April 11, 2025

ପବିତ୍ର ଗୁରୁପୁର୍ଣିମାରେ ସମୁଦ୍ର ମହୋତ୍ସବ ମହାଡ଼ମ୍ବରରେ ପାଳନ କରାଯାଇଛି ..

Share

 

ସମୁଦ୍ର ମହୋତ୍ସବ ର ସମ୍ପାଦିକା ଚିଡ଼ାତ୍ମିକା ଖଟୁଆଙ୍କ ଅଧକ୍ଷତାରେ ପବିତ୍ର ଗୁରୁପୂର୍ଣ୍ଣିମା ସକାଳୁ ବେଳାଭୂମି ସଫେଇ ସହିତ ସନ୍ଧ୍ୟାରେ ମହୋଦଧି ଆଳତୀପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥିଭାବେ ଚିଡ଼ାତ୍ମିକା ଖଟୁଆଙ୍କ ସହିତ ରାଜେଶ ମିଶ୍ର, ବିନୋଦ ପଣ୍ଡା, ଆଲୋକ ମହାପାତ୍ର, ଗୌରହାରି ପ୍ରଧାନ, ପ୍ରଦୀପ୍ତ କୁମାର ଜେନା, ଚନ୍ଦ୍ରକାନ୍ତି ନାୟକ, ସଂଜୀବ ସାହୁ, ରଜନୀକାନ୍ତ ଲେଙ୍କାଙ୍କ ସହିତ ବିଶିଷ୍ଟ ବ୍ୟକ୍ତିତ୍ୱ ମାନେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ମଞ୍ଚକୁ ଉଦଘାଟନ କରିଥିଲେ l ପରେପରେ ସମୁଦ୍ର ମହୋତ୍ସବ ର ଆଗାମୀ କାର୍ଯ୍ୟାଧାରା ର ଟିପ୍ପଣୀ କୁ ଲୋକାର୍ପଣ କରାଯାଇଥିଲା l ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଚେନାଇ ରୁ ଆସିଥିବା ନୃତ୍ୟଶିଳ୍ପୀ ଭାରତ ନାଟ୍ୟମ ନୃତ୍ୟ କରିଥିଲେ ପରେପରେ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ କୋଷାଧକ୍ଷ ରଜନୀକାନ୍ତ ମିଶ୍ର ପରିଚାଳନା କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed