆରମ୍ଭ କରି ପୂର୍ବତନ ମନ୍ତ୍ରୀ ବିଧାୟକ,ମଞ୍ଚରେ ସମ୍ବର୍ଦ୍ଦିତ ହୋଇଥିବାର ଦେଖିବାକୁ ମିଳିଥିଲା l ତିର୍ତ୍ତୋଲ ର ଅନେକ ସାହିତ୍ୟ ରଥି ଗୁଣି ଜ୍ଞାନୀ ବିଦ୍ୱାନ ନେତା ଅଭିନେତା ମାନଙ୍କୁ ଥରୁଟିଏ ମନେ ନ ପକେଇ ଚିହ୍ନା ମୁହଁ ଦେଖି ସମ୍ବର୍ଦ୍ଦିତ ଓ ସମ୍ମାନିତ କରିବା ଏବେ ହାସ୍ୟାସ୍ପଦ ର ବିଷୟ ପାଲଟିଛି l ନିକୃଷ୍ଟ ଧରଣର ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଦେଖିବାକୁ ମଞ୍ଚତଳେ ଦର୍ଶକ ମଧ୍ୟ ନଥିଲେ l ଯୋଉମାନେ ଉପସ୍ଥିତ ଥିଲେ ଆଞ୍ଚଳିକ ସଂଗୀତ ନୃତ୍ୟରେ ଭାଗନେଇଥିବା ପ୍ରତିଯୋଗୀ ମାନଙ୍କର ଅବିଭାବକ, ସାମ୍ବାଦିକ ଓ ଦଳୀୟ କର୍ମୀ l ତଥାପି ବିଧାୟକ ମହାଶୟ ଖୁବ ଖୁସୀ ଥିବାବେଳେ,ବାଲିଯାତ୍ରାର ଭବିଷ୍ୟତ ନିମ୍ନଗାମୀ ହେବାରେ ଲାଗିଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।
ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର l