October 5, 2024
Share

 

ଗୁଣୁପୁର(ସୁରେନ୍ଦ୍ର ମହାନ୍ତି )ପୋଲ ଉପରେ ବିପଦ । ଚାଲିକି ଯିବାକୁ କିମ୍ବା ଯାନବାହନ ରେ ଯାତାୟାତ କରିବାକୁ ଡରୁଛନ୍ତି ଲୋକେ । ଏ ହେଉଛି ରାୟଗଡା ଜିଲ୍ଲା ଗୁଣୁପୁର ବଂଶଧାରା ନଦୀ ଉପରେ ଥିବା ପୋଲ । ରାୟଗଡା ଜିଲ୍ଲାର ଲାଇଫ ଲାଇନ ହେଉଛି ଏହି ପୋଲ । ଆନ୍ଧ୍ର-ଓଡିଶାକୁ ଯୋଗାଯୋଗ କରିବାରେ ପ୍ରମୁଖ ଭୂମିକା ରହିଛି । ପ୍ରତିଦିନ ହଜାର ହଜାର ଯାନବାହନ, ଭାରୀଯାନ ଏହି ପୋଲ ଦେଇ ଯାତାୟାତ କରୁଛି।ଜିଲ୍ଲା ସଦର ମହକୁମା ଠାରୁ ଗୁଣୁପୁର ଆସିବା ପାଇଁ ଜିଲ୍ଲାର ବଡ଼ ବଡ଼ ବାବୁ, ନେତା ମନ୍ତ୍ରୀ ଏହି ପୋଲ ଦେଇ ନିଜ ଦାମୀ ଗାଡ଼ିରେ ଯାତାୟାତ କରୁଛନ୍ତି । ହେଲେ ଏହି ପୋଲ ର ଅବ୍ୟବସ୍ଥା କେବେ ବି ସେମାନଙ୍କ ଆଖିରେ ପଡୁ ନାହିଁ । ପୋଲ ଉପରେ ଜମି ରହୁଛି ଆଣ୍ଠୁଏ ଉଚାର ପାଣି । ସ୍ଥାନେ ସ୍ଥାନେ ବାଲି ଜମି ରହିଛି । ଖାଲ ଖମା ରେ ପାଣି ଜମି ରହିବା ରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ବାରମ୍ବାର ପୋଲ ଉପରେ ରାସ୍ତା ନିର୍ମାଣ କରିବା ନାଁ ରେ କୋଟି କୋଟି ଟଙ୍କା ହଡପ କରୁଥିବା ଅଞ୍ଚଳବାସୀ ସନ୍ଦେହ କରୁଛନ୍ତି । ତଥାପି ପ୍ରଶାସନ ଓ ପୂର୍ତ୍ତ ବିଭାଗ ଚୁପ ହୋଇ ବସି ରହିଛନ୍ତି । କେତେବେଳେ ଯେ ବଂଶଧାରା ନଦୀରେ ଏହି ପୋଲ ଲୀନ ହୋଇଯିବ ଆଶଙ୍କା ରେ ଗୁଣୁପୁର ବାସୀ । ତୁରନ୍ତ ଦ୍ଵିତୀୟ ପୋଲ ର ନିର୍ମାଣ ଆବଶ୍ୟକ ହୋଇ ପଡିଛି । ତେବେ ଏ ସମ୍ପର୍କରେ ପୁର୍ତ୍ତ ବିଭାଗ ଏସ ଡି ଓ ଙ୍କୁ ଅବଗତ କରେଇବାରୁ ପୋଲ ଉପର ଦେଇ ବେଧଡକ ବାଲି ଟ୍ରାକ୍ଟର ଓ ଟ୍ରକ ଗୁଡିକ ଯାତାୟାତ କରୁଥିବାରୁ ବାଲି ଜମା ହୋଇ ରହୁଛି । ଦୁଇ ଚାରି ଦିନରେ ଏସବୁ ସଫା କରାଯାଉଛି ବୋଲି ଫୋନ ମାଧ୍ୟମରେ ସୂଚନା ଦେଇଥିଲେ ବିଭାଗୀୟ ଅଧିକାରୀ।