July 1, 2024

ଘୁମୁସର ର ସ୍ବର”ପକ୍ଷରୁ ୧୩୮ତମ ସାହିତ୍ୟ ଆଲୋଚନା ଚକ୍ର….

Share

ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ଆଧୁନିକ ଯୁବପିଢ଼ିଙ୍କୁ ଗୁରୁତ୍ବ ଜରୁରୀ–
———————————————
ବୁଗୁଡ଼ା:-ତା-୨୨-୦୬-୨୦୨୪ ଓଡ଼ିଆ ଭାଷା ସାହିତ୍ୟ ଆଜି ସଙ୍କଟରେ ଓଡ଼ିଶାର ଚତୁର୍ଦ୍ଦିଗରୁ ଓଡ଼ିଆ ସଂସ୍କୃତିକୁ ଲୋପ କରିବା ପାଇଁ ଷଡ଼ଯନ୍ତ୍ର ଚାଲିଛି। ଉତ୍କଳ ସମ୍ମୀଳନୀ ମାଧ୍ୟମରେ ସଂଗ୍ରାମ ଜାରୀ ରହିଥିଲେ ମଧ୍ଯ କୌଣସି ଆଶା ଜନକ ଫଳ ମିଳୁନାହିଁ ଏଣୁ ଓଡ଼ିଆ ଭାଷା,ସାହିତ୍ୟ, କଳା ଓ ସଂସ୍କୃତିର ସୁରକ୍ଷା ପାଇଁ ଆଧୁନିକ ଯୁବପିଢ଼ିଙ୍କୁ ଗୁରୁତ୍ବ ଦେବା ଜରୁରୀ ବୋଲି ଅନ୍ତରପଡ଼ା ନିକଟ କଞ୍ଚରୁ ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ନ୍ରୁୂସିଂହନାଥ ମନ୍ଦିର ସଭାଗୃହ ଠାରେ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ଅନୁଷ୍ଠିତ ୧୩୮ତମ ସାହିତ୍ୟ ଆଲୋଚନା ଚକ୍ରରେ ବିଭିନ୍ନ ବକ୍ତା ମତବ୍ୟକ୍ତ କରିଛନ୍ତି। ପ୍ରତିଷ୍ଠାନର ସଭାପତି ତଥା ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ପୌରହିତ୍ଯରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ସାହିତ୍ୟିକ ତଥା ସଂସ୍କୃତ ପଣ୍ଡିତ କବି ଅନନ୍ତ କର, ଡକ୍ଟର ବ୍ରଜକିଶୋର ପାଢ଼ୀ, ସର୍ଦ୍ଦାର ଲିଙ୍ଗରାଜ ଦାଶ,ଶିକ୍ଷାବିତ୍ ଗୌରୀଶଙ୍କର ମିଶ୍ର, ଭଞ୍ଜ ମାଟିର ସମ୍ପାଦକ କାମରାଜୁ ସାହାଣୀ, କବି କୃଷ୍ଣଚନ୍ଦ୍ର ଡାକୁଆ,ବରିଷ୍ଠ ଲେଖକ ରାମେଶ୍ଵର ପଟ୍ଟନାୟକ କବି ରାମଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ
ଅଂଶ ଗ୍ରହଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଜି. ରାଜେଶ୍ବର ପାତ୍ର,କୈଳାଶ ଚନ୍ଦ୍ର ପ୍ରଧାନ,ଏ.ଦୁଃଖିଶ୍ୟାମ ଆଚାରୀ, କେ. ରାଘବ ଚରଣ ପାତ୍ର, ନିରଞ୍ଜନ ପାତ୍ର, ଇ. ନିଳାଞ୍ଚଳ ପାତ୍ର, ସୁରେଶ ଚନ୍ଦ୍ର ବାରିକ, ଶ୍ରୀଧର ମିଶ୍ର, ବସନ୍ତ କୁମାର ବିଷୋୟୀ, ଶିବରାମ ପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହ ନିଜ ନିଜ କବିତା ପାଠ କରିଥିଲେ। ଖୋଳଖାଳି ଗ୍ରାମର ରାମଲୀଳା ଗାୟକ ଓ କଳାକାର ମାନେ କବି କଳ୍ପତରୁ ଦାସଙ୍କ ରାମଲୀଳା ପରିବେଷଣ କରିଥିଲେ। ଶେଷରେ ସମାଜସେବୀ ଖଲି ପରିଡ଼ା ଧନ୍ଯବାଦ ଅର୍ପଣ କରିଥିଲେ।
————*****———

You may have missed