March 7, 2026

ଓଡିଶା ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବ 

IMG-20250722-WA0034
Share

 

ରା. ଉଦୟଗିରି ତା 22/07/2025 ରିଖ ମଙ୍ଗଳବାର ଅପରାହ୍ନ 2ଘ ସମୟରେ ରା ଉଦୟଗିରି ବ୍ଲକର ମହେନ୍ଦ୍ରଗଡ଼ କାର୍ତ୍ତିକ ଗମାଙ୍ଗ ଉଚ୍ଚ ବିଦ୍ୟାଳୟ ଠାରେ ଓଡିଶା ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଏକ ବ୍ଲକ ସ୍ତରୀୟ କାନଭେନସନ ଅନୁଷ୍ଠିତ ହୋଇଯାଇଛି | ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଲୋକନାଥ ନାହାକ ବ୍ଲକ ସମ୍ପାଦକ ଶ୍ରୀ ସୁବାସ ଚନ୍ଦ୍ର ସାହୁ, ଶିକ୍ଷକ ଶ୍ରୀ ରାଧାକୃଷ୍ଣ ପଣ୍ଡା ଓ ଶ୍ରୀ ସିଦ୍ଧାର୍ଥ ଶଙ୍କର ଚୌଧୁରୀ ମଂଚାସୀନ ଥିଲେ | ବର୍ତ୍ତମାନ ସମୟରେ ଏହି ସରକାରଙ୍କ ଏକ ବର୍ଷ ପୂର୍ତ୍ତି ହୋଇଯାଇଥିଲେ ମଧ୍ୟ ଶିକ୍ଷକ ମାନଙ୍କର କୌଣସି ସମସ୍ୟା ପୂରଣ ହୋଇ ପାରିନାହିଁ | 194 ବିଦ୍ୟାଳୟ ପାଇଁ ଅନୁଦାନ ବ୍ୟବସ୍ଥା, ପେନସନ ବ୍ୟବସ୍ଥା ଭଳି ମୌଳିକ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ବୈମାତୃକ ମନୋଭାବକୁ ନିନ୍ଦା କରାଯାଇଥିଲା | ବ୍ଲକ ସ୍ତରୀୟ କାନଭେନସନ ପରେ ଆଗାମୀ 2 ତାରିଖରେ ଜିଲ୍ଲା ସ୍ତରୀୟ କାନଭେନସନ କୁଜାସିଂ ହାଇସ୍କୁଲରେ କରିବା ପାଇଁ ଘୋଷଣା କରାଯାଇଥିଲା | ଅଗଷ୍ଟ 9 କ୍ରାନ୍ତି ଦିବସ ଅବସରରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର ଦେବା ପାଇଁ ଓ ଅଗଷ୍ଟ 16 ତାରିଖ ଦାବୀ ଦିବସ ଅବସରରେ ସମଗ୍ର ଓଡ଼ିଶାର ଶିକ୍ଷକ ଓ କର୍ମଚାରୀ ମାନଙ୍କୁ ନେଇ ପି ଏମ ଜି ଛକରେ ଦୁର୍ବାର ଆନ୍ଦୋଳନ କରିବା ପାଇଁ ମଂଚାସୀନ ଅତିଥି ମତ ସାବ୍ୟସ୍ତ କରିଥିଲେ | ବିନା ଆନ୍ଦୋଳନରେ କୌଣସି ସମାଧାନ ହୋଇ ପାରିବ ନାହିଁ ବୋଲି ଶିକ୍ଷକବୃନ୍ଦ ମତ ଦେଇଥିଲେ ତେଣୁ ବ୍ଲକ ସମ୍ପାଦକ ଶ୍ରୀ ସୁବାସ ଚନ୍ଦ୍ର ସାହୁ ଆଗାମୀ ଆନ୍ଦୋଳନରେ ଗଜପତି ଜିଲାରୁ ବହୁ ସଂଖ୍ୟାରେ ଯୋଗ ଦେବାପାଇଁ ପରାମର୍ଶ ଦେଇଥିଲେ ଏହି କାର୍ଯ୍ୟକ୍ରମକୁ ବ୍ଲକ ସମ୍ପାଦକ ଶ୍ରୀ ସାହୁ ପରିଚାଳନା କରିଥିଲେ ଓ ପ୍ରଧାନ ଶିକ୍ଷକ ଶ୍ରୀ ଲୋକନାଥ ନାହାକ ଧନ୍ୟବାଦ ଅର୍ପଣ କରିଥିଲେ |