ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର . ରେମୁଣା ପଞ୍ଜିକୃତ ହେଲେ ୨୦୨ ଜଣ
ରେମୁଣା ( ଦେବାଶିଷ ଦାଶ )
ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଜିଲା ସାମାଜିକ ସୁରକ୍ଷା ବିଭାଗ ସହଯୋଗରେ ରେମୁଣା ବ୍ଲକରେ ପଞ୍ଚଦଶ ପର୍ଯ୍ୟାୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ରେମୁଣା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ସରକାରୀ ଦଳ ଉପମୁଖ୍ୟ ସଚେତକ ତଥା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ବ୍ଳକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ, ବିଡିଓ ସାର୍ଥକ ସୌରଭ ମହାପାତ୍ର ମିଳିତଭାବେ ଉଦଘାଟନ କରିଥିଲେ। ସାଂସଦଙ୍କ ପ୍ରତିନିଧି ଉମାକାନ୍ତ ପଣ୍ଡା, ବିଧାୟକଙ୍କ ପ୍ରତିନିଧି କାର୍ତିକ ଚନ୍ଦ୍ର ଗିରି, ବ୍ୟକ୍ତିଗତ ସହାୟକ କ୍ରିଷ୍ଣା ସାହା, ବିଧାୟିକା ପ୍ରାର୍ଥୀ ହୋଇଥିବା ବିଦ୍ୟାସ୍ମିତା ମହାଳିକ ପ୍ରମୁଖ ଉପସ୍ଥିତଥିଲେ. ଶିବିରରେ ୨୦୨ ଜଣ ନାମ ପଞ୍ଜିକୃତ କରିବା ପରେ ସେମାନଙ୍କୁ ଡାକ୍ତରଙ୍କ ଦ୍ଵାରା ପରୀକ୍ଷା କରାଯାଇଥିଲା। ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତ ଭିନ୍ନକ୍ଷମଙ୍କୁ ଯଥେଷ୍ଟ ସହାନୁଭୂତି ପୂର୍ବକ ପରୀକ୍ଷା କରି ଅଙ୍କ ପ୍ରତିଶତ ବେଦାକୁ ବିଧାୟକ ଶ୍ରୀ ଦାସ ଡାକ୍ତରଙ୍କୁ ପରାମର୍ଶ ଦେଇଥିଲେ । ଆର୍ଥିକ ଦୃଷ୍ଟିରୁ ଏବଂ ସାମର୍ଥ୍ୟ ଦୃଷ୍ଟିରୁ ସେମାନଙ୍କୁ ସହଯୋଗ କରିବା ସମସ୍ତଙ୍କର କର୍ତ୍ତବ୍ୟ । ସରକାରଙ୍କ ଏହି ଯୋଜନାର ଲାଭ ସମସ୍ତ ହିତାଧିକାରୀ ପାଆନ୍ତୁ ମାତ୍ର, କିଛି ଲୋକ ସକ୍ଷମ ଥାଇ ମଧ୍ୟ ଭତ୍ତା ପାଇବା ପାଇଁ ନିଜକୁ ଦିବ୍ୟାଙ୍ଗ ଦର୍ଶାଇବାକୁ ବ୍ୟଗ୍ର ଏବଂ ସେମାନଙ୍କୁ କିଛି ଦଲାଲ ସହଯୋଗ କରୁଥିବାରୁ ସେମାନେ ଏଥିରୁ ନିବୃତ୍ତ ହେବାକୁ ପରାମର୍ଶ ଦେଇଥିଲେ । ଶିବିରରେ ଚକ୍ଷୁ, ଅସ୍ଥିଶଲ୍ୟ ଏବଂ ମାନସିକ ଦୁର୍ବଳ ବିଭାଗର ପଞ୍ଜିକୃତଙ୍କୁ ଡାକ୍ତରମାନେ ପରୀକ୍ଷା
କରିଥିଲେ । ପରେ ସେମାନଙ୍କୁ ଡାକ୍ତରଖାନା ଦ୍ଵାରା ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଥିଲା । ଶିବିରକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅମ୍ବିକା ପୃଷ୍ଟି, କନିଷ୍ଠ ସହଯୋଗୀ ଜିତୁ ସିଂ, କାର୍ଯ୍ୟକ୍ରମ ସହଯୋଗୀ ସିପ୍ରା ମହାନ୍ତିଙ୍କ ସମେତ ବରିଷ୍ଠ ରାଜସ୍ଵ ସହାୟକ ଭାସ୍କର ଚନ୍ଦ୍ର ଘଡ଼େଇ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ସତ୍ୟନାରାୟଣ ବିଶ୍ଵାଳ, ଉତ୍ତମ କୁମାର ଦେ ପ୍ରମୁଖ ପରିଚାଳନା କରିଥିଲେ।
