November 15, 2024

ଜୋର ଧରିଲା ପାରାଦ୍ୱୀପ ଦୋଛକି ରୁ ଅଠର ବାଙ୍କୀ ଓଭର ବ୍ରିଜ ନିର୍ମାଣ ଦାବୀ 

Share

 

ପାରାଦ୍ୱୀପ ::-ଜଗତସିଂହପୁର ଜିଲ୍ଲାର ପାରାଦ୍ୱୀପ ବନ୍ଦର ପଣ୍ୟଦ୍ରବ୍ୟ ପରିବହନ ରେ ବିଶ୍ୱରେ ଅଗ୍ରଣୀ ବନ୍ଦରର ମାନ୍ୟତା ପାଇଛି |ଯାହାଫଳରେ ଏହାର ଉପକଣ୍ଠ ରେ ଅନେକ ଗୁଡିଏ ବନ୍ଦର ଭିତିକ ଶିଳ୍ପ ସଂସ୍ଥା ଗଢି ଉଠିଛି |ଲୋକ ସଂଖ୍ୟା ଓ ଗାଡି ମଟର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି |ବନ୍ଦର ଭିତରକୁ ଦୈନିକ ଦଶ ହଜାର ରୁ ଅଧିକ ଭାରୀଯାନ ଚଳା ଚଳ କରୁଛି |ଚଣ୍ଡିଖୋଲ –ପାରାଦ୍ୱୀପ ଜାତୀୟ ରାଜପଥ ଓ କଟକ –ପାରାଦ୍ୱୀପ ଜାତୀୟ ରାଜପଥ ସଂଯୋଗ ସ୍ଥଳ ଦୋଛକି ରୁ ଅଠର ବାଙ୍କୀ ପର୍ଯ୍ୟନ୍ତ ଅଢେଇ କିମି ରାସ୍ତାଟି ପାରାଦ୍ୱୀପ ବନ୍ଦର ଅଂଚଳ କୁ ଯିବାପାଇଁ ଏକ ମାତ୍ର ପ୍ରବେଶ ପଥ |ତେଣୁ ଏହି ଅଞ୍ଚଲଟି ଓ ରାସ୍ତାଟି ଦିନରାତି ସବୁବେଳ ବ୍ୟସ୍ତ ବହୁଳ ରହୁଛି |

ଏହି ରାସ୍ତାରେ ପ୍ରତ୍ୟକ ଦିନ ଛୋଟ ବଡ ଅନେକ ଦୁର୍ଘଟଣା ଘଟୁଛି ଓ ବହୁ ଧନ ଜୀବନ ନଷ୍ଟ ହେଉଛି |ଏହି ସମସ୍ୟାର ପ୍ରତିକାର ପାଇଁ ଦୋଛକି ରୁ ଅଠର ବାଙ୍କୀ ପର୍ଯ୍ୟନ୍ତ ଓଭର ବ୍ରିଜ ନିର୍ମାଣ କରିବା ପାଇଁ. ଉପକୂଳ ଓଡିଶା ବିକାଶ ପରିଷଦ ତରଫରୁ ଉଭୟେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କୁ ଜିଲ୍ଲା ପ୍ରଶାସନ ଜରିଆରେ ବହୁବାର ନିବେଦନ କରାଯାଇଛି ହେଲେ ବିଭାଗୀୟ ସର୍ବେକ୍ଷଣ ରେ କାମ ଅଟକିଛି |ତୁରନ୍ତ ଓଭର ବ୍ରିଜ ନିର୍ମାଣ କରିବା ପାଇଁ ଉପକୂଳ ଓଡିଶା ବିକାଶ ପରିଷଦ ର ପ୍ରତିନିଧି ସରୋଜ ନାୟକ ବିକ୍ରମ ମହାନ୍ତି. ମନୋଜ ସେଠି ଡ଼କ୍ଟର ଧୃତିଧର ଦାସ ଡ଼କ୍ଟର ଅରୁଣ ପାଣି. ଶ୍ରଦ୍ଧାଞ୍ଜଳି ମହାପାତ୍ର. ସାମ୍ବାଦିକ ବେଣୁଧର ନାୟକ. ଜ୍ୟୋତି ରଞ୍ଜନ ପରିଡା. ତପନ ରାଉତରାୟ ନିରଞ୍ଜନ ବାରିକ. ଆଶୁତୋଷ ବେହେରା ପ୍ରମୁଖ ମୁଖ୍ୟମନ୍ତ୍ରୀ ଙ୍କ ଜରିଆରେ ପ୍ରଧାନ ମନ୍ତ୍ରୀ ଙ୍କୁ ନିବେଦନ କରିଛନ୍ତି |ଦେଖିବାକୁ ରହିଲା ନୂତନ ସରକାର ଓଭର ବ୍ରିଜ ର ଶୁଭାରମ୍ଭ କରୁଛନ୍ତି କେବେ ??

 

ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର !