November 15, 2024

ସଂଭାବ୍ୟ ବାତ୍ୟା ର ମୁକାବିଲା ନେଇ ବ୍ଲକ ପ୍ରଶାସନ ର ପ୍ରସ୍ତୁତି ବୈଠକ

Share

 

ଅସ୍ତରଙ୍ଗ,,ଅସ୍ତରଙ୍ଗ ଉପକୂଳରେ,୨୪ ଓ ୨୫ ତାରିଖ ୨ ଦିନ ଧରି ଲଘୁଚାପ ଜନିତ ପ୍ରବଳ ବର୍ଷା ଓ ପବନ ର କିପରି ମୁକାବିଲା କରାଜିବ ସେ ସମ୍ପର୍କ ରେ ଏକ ପ୍ରସ୍ତୁତି ବୈଠକ ଅସ୍ତରଙ୍ଗ ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇ ଜାଇ ଅଛି। ଏହି ବୈଠକ ରେ,ବ୍ଲକ ଅଞ୍ଚଳ ର ସମସ୍ତ ଲାଇନ ଡିପାର୍ଟମେଣ୍ଟ ର ଅଧିକାରୀ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ୧୯ ଟି ବାତ୍ୟା ଆଶ୍ରୟ ସ୍ଥଳୀରେ ସେହି ପଞ୍ଚାୟତ ର ଅଧିକାରୀ ମାନଙ୍କୁ ଆଲଟ କରା ଯାଇଥିବାବେଳ,ସମ୍ଭାବ୍ୟ ବାତ୍ୟା କୁ କିପରି ମୁକାବିଲା କରାଯିବ,ଲୋକ ମାନଙ୍କର ଧନ ଜୀବନ କୁ କିପରି ସୁରକ୍ଷିତ ରଖା ଯାଇ ପାରିବ ଓ ବିଶେଷ କ୍ଷୟ କ୍ଷତି ନ ହେବ ସେଥିପ୍ରତି ନଜର ଦିଆ ଯିବା ସହ, ସରକାର ଙ୍କର ନିଷ୍ପତି ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ କରାଯିବ ବୋଲି ବୈଠକରେ ଆଲୋଚନା କରା ଯାଇଥିଲା। ଯଦି ବାତ୍ୟା

ଦ୍ବାରା କ୍ଷତି ଗ୍ରସ୍ଥ ଜନତା ସ୍ଥାନାନ୍ତରିତ ସମୟ ରେ ଆଶ୍ରୟ ସ୍ଥଳରୁ ବଳକା ପଡନ୍ତି ସେମାନଙ୍କୁ ନିକଟରେ ଥିବା ସ୍କୁଲ ଛୁଟି ଥିବାରୁ ସେହି ଠାରେ ରଖାଯିବ ବୋଲି ନିଷ୍ପତି ହୋଇଛି । ଏହି ବୈଠକ ରେ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ଆରତୀ ନାଏକ, ଉପାଧ୍ୟକ୍ଷ,ଦୃଜୟ ମିଶ୍ର,ତହସିଲଦାର,ପ୍ରିୟଙ୍କା ପ୍ରିୟଦର୍ଶନି ପତି,ବି ଡି ଓ ଯୋଗେନ୍ଦ୍ର ମହାକୁଡ, କୃଷି ବିଭାଗ ଅଧିକାରୀ, ଶିକ୍ଷା ବିଭାଗ ଅଧିକାରୀ ,କୋଷ୍ଟ ଗାର୍ଡ , ନୂଆଗଡ ମେରାଇନ ଥାନା ଓ ଅସ୍ତରଙ୍ଗ ଥାନା ଆଦି ର ସମସ୍ତ ଅଧିକାରୀ ଯୋଗ ଦାନ କରି ସମ୍ଭ୍ୟାବ୍ୟ ବାତ୍ୟା ଓ ତାର ନିରାକରଣ ସମ୍ପର୍କ ରେ ଆଲୋଚନା କରିଥିଲେ ।