March 7, 2026

ଗଜପତିରେ ବେଆଇନ ମାଟି ଉତ୍ତୋଳନ ବେଳେ ଚଢ଼ାଉ…ଖଣି ବିଭାଗ ଅଧିକାରୀଙ୍କ ଗାଡ଼ିକୁ ମାଫିଆଙ୍କ ପଥର ମାଡ଼ 

IMG-20250622-WA0041
Share

 

 

ପାରଳାଖେମୁଣ୍ଡି:୨୨/୬(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ମାଟି ମାଫିଆଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି. ବେଆଇନ ବାଲି ଉତ୍ତୋଳନକୁ ଚଢଉ କରିବା ଯୋଗୁଁ ୨ ଜଣ ଖଣି ଅଧିକାରୀ ଆକ୍ରୋଶର ଶିକାର ହୋଇଛନ୍ତି. ଚଢ଼ଉ କରିବାକୁ ଯାଉଥିବା ଖଣି ବିଭାଗ ଅଧିକାରୀଙ୍କୁ ଆକ୍ରମଣ ସହ ଗାଡି ଭଙ୍ଗାରୁଜା କରିଛନ୍ତି ମାଫିଆ. ଗୁରୁବାର ଗଜପତି ଜିଲ୍ଲା ଖଣି ବିଭାଗର ବିଶ୍ବଜିତ୍ କୁମାର ମହନ୍ତ ଏବଂ ଚିଷ୍ଣୁ ଦେହୁରା ମାଟି ଉତ୍ତୋଳନ କରାଯାଉଥିବା ଖବର ପାଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ ସିଙ୍ଗିପୁର ଗ୍ରାମ ନିକଟସ୍ଥ ଥୁଣ୍ଟାବାଡ ଅଞ୍ଚଳରେ ଚଢ଼ଉ କରିଥିଲେ | ଏକ ଜେସିବି ଓଡି୨୦-୨୩୫୭) ସହାୟତାରେ ଏକ ଟ୍ରାକ୍ଟର।(ଓଡି୨୦-୩୧୯୪) ରେ ବେଆଇନ ଭାବେ ମାଟି ଖୋଳି ଚୋରାରେ ଚାଲାଣ ହେଉଥିଲା । ଏହି ସମୟରେ ଖଣି ବିଭାଗ ଅଧିକାରୀ କର୍ମଚାରୀ ପହଞ୍ଚି ଆବଶ୍ୟକ ଦସ୍ତାବିଜ ମାଗିଥିଲେ ମଧ୍ୟ ସେମାନଙ୍କ ପାଖରେ ନଥିଲା। ଏହାପରେ ଜରିମାନା ଭରିବା ପାଇଁ ଖଣି ବିଭାଗ ଅଧିକାରୀ କହିଥିଲେ.ଏତିକି ବେଳେ ବେଆଇନ ମାଟି ଉତ୍ତୋଳନ କରୁଥିବା ଟ୍ରାକ୍ଟର ଖଣି ବିଭାଗର ଗାଡ଼ି ଆଗକୁ ଯାଇ ରାସ୍ତା ଅବରୋଧ କରିବା ସହ ଗାଡ଼ିରେ ବସିଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଲକ୍ଷ୍ୟ କରି ଢେଲା ମାଡ଼ ଆରମ୍ଭ କରିଦେଇଥିଲେ ମାଫିଆ. ଏଥିରେ ଅଧିକାରୀ ଓ କର୍ମଚାରୀଙ୍କ କ୍ଷୟକ୍ଷତି ହୋଇ ନଥିଲେ ହେଁ ଗାଡ଼ି ସମ୍ମୁଖ ଭାଗ କାଚ ସହ ଅନ୍ୟାନ୍ୟ ସ୍ଥାନରେ ପଥର ବାଜି ଥିବାରୁ କ୍ଷୟକ୍ଷତି ହୋଇଛି। ଏନେଇ ଜିଲ୍ଲା ଖଣି ବିଭାଗ ତରଫରୁ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଅଭିଯୋଗ କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି.