October 5, 2024

ଶିକ୍ଷଣ ପ୍ରଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପ୍ରତିଯୋଗିତା..

Share

 

ବୋଲଗଡ଼୨୨/୦୭ (ଉପାନ୍ତ ଖବର): ଓଡ଼ିଶା ସରକାରଙ୍କର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶାନୁସାରେ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ଆବାହକତ୍ୱରେ ସମପୁର ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକ,ଶ୍ରୋତାଲିନି ସାହୁଙ୍କ ତତ୍ତ୍ୱାବଧାନରେ କନିଷ୍ଠ ଏବଂ ଶିକ୍ଷକ ବିଚିତ୍ର କୁମାର ଘଡେ଼ଇ ଓ ବିଶ୍ୱଜିତ୍ ସରୋଜ କୁମାରଙ୍କ ତତ୍ତ୍ୱାବଧାନରେ ବରିଷ୍ଠ ବିଭାଗର ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ଶିକ୍ଷଣ ପ୍ରଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଉପରେ ସୋମବାର ଦିନ ଶିକ୍ଷା ସପ୍ତାହ ପାଳନ ଅବସରରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ବରିଷ୍ଠ ବିଭାଗରେ ଷଷ୍ଠରୁ ଦଶମ ଶ୍ରେଣୀ ଏବଂ କନିଷ୍ଠ ବିଭାଗରେ ତୃତୀୟରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ।ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ପ୍ରଧାନ, ନମିତା ସାହୁ ଶିକ୍ଷଣ ସାମଗ୍ରୀର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ ।

ଶିକ୍ଷକ ଦୀପ୍ତିରଞ୍ଜନ ଦାସ,ବିଭୁପ୍ରସାଦ ମହାପାତ୍ର ଏବଂ ଅଂଶୁମାନ ଧଳ ଓ ଶିକ୍ଷୟିତ୍ରୀ ସୌଦାମିନୀ ସୁବୁଦ୍ଧି ବିଚାରକ ରୂପେ ଯଥାକ୍ରମେ ବରିଷ୍ଠ ଓ କନିଷ୍ଠ ବିଭାଗ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲେ। ଶିବ ପ୍ରଧାନ

ସ୍ନେହଲତା ପାଇକରାୟ ଓ ସମ୍ବିତ କେଦାର କର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବରିଷ୍ଠ ବିଭାଗରେ ଖେଳଣା ପ୍ରସ୍ତୁତିରେ ମନୁ ପ୍ରକାଶ ଦାସ, ଗଳ୍ପ କାର୍ଡରେ ଆର୍ଯ୍ୟରୂପା ବେହେରା, କଣ୍ଢେଇ ନିର୍ମାଣରେ ଆଲିଶା ପ୍ରିୟଦର୍ଶିନୀ ସାହୁ ପଜଲ ଓ ଚାଲେଞ୍ଜରେ ଓମ୍ ପ୍ରକାଶ ନାୟକ,ରଙ୍ଗୀନ ବାକ୍ସ ପ୍ରସ୍ତୁତିରେ ସାଇ ପ୍ରକାଶ ବେହେରା,ଖେଳ କାର୍ଡରେ ସଞ୍ଚିତା ପ୍ରିୟଦର୍ଶିନୀ,ଖାଦ୍ୟ ଚାର୍ଟରେ ଓମ୍ ପ୍ରକାଶ ନାୟକ ଏବଂ ପଠନ କ୍ଲବରେ ମଧୁସ୍ମିତା ପ୍ରିୟଦର୍ଶିନୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ। କନିଷ୍ଠ ବିଭାଗରେ ପଶୁ ମୁଖା ନିର୍ମାଣରେ ହିମାଂଶୁ ଶେଖର ସାହୁ,ପେପର ଚାର୍ଟରେ ଓମ୍ ସାଇ ସେନାପତି,କାର୍ଡ ନିର୍ମାଣରେ କ୍ଷିରାବ୍ଧି ତନୟା ପ୍ରଧାନ ଏବଂ ପଠନ ଓ ଗଳ୍ପ କଥନରେ ସୌମ୍ୟରଞ୍ଜନ ଖମାରୀ ଶୀର୍ଷ ସ୍ଥାନ ହାସଲ କରିଥିଲେ।

ଶିକ୍ଷା ସପ୍ତାହ ପାଳନର ଅନ୍ତିମ ଦିବସରେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ପ୍ରଧାନଶିକ୍ଷକ ଶ୍ରୀ ସ୍ୱାଇଁ ଘୋଷଣା କରିଥିଲେ ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।