September 29, 2024

ଗଜପତି:- ବିଶ୍ଵ ଶାନ୍ତି ଦିବସ ପାଳିତ

Share

ଗଜପତି:- ବିଶ୍ଵ ଶାନ୍ତି ଦିବସ ପାଳିତ
———————————————- ପାରାଖେମୁଣ୍ଡି ସ୍ଥିତ ମହାରାଜା’ଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରୁ ବିଶ୍ଵଶାନ୍ତି ଦିବସ ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକ’ଙ୍କ ନିର୍ଦ୍ଦେଶ କ୍ରମେ ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର’ଙ୍କ ତତ୍ଵାବଧାନ’ରେ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ ।
ପୂର୍ବତନ ଜିଲ୍ଲା ବିଜ୍ଞାନ ନୀରିକ୍ଷକ ତଥା ସରକାରୀ ଉଚ୍ଚ ବିଦ୍ୟାଳୟ ଜାଜପୁର’ ର ପ୍ରଧାନ ଶିକ୍ଷକ ଶ୍ରୀ ସାତ୍ମିକ କୁମାର ପଟ୍ଟନାୟକ ଏହି ସଚେତନତା ଶୋଭାଯାତ୍ରା’ର ଶୁଭାରମ୍ଭ କରିଥିଲେ ।
ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟ’ର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ , ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ , ପାରଳାଖେମୁଣ୍ଡି’ର ବରିଷ୍ଟ ଶିକ୍ଷକ ଶ୍ରୀ ୟୁ: ଧର୍ମା ରାଓ ଙ୍କ ସମେତ ଶିକ୍ଷକ ଶ୍ରୀ ପରମେଶ୍ବର ନାୟକ , ଶ୍ରୀ କେ: ବାସୁଦେବ ରାଓ , ଶ୍ରୀ କେ ଭି: ରେଡ୍ଡୀ , ଶ୍ରୀ ସୁଦୀପ୍ତ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ।
ସ୍କାଉଟ ମାଷ୍ଟର ଓ ଗାଇଡ କ୍ୟାପଟେନ ଶ୍ରୀ ଧୀରେନ୍ଦ୍ର କୁମାର ସାମଲ , ଶ୍ରୀମତୀ ରେଖା ରାଣୀ ଦେଓ , ଶ୍ରୀମତୀ ତପସ୍ଵିନୀ ପଣ୍ଡା , ଦର୍ଶିତା ପଟ୍ଟନାୟକ , ଶ୍ରୀ ଦିଲେଶ୍ୱର୍ ତୃଣ , ଶ୍ରୀ ଶିବରାମ ଭୂୟାଁ , ଶ୍ରୀ ଲିଙ୍ଗରାଜ ସାହୁ ପ୍ରମୁଖ ଶୋଭାଯାତ୍ରା’ର ପରିଚାଳନା’ରେ ସହଯୋଗ କରିଥିଲେ ।
ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ , ମହାରାଜ ଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ , ମହେନ୍ଦ୍ର ଗିରି ସରକାରୀ ଉଚ୍ଚ ବିଦ୍ୟାଳୟ , ସରକାରୀ ଉଚ୍ଚ ବିଦ୍ୟାଳୟ ଜାଜପୂର୍ , ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର’ର ୧୫୦ ଜଣ ସ୍କାଉଟ ଓ ଗାଇଡ ଛାତ୍ର/ଛାତ୍ରୀ ଏହି ସଚେତନତା ଶୋଭାଯାତ୍ରା’ରେ ଅଂଶଗ୍ରହଣ କରିଥିଲେ । ପୋଲିସ ବିଭାଗ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା କରା ଯାଇଥିଲା ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
————————————————-