March 12, 2026

କବିତା ସଂକଳନ ପୁସ୍ତକ “ମାଟିର ମୋହ” ଉନ୍ମୋଚିତ 

IMG-20240922-WA0051
Share

ବୁଗୁଡ଼ା : ତା ୨୨/୦୮/୨୪ : ବିଶିଷ୍ଟ କବି ତଥା ସୁନାମଧନ୍ୟ ସାହିତ୍ୟିକ ଡକ୍ଟର କୁଳମଣି ଓଝାଙ୍କ ମୁଖବନ୍ଧ ଏବଂ କବି ସୁଶାନ୍ତ ଜେନା ଓ ଲିଙ୍ଗରାଜ ଜେନାଙ୍କ ଅମୁଲ୍ଯ ଅଭିବ୍ୟକ୍ତିରେ ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ କବିତା ସଂକଳନ ପୁସ୍ତକ “ମାଟିର ମୋହ” ଉନ୍ମୋଚିତ ହୋଇ ଯାଇଛି । ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ବୌଦ୍ଧଚକ୍ର ସାହିତ୍ୟ ସଂସଦର ସଭାପତି ସଞ୍ଜୟ କୁମାର ପଣ୍ଡା , ପ୍ରଧ୍ୟାପିକା ବିଷ୍ଣୁ ପ୍ରିୟା ପଣ୍ଡା , ସାହିତ୍ୟ ଓ ସଂସ୍କୃତିପ୍ରେମୀ ଭଗବାନ ପୂଜାରୀ, କବି ଅନନ୍ତ କର, ଶିକ୍ଷାବିତ୍ ସୁକୁମାର ବିଶ୍ବାଳ ଓ ଗୌରୀଶଙ୍କର ମିଶ୍ର ଯୋଗ ଦେଇ “ମାଟିର ମୋହ” କବିତା ପୁସ୍ତକକୁ ସମୀକ୍ଷାକରି କବି ପ୍ରକାଶ ପାତ୍ରଙ୍କ କବିତା ପୁସ୍ତକର କାବ୍ୟଦୃଷ୍ଟି ପାଠକ ପ୍ରାଣରେ ନୂତନ ଭାବ କଲ୍ଲୋଳ ସୃଷ୍ଟି କରି ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ଅଜିତ କୁମାର ତ୍ରିପାଠୀ, ମନୋଜ କୁମାର ଭୋଇ, ଧ୍ରୁବ ପାଣିଗ୍ରାହୀ,ଖଲି ପରିଡା, କୈଳାସ ଚନ୍ଦ୍ର ପ୍ରଧାନ, ଜି.ରାଜେଶ୍ବର ପାତ୍ର ପ୍ରମୁଖ ଯୋଗଦେଇ କବିତା ସଂକଳନ ସମ୍ପର୍କରେ ଆଲୋଚନା କରିଥିଲେ।