March 7, 2026

ଗାୟତ୍ରୀ ମହାବିଦ୍ୟାଳୟରେ ନାରୀ ସୁରକ୍ଷା କର୍ମଶାଳା..

IMG-20250722-WA0053
Share

ଗୁଣପୁର(ସୁରେନ୍ଦ୍ର ମହାନ୍ତି )ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସୀ ମହାବିଦ୍ୟାଳୟ ପରିସର ରେ ନାରୀ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଅଧ୍ୟକ୍ଷ ଡ଼.କାହ୍ନୁ ଚରଣ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିବା ବେଳେ ଅଧ୍ୟାପିକା ପ୍ରିୟଙ୍କା ପାଢ଼ି ସଂଯୋଜନା କରିଥିଲେ ।

କର୍ମକ୍ଷେତ୍ର ହେଉ କିମ୍ବା ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ନାରୀ ଛାତ୍ରୀମାନଙ୍କ ପାଇଁ ଭୟ ଶୂନ୍ୟ ବାତାବରଣ ନିରନ୍ତର ସୃଷ୍ଟି କରିବାସହ ସେମାନଙ୍କ ପ୍ରତି ଯେଉଁ ସବୁ ଅତ୍ୟାଚାର, ଅନ୍ୟାୟ ହେଉଛି ସେଥିପ୍ରତି ନାରୀ ନିଜକୁ କିଭଳି ସଶକ୍ତ ହୋଇ ନିଜକୁ ରକ୍ଷା କରିବେ ଏହି ଦିଗରେ ସ୍ଥାନୀୟ ପ୍ରଶାସନର କେଉଁ ପ୍ରକାରର ଭୂମିକା ରହିଛି ତାହା ଆଲୋଚନା କରାଯାଇଥିଲା l ଏଥିସହ ବକ୍ତା ମାନେ ନାରୀ ସୁରକ୍ଷା ପାଇଁ ଉଦ୍ଧିଷ୍ଟ ଆଇନର ଦିଗ ପ୍ରତି ଆଲୋକପlତ କରିଥିଲେ। କାମ୍ପାସ ରେ ଛାତ୍ରୀ ମାନେ ନିଜକୁ ସୁରକ୍ଷିତ ମୋନେ କରିବା ପାଇଁ ବିଭିନ୍ନ ନିୟମ କାନୁନ ସରକାରଙ୍କ ଦ୍ଵାରା କରାଯାଇଛି ସେମାନେ ନିର୍ଭୟରେ ରହିପାରିବେ ବୋଲି ଅନୁଷ୍ଠାନର ପ୍ରଶାସନିକ ଅଧିକାରୀ ପି.ଭି କୋଟେଶ୍ୱର ରାଓ ନିଜ ବକ୍ତବ୍ୟରେ ଛାତ୍ରୀ ମାନଙ୍କୁ କହିଥିଲେ l ଛାତ୍ର ଛାତ୍ରୀଙ୍କ ସୁରକ୍ଷା ପ୍ରଥମ କର୍ତଵ୍ୟ ଏବଂ ସରକାରୀ, ୟୁଜିସି ଆଇନ କଡାକଡି ପାଳନ ପାଇଁ ଅନୁଷ୍ଠାନର ଚ୍ୟାୟାରମାନ ଶ୍ରୀଯୁକ୍ତ ଅକ୍ଷୟ ଦାଶ ଓ ସମ୍ପାଦକ ଶ୍ରୀଯୁକ୍ତ ସଞ୍ଜୟ ସାହୁ ସମସ୍ତ କର୍ମଚାରୀଙ୍କୁ ବାର୍ତା ନିର୍ଦେଶ ଦେଇଥିଲେ ।