March 11, 2026

ମୋବାଇଲ ଟାୱାର ସ୍ଥାପନ ପାଇଁ ସପ୍ତଗିରି ଙ୍କୁ ଭେଟି ଦାବୀ ଜଣେଇଲେ ଯୁବ ଗୋଷ୍ଠୀ

IMG-20250822-WA0094
Share

 

କୋଲନରା:( ସଞ୍ଜୀବ କଣ୍ଡାଗରୀ ) କୋଲନରା ବ୍ଲକର ବିଭିନ୍ନ ପଞ୍ଚାୟତ ରେ ରହିଥିବା ଗାଁ ମାନଙ୍କରେ ମୋବାଇଲ ନେଟୱର୍କ ସମସ୍ୟା ଲାଗି ରହୁଛି। ଆଜିକାଲି ମୁଖ୍ୟତଃ ଲୋକେ ମୋବାଇଲ ଉପରେ ନିର୍ଭରଶୀଳ ହୋଇଥିବା ବେଳେ, ପିଲାମାନଙ୍କର ପାଠ ପଢା ଠାରୁ ଆରମ୍ଭ କରି ଯୋଗା ଯୋଗ ପାଇଁ ବିଭିନ୍ନ ସମୟରେ ଆଖ ପାଖ ଅଞ୍ଚଳକୁ ଯାଇ କଥାବାର୍ତ୍ତା ହେବାକୁ ପଡୁଛି। ଏବେବି ଅନେକ ଗାଁକୁ ନେଟୱର୍କ ପହଞ୍ଚି ପାରିନଥିବା ବେଳେ ଅତ୍ୟନ୍ତ ଜରୁରୀ ସମୟରେ କାର୍ଯ୍ୟ ଥିଲେ ଲୋକେ ନାହିଁ ନଥିବା ସମସ୍ୟା ହେବାକୁ ପଡୁଛି। ସେଥିପାଇଁ କୋଲନରା ବ୍ଳକ ର ଦୁଇଟି ପଞ୍ଚାୟତ ର ଲୋକେ କୋରାପୁଟ ଲୋକସଭା ସାଂସଦ ଇଂ ସପ୍ତଗିରି ଶଙ୍କର ଉଲ୍ଲାକା ଙ୍କୁ ରାୟଗଡା ରେ ଭେଟି ରେଙ୍ଗାଲ ପାଡୁ ଗାଁ ନିକଟରେ ଜିଓ ମୋବାଇଲ ଟାୱାର, ଘୋଡ଼ାବାଡ଼ି ଓ ହଜାରି ଡାଙ୍ଗୁ ଗାଁରେ ଗୋଟିଏ ଗୋଟିଏ ଜିଓ ଟାୱାର ନିର୍ମାଣ ଦିଗରେ ସହଯୋଗ ଦାବି କରିଛନ୍ତି। ସାଂସଦ ଙ୍କୁ ଭେଟି ଦାବି ପତ୍ର ଦେବା ସମୟରେ କୋଲନରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲାପାଡୁ ଗ୍ରାମର ଉଦୟ ନାଗବଂଶ ,ରମେଶ ନାଗବଂଶ, ଘୋଡ଼ାବାଡ଼ି ଗାଁର ରେଙ୍ଗାଧର ପିର୍ବାକା, ତାଉଡୁ ପିର୍ବାକା, ସୁରୀ ଗ୍ରାମ ପଞ୍ଚାୟତ ହଜାରି ଡାଙ୍ଗ ଗାଁର ୱାର୍ଡ ସଭ୍ୟ ରମେଶ ମାଣ୍ଡାଙ୍ଗି, ରଞ୍ଜନ ତାଡିଙ୍ଗି , ସାନି ତାଡିଙ୍ଗି , ଦୁମୁକୁ ପାଡୁ ଗାଁର କଂଗ୍ରେସ ଦଳର ସୋସିଆଲ ୱ।ର୍କର ଦୋରା କଣ୍ଡାଗରୀ , କୋଲନରା ର ସୁରେଶ କୁମାର ମୂର୍ତ୍ତି ଙ୍କ ସମେତ ୨୦ରୁ ଉର୍ଦ୍ଧ୍ବ ଯୁବକ, ବରିଷ୍ଠ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।